Headlines

ରାୟଗଡ଼ା:୫୦ ବର୍ଷର ଚାଷ ଜମି ପାଇଁ କଲେକ୍ଟରଙ୍କ ଦ୍ୱାରସ୍ଥ,ନ୍ୟାୟ ନମିଳିଲେ ପରିବାର ସହ ଚରମ ପଦକ୍ଷେପ ନେବାକୁ ଧମକ

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର: ଅଭିଯୋଗ ଶୁଣାଣି କକ୍ଷରେ କୀଟନାଶକ ବୋତଲ ଧରି ପହଞ୍ଚିଲେ ଗରିବ ଚାଷୀ: ରାୟଗଡ଼ା : ଦୀର୍ଘ ୪୦ରୁ ୫୦ ବର୍ଷ ଧରି ସରକାରୀ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରିଆସୁଥିବା ଜଣେ ଗରିବ ଚାଷୀ ନିଜ ଜମି ଅଧିକାର ପାଇଁ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘଦିନ ଧରି ନ୍ୟାୟ ପାଇଁ ଦୌଡ଼ିବା ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ନିରାଶ ହୋଇ ସେ ପରିବାର ସହ…

Read More

ବରଗଡ଼:ଝାରବନ୍ଧରେ ଅଭିଯୋଗ ଶୁଣାଣି ଶିବିର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ ବରଗଡ଼, ତା.୦୭.୦୯.୨୦୨୬,ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ…

Read More

ମାଲକାନଗିରି:ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୫୨ଟି ଅଭିଯୋଗ ଗ୍ରହଣ, ସାମଗ୍ରୀ ବଣ୍ଟନ

ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୭/୦୯/୨୬ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ମାସିକ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ସାଇ କିରଣ ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ…

Read More

ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର:ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ତଥା ସମୟୋଚିତ ସମାଧାନ ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି,…

Read More

ନୂଆପଡ଼ା:ପୋଖରୀ ପାଣି ରେ ବୁଡି ଦୁଇ ଜଣ କୁନି ଝିଅଙ୍କ ମୃତ୍ୟୁ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ: ଆମ୍ବୁଲାନ୍ସ ବିଳମ୍ବ ରେ ପହଂଚିଵା ଯୋଗୁଁ ପୋଲିସ ଗାଡ଼ିରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ ଥାନାଧିକାରୀତା:୦୬.୦୯. ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସ। ତାଙ୍କର ଦୁଇ କୁନି ଝିଅ ଗ୍ରାମ ନିକଟସ୍ଥ ଦର୍ଲିବନ୍ଧକୁ ଗାଧୋଇବା ପାଇଁ ଯାଇ ଆଉ ଫେଇ ନଥିଲେ। ସେ ଦୁହେଁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି।ଦୁଇ କୁନି ଝିଅଙ୍କ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେବା…

Read More

କେନ୍ଦୁଝର:ମୃତ ଗୋ ମାତା ଙ୍କୁ ଉଚିତ ସମ୍ମାନ ଦେଇ କଲେ ଶବ ସତ୍କାର ।

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର- 07/09-କେନ୍ଦୁଝର ଜିଲ୍ଲା ବଡ଼ବିଲ ସେରେଣ୍ଡା ତାରିଣୀ ମନ୍ଦିର ନିକଟରେ ଗତ କାଲି ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଗାଈ ଟି ମରି ପଡିଥିବା ବେଳେ ଆଜିବଡ଼ବିଲ ଅତିରିକ୍ତ ଆଞ୍ଚଳିକ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଗାଈ ଟି କୁ ଦେଖି ବଡ଼ବିଲ ପରିବହନ ବିଭାଗ ରେ କାମ କରୁଥିବା ନିଜ ଟିମ କୁ ଡାକି ଘଟଣା ସ୍ଥଳରେ ପଡି ରହିଥିବା ମୃତ ଗାଈ କୁ ନିଜ ହାତରେ ଉଠାଇ…

