Headlines

ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ: ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାକୁ ସାମୂହିକ ପ୍ରୟାସର ଆହ୍ୱାନନୂଆପଡ଼ା, ତା. ୦୮/୦୯: ନୂଆପଡ଼ା ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ…

Read More

୭ ଦିନିଆ ଟେରାକୋଟା ପ୍ରଦର୍ଶନୀ ଉଦ୍ଦଯାପିତ:ଦର୍ଶକଙ୍କ ମନମୋହିଲା ରାଧା କୃଷ୍ଣଙ୍କ ମହା ରାହାସ, ରଥ ଓ ଜଗନ୍ନାଥଙ୍କ ସୃଜନଶୀଳ ଟେରାକୋଟା କଳାକୃତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର,୮/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଚାଲିଥିବା ୭ ଦିନିଆ ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍” ଉଦ୍ଦଯାପିତ ହୋଇଯାଇଛି। ଉଦ୍ଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଲଳିତ କଳା ଏକାଡେମୀର ସଚିବ ଡ. ଦେବଯାନୀ ଭୁଇଆଁ ଯୋଗଦେଇ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହିତ ଏହା ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ…

Read More

ଧାନମଣ୍ଡି :ଚାଷୀ ପଞ୍ଜିକରଣ ସମ୍ପୂର୍ଣ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 07/09/2026:ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତର ସେବା ସମବାୟ ସମିତି ଲିଃର କୃଷକ ପଞ୍ଜିକରଣ ସମ୍ପୂର୍ଣ ହୋଇଯାଇଛି | ସମିତି ସଚିବ ବାପି ହାତୀ ଅନୁଯାଇ ଆଜି ପର୍ଯ୍ୟନ୍ତ 792ଚାଷୀ ଙ୍କର ପଞ୍ଜିକରଣ ହୋଇଯାଇଛି |ଆଜି 11ଘଟିକା 30ମିନିଟ ପର୍ଯ୍ୟନ୍ତ ତାଙ୍କ ପାଖରେ 792ଚାଷୀଙ୍କ ଆବେଦନ ଆସିଥିଲା ଏବଂ ସମସ୍ତଙ୍କୁ ପଞ୍ଜିକୃତ କରାଦିଆଯାଇଛି |ପ୍ରକାଶ ଥାଉ କି, ଗତ ବର୍ଷ ଏହି ସମିତିରେ 679ଚାଷୀ ପଞ୍ଜିକୃତ ହୋଇପାରିଥିଲେ…

Read More

ନାଇଜର ପାଳନ କଲା ପ୍ରତିଷ୍ଠା ଦିବସ; ବିଜ୍ଞାନ ଶିକ୍ଷା ଓ ଗବେଷଣା ଉତ୍କର୍ଷର ୨୦ ବର୍ଷ ପୂର୍ତ୍ତି

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୬/୯ : ଜଟଣୀ ଠାରେ ଅବସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବିଜ୍ଞାନ ଶିକ୍ଷା, ମୌଳିକ ଗବେଷଣା ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉତ୍କର୍ଷର ଯାତ୍ରାରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଅଧିକ ଗୁରୁତ୍ୱ ବହନ କରୁଛି, କାରଣ ନାଇଜର ଏହାର ପ୍ରତିଷ୍ଠାର…

Read More

ଖୋରଧା:ରାସ୍ତା ଉପରେ ଆବର୍ଜନା ପାଣି, ବଢୁଛି ଦୁର୍ଦ୍ଦଶା, ଘରର ଶୌଚାଳୟ ପାଣି ଡ୍ରେନକୁ ସଂଯୋଗ ନେଇ ଅଭିଯୋଗ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୬/୯: ଖୋରଧା ସହରର କଣ୍ଟାଛକ-ପାନବରଜ ରାସ୍ତାରେ ଡ୍ରେନ୍‌ର ଦୂଷିତ ପାଣି ରାସ୍ତା ଉପରେ ଜମି ରହୁଥିବାରୁ ଅଞ୍ଚଳବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ଦିନ କାଟୁଛନ୍ତି। କଣ୍ଟାଛକଠାରୁ ପାନବରଜ ଦେଇ ଲୋକେଶ୍ୱର ଦେବ ମନ୍ଦିର ନିକଟ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଦୂଷିତ ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ସହ ଯାତାୟାତରେ ସମସ୍ୟା ଦେଖାଦେଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଲ୍ଲା ହନୁମାନ…

Read More

କେନ୍ଦୁଝର:ଶୁଦ୍ଧିକ୍ରିୟା ପାଇଁ ସହଯୋଗ ର ହାତ ବଢ଼ାଇଲା ମାନବ ସେବା ଟ୍ରଷ୍ଟ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: ଦୁଃଖ ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ମାନବ ପ୍ରେମୀ ସେବା ଟ୍ରଷ୍ଟ l ଚମ୍ପୁଆ ନିକଟ ମଙ୍ଗଳ ପୁର ଗ୍ରାମର ସୁବାସ ଗିରି ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ମାତ୍ର ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ତ୍ରୀ ମେନକା ଗିରି ଶୁଦ୍ଧି କ୍ରିୟା ପାଇଁ ସମ୍ପୂର୍ଣ ଅସମର୍ଥ ଥିଲେ l ପରିବାରର ଏହି ଦୁଃଖଦ ଖବର ପାଇବା ପରେ…

Read More

କେନ୍ଦୁଝରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର,୮/୯,ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଆଜି ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବା ଏବଂ “ସମସ୍ତଙ୍କ ପାଇଁ ଶିକ୍ଷା”ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭରେ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏକ…

Read More

ପାଟଣା:ସବୁଜବନାନୀ କ୍ଲବର ୧୭ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ନେହା ଏଫ୍‌ସି ହିରାପଶି ଚମ୍ପିୟାନ, ବୋଲବମ୍ ବାଉଁଶୂଳୀ ରନର୍ସଅପ୍

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର, ୭/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର ଜମୁନାଳିଆଠାରେ ସବୁଜବନାନୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ତ୍ରିଦିବସୀୟ ବାର୍ଷିକ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।ଉଦଯାପନୀ ସମାରୋହରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟଅତିଥି ଏବଂ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି…

Read More

୭୧ଟି ନୂତନ ଭାବେ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିମନ୍ତେ ଏକ ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ୭୧ଟି ନୂତନ ଭାବେ ଉନ୍ନୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ-ତଥା-ଅଧ୍ୟକ୍ଷମାନଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବି.ଜେ.ବି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗୋଟିଏ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନଲାଇନ୍ ନାମଲେଖା ପ୍ରକ୍ରିୟା, ଅତିଥି ଅଧ୍ୟାପକ ଚୟନ ଏବଂ ଅନ୍ୟାନ୍ୟ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟାବଳୀ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଅବଗତ…

Read More

କାଲିମେଳା:ଏମଭି-୭୯ ପୋଲିସ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ରାଲି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୮/୦୯/୨୬ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଠାରେ ସୋମବାର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏମଭି-୭୯ ସ୍ଥିତ ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ଠାରୁ ଏମଭି-୭୯ ବଜାର ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ଏମଭି-୭୯ ଥାନା ଅଧିକାରିଣୀ ପୂର୍ଣିମା ଟେଟେଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଏବଂ କଲେଜର ପ୍ରାୟ…

Read More