ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି ତା୧୬।୯ ଲକ୍ଷ୍ମୀ ବୈରାଗୀ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଓଡ଼ିଆ ଚଳଚିତ୍ର “ଆଜ୍ଞାତ ଦୀପ ”(ଏଡି )ପାଇଁ ପିପିଲିସ୍ଥିତ ଭାଲିଆବିଲି ଠାରେ ପ୍ରସ୍ତୁତୀ ଆରମ୍ଭ ହୋଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଅଭିନେତା, ଅଭିନେତ୍ରୀ , କଣ୍ଠଶିଳ୍ପୀ, କଳାକାର ମାନେ ଉପସ୍ଥିତ ଥିଲେ । ନୂଆ ପୀଢ଼ିର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକଙ୍କ ଭିନ୍ନ ଏକ ପରିକଳ୍ପନାରେ ନିର୍ମିତ ଏହି ନୂଆ ଚଳଚିତ୍ର ଟି ସମସ୍ତଙ୍କ ହୃଦୟରେ ସ୍ଥାନ ଦେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି l ଅନେକ ନିଛକ ସତ୍ୟ କାହାଣୀକୁ ନେଇ ଏହି ଓଡ଼ିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ପ୍ରଯୋଜକ ପ୍ରଫୁଲ୍ଲ ପ୍ରଧାନ କହିଛନ୍ତି l

ଏହି ଚଳଚିତ୍ର ଟି କୁ ନିରଞ୍ଜନ ମହାରଣା ଓ ସୁବ୍ରତ ଦିଗଲ ନିର୍ଦ୍ଦେଶନା ଦେଇଥିବା ବେଳେ ଏଡିଟର ଗୋବିନ୍ଦ, ଲେଖକ ଶିକ୍ଷା ସ୍ୱରୂପ,ସଂଗୀତ ନିର୍ଦେଶନା ଜାପାନୀ, ସହ ନିର୍ଦେଶକ ଅରୂପା ନନ୍ଦ,କ୍ୟାମେରା ମ୍ୟାନ ଶୁଭମ କୁ ଏହି ଚଳଚିତ୍ର ପାଇଁ ନିଆଯାଇଛି । ଓଡ଼ିଶାର ବରିଷ୍ଠ କଳାକାର ଅଶ୍ରୁ୍ମୋଚନ ମହାନ୍ତି,ଅଭିନେତା ଅଭିଷେକ ପଣ୍ଡା, ସୁରୋଜ ତ୍ରିପାଠୀ, ସୁକାନ୍ତ ରଥ,ଅଭିନେତ୍ରୀ ଆଲିନ, ଅଙ୍କିତା, ମୋହିନୀ, ହାସ୍ୟ ଅଭିନେତା ଜ୍ଞାନ (ନାଲିଆମ୍ବ) ପ୍ରମୁଖ ଚଳଚିତ୍ର ରେ ଅଭିନୟ କରିବେ ବୋଲି ପ୍ରସ୍ତୁତ କର୍ତ୍ତ। ଙ୍କ ଠାରୁ ସୂଚନା ମିଳିଛି । ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ତାରିଖ କଣ୍ଠ ଦାନ କରୁଛନ୍ତି l ତେବେ ଆଜ୍ଞାତ ଦୀପ(ଏଡି ) ସିନେମା ବିଷୟରେ ଅନେକ ସତ୍ୟ ଆଧାରିତ ପାରିବାରିକ କାହାଣୀ ଉପରେ ଏହି ଚଳଚିତ୍ର ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ଏବଂ ଏହା ଆସନ୍ତା ୨୦୨୭ ରେ ନୂଆ ବର୍ଷ ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ପ୍ରଫୁଲ୍ଲ ପ୍ରଧାନ ସୂଚନା ଦେଇଛନ୍ତି l



Total Users : 6779