Read More

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପାରମ୍ପରିକଠାରୁ ଆଧୁନିକ ଚିତ୍ର ଓ ଭାସ୍କର୍ଯ୍ୟ ବିଷୟରେ ପଚାରି ବୁଝିଲେ ଛାତ୍ରଛାତ୍ରୀ । ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କଳାକୃତିକୁ ପରିଭ୍ରମଣ କରିଥିଲେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନୋ.- ୫ ର ଛାତ୍ରଛାତ୍ରୀମାନେ।ଏହି ଅବସରରେ ଭାସ୍କର୍ଯ୍ୟ ବିଭାଗରେ ଟେରାକୋଟା,ପଥର ଖୋଦେଇ, ସେରାମିକ୍ସ ଓ ଆଧୁନିକ ଭାସ୍କର୍ଯ୍ୟ ବୁଲି ଦେଖିବସହ ଚିତ୍ରକଳା ବିଭାଗର ସମସାମୟିକ ଚିତ୍ର ତଥା ପାରମ୍ପରିକ ପଟ୍ଟଚିତ୍ର,ଜଳରଙ୍ଗ ଚିତ୍ର ଓ ତୈଳଚିତ୍ର ବୁଲି ଦେଖିବାସହ ସେ ସମ୍ପର୍କରେ…

Read More

ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର,୦୫/୦୯/୨୬ – ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଶିଳ୍ପୀ ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ପାଳନ କରୁଛନ୍ତି ଗୁରୁ ଦିବସ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଓ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ସୁବାସ ଚନ୍ଦ୍ର ମୁଦୁଲି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏକ ଚିତ୍ର ଓ ଭାସ୍କର୍ଯ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ। ପରେ…

Read More

କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଜଗତସିଂହପୁର ଚର୍ଚ୍ଚିକା ବଜାର ରାସ୍ତାରେ କଲୁ ଏକ ନିରୀହ ବିଶ୍ୱାସୀ ପ୍ରାଣୀ ଗୋଡ଼ରେ ଏକ ଆଜ୍ଞାତ ମଟର ସାଇକଲ ଚାଳକ ଧକା କରି ଚାଲି ଯାଇଥିଲା | ଦେବଦତ୍ତ ମହାନ୍ତିଙ୍କ ଘର ସମୁଖରେ କଲୁ ପଡିଯାଇଥିଲା |ଅପରାହ୍ନ 4ଘଟିକାରେ ଦେବଦତ୍ତ ବାବୁ ଘରୁ ବାହାରିଲା ବେଳେ କାଲୁକୁ ଦେଖି ତାର କଷ୍ଟ ଅନୁଭବ କରିପାରିଥିଲେ | ସେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଇ ଇଞ୍ଜେକ୍ସନ ଦିଆଇ ଅନ୍ୟାନ୍ୟ ସେବା ଦେଇଥିଲେ |କାଲୁକୁ ନିଜ ଘର…

Read More

କନ୍ଧମାଳ:କୋଟଗଡ଼ରେ ଅସ୍ତ୍ର ଦେଖାଇ ଘରେ ଲୁଟ ଅଭିଯୋଗ, ୪ ଗିରଫ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲା ର ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଅଞ୍ଚଳରେ କେତେକ ଡକାଇତ ଘରେ ପଶି ଅସ୍ତ୍ର ଦେଖାଇ ଲୁଟପାଟ କରିବା ଅଭିଯୋଗରେ ପୋଲିସ୍ ଚାରିଜଣକୁ ଗିରଫ କରିଛି । ଏହି ଭଳି ଘଟଣାଟି କୋଟଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କୋଟଗଡ଼ ଥାନାରେ ଅଭିଯୋଗ ପରେ, ତାହାର ତଦନ୍ତ ପରେ ୪ ଅଭିଯୁକ୍ତଙ୍କୁ ଧରା ଯାଇଥିବା ବେଳେ ନଗଦ ୧୪,୭୦୦…

Read More