ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:
ଉମରକୋଟ ଭଞ୍ଜମଣ୍ଡପ ଦୁର୍ଗାପୂଜା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଓ ନୂତନ କମିଟି ଗଠନ କରାଯାଇଛି । ଏହି ଦୂର୍ଗା ପୂଜା ଏ ଅଞ୍ଚଳର ଏକ ବହୁ ପୁରାତନ ପୂଜା ମଧ୍ୟରେ ଅନ୍ୟତମ । ଆଜିର ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ପୂଜା କିପରି ସୁଚାରୁ ରୁପେ ପାଳନ କରାଯିବ ଓ ଶାନ୍ତି ଶଙ୍ଖଳା ରକ୍ଷା କରାଯିବ ସେ ସମ୍ପର୍କରେ ଆଲଚନା କରାଯାଇଥିଲା ।

ସର୍ବ ସଭ୍ୟଙ୍କ ସମ୍ମତି କ୍ରମେ ଶ୍ରୀ ରମେଶ ଦାସ ଙ୍କୁ ସଭାପତି , ଉପ ସଭାପତି ଭାବେ ରବି ପଣ୍ଡା ଙ୍କୁ , ସମ୍ପାଦକ ଭାବରେ ରମେଶ ରାଓ , ଉପ ସମ୍ପାଦକ ଭାବରେ ଦେବରାଜ ଦାସ , ଓ କୋଷାଧକ୍ଷ ଭାବରେ ବସନ୍ତ ପାତ୍ର ଙ୍କୁ ଚୟନ କରାଯାଇଛି । ତଥା କମିଟି ର ସଦସ୍ୟ ଭାବରେ ରମେଶ ଦାସ, ପ୍ରତାପ ଗରଡା, ଏ ରମେଶ ରାଓ, ଦେବରାଜ ଦାସ , ବସନ୍ତ ପାତ୍ର, ସତି ରାଓ, ରାଜେଶ ପଲ, ବିଜୟ ଦାସ , ଦେବରାଜ ନାୟକ, ପ୍ରଦୀପ ଦେବନାଥ, ମୁନ୍ନା ରଥ, ରାଜେଶ ଚୌଧୁରୀ,ଓ ଏ ମୁନ୍ନା ରାଓ ଓ ଅନନ୍ୟ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଆଜିର ଏହି ବୈଠକରେ ପୂଜାର ଆୟୋଜନ ଓ ସମସ୍ତ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ତଥା ସମସ୍ତ ନବ ଚୟନିତ କତୃପକ୍ଷ କିପରି ଏ ବର୍ଷ ସୁଚାରୁ ରୁପେ ପାଳନ କରାଯିବ ସେ ବିଷୟରେ ଅବଗତ କରାଇଥିଲେ ।



Total Users : 6779