Headlines

ବାଫ୍ଲାମାଳିରୁ କୋଟି କୋଟିର ବକ୍ସାଇଟ୍‌ ଲୁଟ୍‌, ସ୍ଥାନୀୟ ଯୁବକଙ୍କ କେରଳର ଦାଦନ ଯାତ୍ରା

ପ୍ରଶାସନର ନାକ ତଳେ ଖୁଲମ୍‌ଖୁଲା ଶ୍ରମିକ ଚାଲାଣ: ସବୁ ଜାଣି ବି ଚୁପ୍‌ ବ୍ଲକ୍‌ ପ୍ରଶାସନ, ପୋଲିସ ଓ ଶ୍ରମ ବିଭାଗ ଦୁର୍ଗା କୀର୍ତ୍ତି / ଥୁଆମୂଳ ରାମପୁର,/ ସମୀକ୍ଷା ନ୍ୟୁଜ: ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ ପଡ଼ିଛି। ଗୋଟିଏ ପଟେ ବାଫ୍ଲାମାଳି ପାହାଡ଼ରୁ ଲକ୍ଷ ଲକ୍ଷ ଟନ୍‌ ବକ୍ସାଇଟ୍‌ ଖନନ କରି ଶିଳ୍ପ ସଂସ୍ଥା ଓ ସରକାର…

Read More

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” । ଏହି କଥାର ମହତ୍ୱକୁ ମର୍ମେମର୍ମେ ହୃଦୟଙ୍ଗ କରିଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ଯୋଗେଶ୍ୱର ପଧାନ ।ମେଟ୍ରିକ୍ ପଢୁଥିବା ସମୟରେ ବାପା ରାଜନ ପଧାନ ଙ୍କ ସହିତ ନିଜ ବିଲକୁ ଯାଇ ବାପାଙ୍କ ପରିଶ୍ରମକୁ ଦେଖି ପିଲାଟି…

Read More

ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କ ବିୟୋଗ

ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ଭୁବନେଶ୍ୱର/ସମୀକ୍ଷା ନ୍ୟୁଜ/ ୯।୯: ଓଡ଼ିଶା ଶ୍ରମ ବିଭାଗର ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କର ୯୬ ବର୍ଷ ବୟସରେ ବୁଧବାର ସକାଳେ ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିଲେ।ପୁରୀ ଶ୍ରୀମୁକୁନ୍ଦପୁରରେ ଜନ୍ମିତ ସ୍ୱର୍ଗତ ତ୍ରିପାଠୀ ଓଡ଼ିଶାରେ ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଅତ୍ୟନ୍ତ ଧାର୍ମିକ, ପରୋପକାରୀ…

Read More

ଡିଜିଟାଲ ଯୁଗରେ ଖୁଚୁରା ସମସ୍ୟା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୮/୯/୨୦୨୬ – ଗାଁ ଗହଳିରେ ଏବେ ପ୍ରାୟତଃ ଖୁଚୁରା ପଇସା ମିଳିବା ମୁସ୍କିଲ ହେଲାଣି । ଅନେକ ସ୍ଥାନରେ ଟଙ୍କିକିଆ ବା ୨ଟଙ୍କିଆ ପ୍ରଚଳନ ମଧ୍ୟ କୁଚୁରା ଦୋକାନୀ ବନ୍ଦ କରିଦେଲେଣି । ଏଣୁ ଏବେ ଏଭଳି ପରିସ୍ଥିତି ନେଇ ଦୋକାନୀ ଓ ଗ୍ରାହକ ମଧ୍ୟରେ ସମସ୍ୟା ଉପୁଜିଛି । ଡିଜିଟାଲ ପେମେଂଟ ମାଧ୍ୟମରେ ଅଧିକାଂଶ ଆପ ଦ୍ୱାରା କ୍ୟୁଆର କୋର୍ଡ଼ ବ୍ୟବହାରରେ ଦୋକାନରେ ପଇସା ନେଉଥିବା ମଧ୍ୟ…

Read More

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି ଲକ୍ଷ୍ୟ ରଖିଛି

ଝାରସୁଗୁଡ଼ା/ ସମୀକ୍ଷା ନିୟୁଜ/ ୮ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍‌ଟେକ୍ ଇନ୍‌କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍‌ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବ। ଝାରସୁଗୁଡ଼ାରେ ଆୟୋଜିତ ବେଦାନ୍ତ ଆଲୁମିନିୟମ୍‌ର ପ୍ରଯୁକ୍ତି ପ୍ରଦର୍ଶନୀ ‘ମେଟାଲଭର୍ସ’ରେ ଡିପ୍‌ଟେକ୍ ସମାଧାନ ପ୍ରୟୋଗ ପାଇଁ ଏକାଧିକ ବୁଝାମଣାପତ୍ର (ଏମ୍‌ଓୟୁ) ଘୋଷଣା କରାଯାଇଛି। ଏହି ଅବସରରେ ଓପନଏଆଇ, ମାଇକ୍ରୋସଫ୍ଟ ଓ…

Read More

ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିକୁ ସ୍ବୟଂଶାସିତ ମାନ୍ୟତା

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ : ସାଲେପୁର, ୭।୯ (ନି ପ୍ର): ସାଲେପୁର ଅଞ୍ଚଳର ଏକମାତ୍ର ବୈଷୟିକ ଶିକ୍ଷା ଅନୁଷ୍ଠାନ “ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜି’ (ଆଇପିଟି) କୁ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ (ୟୁଜିସି) ସ୍ବତନ୍ତ୍ର ବର୍ଗରେ ସଫ ସ୍ବୟଂଶାସିତ 1 ଅନୁଷ୍ଠାନ (ଅ (ଅଟୋନୋମସ ମସ ଷ୍ଟାଟସ) ଷ୍ଟାଟ ଭା ଭାବେ ଓଡ଼ିଶା ୟୁନିଭରସିଟି ଅପ୍ ହେଲ୍‌ଥ ସାଇନ୍ସ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ମାନ୍ୟତା ଦ୍ବାରା ଆଗାମୀ…

Read More

ମାଲକାନଗିରି: ବିଚାରାଧୀନ କଏଦୀଙ୍କ ମୃତ୍ୟୁ,ମେଡିକାଲ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୯/୦୯/୨୬ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତ କଏଦୀଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣି ମୃତଦେହ ସହ ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା…

Read More

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୯/୦୯/୨୬/_ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ଥାଳି ପାଉଚାରେ ଅନିୟମିତତା ଏବଂ ବିଭିନ୍ନ ଦାବି ନେଇ ୦୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ​ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୦୭:୦୦ ଘଟିକାରୁ ସନ୍ଧ୍ୟା ୦୭:୦୦ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ। ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ସେମାନେ…

Read More

ପୁଣି ଚର୍ଚ୍ଚାରେ ଉଦଳା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ: କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୮/୦୯/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡାନ୍ତର୍ଗତ ରାଢ଼ୋସ୍ଥିତ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କ ବିରୋଧରେ ସରକାରୀ ଅନୁଦାନ ଓ କଲେଜ ପାଣ୍ଠିରୁ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କଲେଜ କର୍ମଚାରୀମାନେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।…

Read More

ବାଲିକୁଦା:5ପ୍ରାଣୀ, ଘର ଗୋଟିଏ , କେବେ ମିଳିବ ଘର

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:ଜଗତସିଂହପୁର, 09/09/2026: ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତଅନନ୍ତପୁର ଗ୍ରାମ ପଞ୍ଚାୟତର ଓଅନନ୍ତପୁର ଗ୍ରାମର ବିକ୍ରମ କାଣ୍ଡି, ତାଙ୍କର ଦୁଇ ପୁଅ, ଜଣେ ବିବାହିତ ପୁଅ ଓ ବୋହୁ ଓ ଜଣେ ଅବିବାହିତ, ତାଙ୍କର ମାତ୍ର ଗୋଟିଏ ଘର ଅଛି | ଆଉ ଗୋଟିଏ ପୁଅ ତାର ବୟସ 29 ବର୍ଷ ତାର ସେହି ଘର ବାରଣ୍ଡା | ବିକ୍ରମ ଓ ତାଙ୍କ ସହଧର୍ମିଣୀ ମିଶି ଏହି କୁଡ଼ିଆରେ ରହୁଛନ୍ତି |ସମାଜର ପଛୁଆ ଧାଡ଼ିର…

Read More