Headlines

ଏବେ ବଦଳିବ ବଣ୍ଡା ଘାଟି ସୀତାକୁଣ୍ଡର ରୂପରେଖ: ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୨/୦୮/୨୫: ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଣ୍ଡା ଘାଟି ଅନ୍ତର୍ଗତ ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡର ସାମଗ୍ରିକ ବିକାଶ ଓ ପର୍ଯ୍ୟଟନର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସ୍ୱୟଂ ସୀତାକୁଣ୍ଡ ପରିଦର୍ଶନ କରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ସ୍ଥାନୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।…

Read More

ଅରୂପା ତରଫରୁ ମାଲକାନଗିରି ଠାରେ ପ୍ରଥମ ଥର ପାଇଁ ବାଣିଜ୍ୟ ମେଳା-୨୦୨୬

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୨/୦୮/୨୬: ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ ‘ଅରୂପା’ ତରଫରୁ ପ୍ରଥମ ଥର ପାଇଁ ମାଲକାନଗିରିରେ ଏକ ବିଶାଳ ବାଣିଜ୍ୟ ମେଳା ଆୟୋଜିତ ହୋଇଯାଇଛି। ‘ଅରୂପା’ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ସଂସ୍ଥା, ଯାହା ୧୯୯୦ ମସିହାରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କାରିଗର,ବୁଣାକାର କୃଷକ ଏବଂ MSME ସେକ୍ଟରର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି।​ବିଶେଷ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହସ୍ତଶିଳ୍ପ ମେଳା ଆୟୋଜନ କରି…

Read More

ହଳଦୀ ଚାଷ ବଦଳାଉଛି ମାଓଗଡ଼ର ଚିତ୍ର : ବର୍ଷକୁ ଉତ୍ପାଦନ ୬ ମେଟ୍ରିକ୍ ଟନ୍, ୨୦ କୋଟିର ବ୍ୟବସାୟ ୬ରୁ ୨ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଓଗଡ଼ ଆତଙ୍କ ଓ ଗଞ୍ଜେଇ ଚାଷ ପାଇଁ ଖ୍ଯାତି ଅର୍ଜନ କରିଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ଏବେଧୀରେ ଧିରେ ଧିରେ ବଦଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିବା ବିଚ୍ଛିନ୍ନାଞ୍ଚଳ ବିକାଶର ଧାରାରେ ଯୋଡ଼ି ହେଉଛି। ପାଇଛି ଏବେ ଏକ ନୂତନ ପରିଚୟ। ହଳଦୀ ଚାଷ କରି ଅଞ୍ଚଳର ଶତାଧିକ ପରିବାର ଏବେ ସ୍ବାବଲମ୍ବୀ ହୋଇଛନ୍ତି । ବର୍ଷକୁ ଉତ୍ପାଦନ ହେଉଛି ୬ ହଜାର ମେଟ୍ରିକ୍ ଟନ୍…

Read More

ଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳର ବଣ୍ଡା ମହିଳାମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ୍ ରାଜଶିର୍କେଏହି ତାଲିମ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ବିଷୟରେ ଦକ୍ଷତା ବିକାଶ…

Read More

କଳାହାଣ୍ଡି :ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ସମନ୍ୱୟ ବୈଠକ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ୨୧/୦୮/୨୦୨୬ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନୁକୂଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।ଏହି ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ,…

Read More

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଷ୍ଟିଲ୍‌ର ୫ ଏମଟିପିଏ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ୧୨ଟି ଗ୍ରାମସଭା ସମାପ୍ତ

ନିରଞ୍ଜନ ପାଣି/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ବ୍ୟୁରୋ/କେନ୍ଦୁଝର:, ୨୧ ଅଗଷ୍ଟ ୨୦୨୬: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତାବିତ ବାର୍ଷିକ ୫ ମିଲିୟନ ଟନ ଉତ୍ପାଦନକ୍ଷମ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ ୧୨ଟି ଗ୍ରାମରେ ଗ୍ରାମସଭା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି।ଆଜି ଯମୁନାପୋଷୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯମୁନାପୋଷୀ ଗ୍ରାମରେ ଆୟୋଜିତ ଗ୍ରାମସଭା ସହିତ…

Read More

ମୟୂରଭଞ୍ଜ:ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସତ୍ତ୍ବେ ବଡାମପଦା-ବାଘିଆଗଡି ରାସ୍ତା ମରଣଯନ୍ତା: ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ସମୀକ୍ଷା ନ୍ୟୁଜ:ମୟୂରଭଞ୍ଜ ଜିଲ୍ଲା ​କପ୍ତିପଦା ବ୍ଲକ ଜାମବଣୀ ପଞ୍ଚାୟତ ବଡାମପଦା ଠାରୁ ବାଘିଆଗଡି ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସି ଜୁନ୍ ମାସରେ କାମ ସରିଥିବା ନେଇ ଫଳକ ଲାଗିଥିଲେ ମଧ୍ୟ ବାସ୍ତବରେ ରାସ୍ତାଟି ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ରହିଛି।​ଏହି ରାସ୍ତା ଉପରେ ତିନୋଟି ଗାଁର ୩୦୦ ପରିବାର ନିର୍ଭର କରୁଥିବାବେଳେ ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯା’ଆସ କରିପାରୁନାହିଁ। ଫଳରେ…

Read More

କଳାହାଣ୍ଡି:ପାଷ୍ଟିକୁଡ଼ି CHCରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ସ୍ଥାନୀୟଙ୍କ ଅଭିଯୋଗ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା : ଜିଲ୍ଲାର ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ରୋଗୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ପରେ ହସ୍ପିଟାଲର OPD ବନ୍ଦ ହୋଇଯାଇଥିବା ଏବଂ ମେଡିକାଲ୍ ଷ୍ଟାଫ୍‌ମାନେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ପଚାରାଯାଇଥିଲେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ନିରବଚ୍ଛିନ୍ନ ଚିକିତ୍ସାସେବା ଯୋଗାଇଦେବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Read More

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀ ଶଙ୍କର ମିଶ୍ର/ ବରିଷ୍ଠ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ ବଡ଼ସାହି ୨୦/୮: ବିଗତ ଲଗାଣ ବର୍ଷାରେ ତିନି ତିନି ଥର ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲ୍ହୁଆ ନଦୀର ବନ୍ୟାଜନିତ କ୍ଷୟକ୍ଷତି ବ୍ୟାପକ ହେବା ସହିତ ଚାଷୀଙ୍କୁ ଅନେକ କ୍ଷତି ପହଁଚାଇଛି ଏବଂ ନଈ ଆଡିବନ୍ଧ ଭାଙ୍ଗି ଗୃହପାଳିତ ପଶୁ ସହ ଅନେକଙ୍କୁ ବାସହୀନ କରିଛି । ଏହି ସମସ୍ୟାର ସଠିକ ତଦନ୍ତ ସହ କ୍ଷତିଭରଣା ଓ ସ୍ଥାୟୀ ସମାଧାନ ଲାଗି ମାନଗୋବିନ୍ଦପୁର ପଞ୍ଚାୟତ ସମେତ ଶାଳଗାଁ, ଚନ୍ଦନପୁର…

Read More

ଆକସ୍ମିକ କ୍ଷେତ୍ର ପରିଦର୍ଶନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା ୨୦.୮.୨୦୨୬: ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ତଦାରଖ ପାଇଁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ବ୍ଲକର ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଦିଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ…

Read More