Headlines

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୯/୦୯/୨୬/_ (ସମୀକ୍ଷା ନ୍ୟୁଜ):

​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ଥାଳି ପାଉଚାରେ ଅନିୟମିତତା ଏବଂ ବିଭିନ୍ନ ଦାବି ନେଇ ୦୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି।


​ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୦୭:୦୦ ଘଟିକାରୁ ସନ୍ଧ୍ୟା ୦୭:୦୦ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ। ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ସେମାନେ ମୁଖ୍ୟତଃ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରିଛନ୍ତି:
​ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗ ଭତ୍ତା ହିତାଧିକାରୀମାନଙ୍କୁ ପୂର୍ବଭଳି ପଞ୍ଚାୟତରେ ନଗଦ କ୍ୟାସ୍ ଆକାରରେ ଭତ୍ତା ଟଙ୍କା ପ୍ରଦାନ କରାଯାଉ।
​ଦୀର୍ଘ ୨ ବର୍ଷ ହେବ ନୂଆ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଆବେଦନକୁ ତୁରନ୍ତ ମଞ୍ଜୁର କରାଯାଉ।
​୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ୍ ଜରିଆରେ ଟଙ୍କା ପ୍ରଦାନ ପ୍ରକ୍ରିୟା ବନ୍ଦ କରାଯାଉ।
​ସମସ୍ତ ହିତାଧିକାରୀଙ୍କୁ ମାସିକ ୩,୦୦୦/- (ତିନି ହଜାର) ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉ।
​ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜନସାଧାରଣ ଏବଂ ୯ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦେଇ ସରକାର ଓ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *