ଖବର
ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ:ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ ଗତକାଲି ପୁରୀ ଗସ୍ତ କରିଥିବା ବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ…
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଶୁଭାରମ୍ଭ
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: • ୧୬ଟି ଜିଲ୍ଲାର ୩୪ ଜଣ ହସ୍ତଶିଳ୍ପୀଙ୍କ ଅଂଶଗ୍ରହଣ• ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ୩୩ଟି ଷ୍ଟଲ୍ର ଉଦ୍ଘାଟନ• “ଉତ୍କଳା” ବ୍ରାଣ୍ଡ ଅଧୀନରେ “ଶ୍ରୀ ଗଣେଶ” ଥିମ୍ରେ ମାଟି, କାଠ, ପଥର, ଟେରାକୋଟା, ଧାନ, ନଡ଼ିଆ କତା, ପିତ୍ତଳ, କଂସା ଓ ଅନ୍ୟାନ୍ୟ ସାମଗ୍ରୀରେ ନିର୍ମିତ ଗଣେଶ ମୂର୍ତ୍ତି, ପଟ୍ଟଚିତ୍ର ଓ ଗଣେଶ କଳାକୃତି ପ୍ରଦର୍ଶିତ ଭୁବନେଶ୍ୱର, ୦୮/୦୯/୨୦୨୬,ଆଜି ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ…
କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ସମୀକ୍ଷା:ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: କଟକ, ୦୮.୦୯.୨୦୨୬: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ…
ନିଶ୍ଚିନ୍ତକୋଇଲିରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ
ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର/ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ଛକ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ।ପୋଲିସ ପହଂଚି ବୁଝାସୁଝା ପରେ ହଟିଲା ରାସ୍ତାରୋକ।ଘଟଣା ରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚୟତ ସାଙ୍କିଲ ଗାଁ ର ରାହୁଲ ମଳିକ ନିତ୍ୟାନନ୍ଦ ମଳିକ ମାମୁଁ ଘର କେନ୍ଦ୍ରାପଡା ସଲାର କୁ ଯାଇ ରାତ୍ରି ରେ ଘରକୁ ଫେରୁଥିବା ଅବସ୍ଥାରେ ଅଜଣା ଗାଡି ଧକ୍କା ରେ ମୃ..ତ୍ୟୁ ବରଣ…
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ‘ସୁରକ୍ଷା ସେତୁ’ ମାର୍ଗଦର୍ଶିକା ଉନ୍ମୋଚିତ ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ “ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍” ଉନ୍ମୋଚିତ ହୋଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ…
କେନ୍ଦୁଝରର ସ୍କୁଲଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଓ ଗୁଣାତ୍ମକ ଶିକ୍ଷାର ନୂଆ ଅଧ୍ୟାୟ: ‘ଷ୍ଟାର୍ସ’ ମାଧ୍ୟମରେ ସୁଦୃଢ଼ ହେଉଛି ଶିକ୍ଷା ଭିତ୍ତିଭୂମି।
ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:କେନ୍ଦୁଝର ୦୮/୦୯: କେନ୍ଦୁଝର ଗ୍ରାମାଞ୍ଚଳର ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନର ଶୈଳୀ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି। କେବଳ ଘୋଷାପାଠ ନୁହେଁ, ବ୍ୟାବହାରିକ ଜ୍ଞାନ ସହ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଏହି ସ୍କୁଲଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଜିଲ୍ଲାରେ ‘ଷ୍ଟାର୍ସ’ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଏହି ସକାରାତ୍ମକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଘୋଷାପାଠ ଓ ପରୀକ୍ଷା କେନ୍ଦ୍ରିକ ସଂକୁଚିତ ଶିକ୍ଷା ପଦ୍ଧତିକୁ ଏଡ଼ାଇ ପିଲାଙ୍କ ମୌଳିକ ସୃଜନଶୀଳତା ଓ ବ୍ୟାବହାରିକ ଜ୍ଞାନର…
ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା :୮/୯,ଆଜି ପାଟଣା ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଏକ ରାଲି ର ଆୟୋଜନ କରାଯାଇ ଥିଲା।ଏହି ରାଲିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କୁମାର ରାୟ, କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟୀ ତ୍ରୀପାଠୀ ପ୍ରମୁଖା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସହ ଗ୍ରାମ ପରିକ୍ରମା କରି ସାକ୍ଷରତା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ…
ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ: ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାକୁ ସାମୂହିକ ପ୍ରୟାସର ଆହ୍ୱାନନୂଆପଡ଼ା, ତା. ୦୮/୦୯: ନୂଆପଡ଼ା ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ…
୭ ଦିନିଆ ଟେରାକୋଟା ପ୍ରଦର୍ଶନୀ ଉଦ୍ଦଯାପିତ:ଦର୍ଶକଙ୍କ ମନମୋହିଲା ରାଧା କୃଷ୍ଣଙ୍କ ମହା ରାହାସ, ରଥ ଓ ଜଗନ୍ନାଥଙ୍କ ସୃଜନଶୀଳ ଟେରାକୋଟା କଳାକୃତି
ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର,୮/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଚାଲିଥିବା ୭ ଦିନିଆ ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍” ଉଦ୍ଦଯାପିତ ହୋଇଯାଇଛି। ଉଦ୍ଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଲଳିତ କଳା ଏକାଡେମୀର ସଚିବ ଡ. ଦେବଯାନୀ ଭୁଇଆଁ ଯୋଗଦେଇ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହିତ ଏହା ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ…


Total Users : 6835