Headlines

କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୫/୦୮: ଭବାନୀପାଟଣା: ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଚାଷୀଙ୍କ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ବୈଜ୍ଞାନିକ ଚାଷ ପଦ୍ଧତି, ଫସଲର ଉଚିତ ପରିଚାଳନା ଏବଂ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୃଷି ବିଭାଗର ମୂଳସ୍ତରୀୟ କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନ ରହି ନିୟମିତ ଭାବେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆବଶ୍ୟକ। ଚାଷୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କିସାନ କଲ୍ ସେଣ୍ଟର ମାଧ୍ୟମରେ କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ନିୟମିତ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇ କୃଷି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ।ସେହିପରି, ଚାଷୀମାନେ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ଉଚିତ ସମୟରେ ବିକ୍ରୟ କରିପାରିବା ପାଇଁ ଉପଖଣ୍ଡସ୍ତରରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀତଳ ଭଣ୍ଡାର ବ୍ୟବସ୍ଥା ବୃଦ୍ଧି ହେଲେ ଫସଲ ନଷ୍ଟ ହ୍ରାସ ପାଇବା ସହ ଚାଷୀମାନେ ଉଚିତ ମୂଲ୍ୟ ପାଇ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ଅଜୟ ପ୍ରଧାନଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Read More

ଚିକିଟୀ: ଅଟୋ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ତିନି ଯୁବକ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କୁକୁଟବନ୍ଧ ନିକଟ ମୁଖ୍ୟ ରାସ୍ତା ରେ ଯାଉଥିବା ଏକ ଅଟୋ କୁ ଅଟକାଇ ସେଥିରେ ବସିଥିବା ଲୋକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ଧମକ ଦେଇ ସେମାନଙ୍କ ପାଖରୁ ୨୨୦୦ ଟଙ୍କା ଜୋର ଜବରଦସ୍ତ କରି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ବମୋକେଇ ଗ୍ରାମର କାମନା ସେଠୀ ଓ ତାଙ୍କ…

Read More

ହର୍ ଘର୍ ତ୍ରିରଙ୍ଗା : ଜନସାଧାରଣଙ୍କୁ ବାଲିଗୁଡ଼ା NAC ର ଆହ୍ବାନ

ମହେଶ୍ୱର ଦିଗାଳ / ଡିଭିଜନାଲ ସାମ୍ବାଦିକ / ସମୀକ୍ଷା ନିୟୁଜ /ବାଲିଗୁଡ଼ା ତା – ୧୩/୦୮/୨୦୨୬ : ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ ଶ୍ରମ ଦେଶରେ ୮୦ ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ – ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତାରାମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ବ୍ୟାପି ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ସଭା ଯାତ୍ରା ବାଲିଗୁଡ଼ା NAC ଠାରୁ କଲେଜ ରୋଡ୍ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା…

Read More

ମାଲକାନଗିରି ମାଥିଲି ଆଇ.ଟି.ଆଇ.ରେ ଇ-ବାହନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ରଖିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୪/୦୮/୨୬: ମାଲକାନଗିରି ଜିଲ୍ଲାର ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ ର ସେଣ୍ଟର ଅଫ୍ ଏକ୍ସିଲେନ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏହାସହ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଏକ ଇଞ୍ଜିନିୟରିଂ ଡ୍ରଇଂ…

Read More

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୩/୮: କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିରେ ନଦୀକଡ଼ ବାସୀଙ୍କ ଅବସ୍ଥା ସୁଧୁରି ନଥିବା ସମୟରେ ପୁଣି ଦୁଃଖ ଆଣିଛି ପ୍ରବଳ ବର୍ଷା ଓ ବନ୍ୟା । ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ସମୟରେ ଜିଲ୍ଲା ଦେଇ ପ୍ରବାହିତ ସମସ୍ତ ନଦୀ, ନାଳ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ…

Read More

ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେଵ ଉନ୍ନତିକରଣ ଓ ସମ୍ପ୍ରସାରଣ

ନିରଞ୍ଜନ ପାଣି/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ବ୍ୟୁରୋ/କେନ୍ଦୁଝର: ଆଉ କିଛି ଦିନ ପରେ ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେଵ ଉନ୍ନତିକରଣ ଓ ସମ୍ପ୍ରସାରଣ। ଏନେଇ କେନ୍ଦୁଝରବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦୁଝର ସ୍ଥିତ ରାଇସୁଆଁ ଏୟାରଷ୍ଟ୍ରିପ୍‌ର ହେବ ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ହେଵ ଗ୍ରାମ ସଭା। ଏନେଇ ଦୁଇ ଦିନ ଜିଲ୍ଲା ପ୍ରସାଶନ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି। ରାଇସୁଆଁ ଏଆରଷ୍ଟ୍ରିପ ପାଇଁ ଗୋପୀନାଥପୁର ପଞ୍ଚାୟତର ଦୁଇଟି ଗାଁର ୬୧ ଏକର ୨୩୯ ଡିସିମିଲ…

Read More

ରାଉରକେଲା : ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା /ରାଉରକେଲା, ୧୨ ଅଗଷ୍ଟ ୨୦୨୬: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।…

Read More

ଗାଁରେ ପୋଖରୀରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର କୁମ୍ଭୀର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୩/୦୬/୨୬: କିଛି ଦିନ ତଳେ ବାଲିମେଳା ବନ୍ୟାଞ୍ଚଳ ଅଧିନସ୍ଥ ଏମଭି -୧୦୪ ଗ୍ରାମର ମହାଦେବ ମଣ୍ଡଳଙ୍କ ପୋଖରୀରେ ଏକ ୪ ଫୁଟ ଲମ୍ବର କୁମ୍ଭୀର ପ୍ରବେଶ କରିଥିବା ଦେଖିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗ ସୂଚନା ଦେବା ପରେ ବନକର୍ମଚାରୀମାନେ ଜାଲକୁ ନେଇ ପୋଖରୀ ମଧ୍ୟରେ ପହଞ୍ଚି ଥିଲେ କିନ୍ତୁ କୁମ୍ଭୀରକୁ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ । ଦୁଇ ଦିନର ଆକ୍ରାନ୍ତ…

Read More

କେନ୍ଦୁଝରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆୟୋଜିତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : କେନ୍ଦୁଝର,୧୨/୦୮:ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା, ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଗଭୀର ସମ୍ମାନ ଓ ଆଦର ସୃଷ୍ଟି କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବର ବାର୍ତ୍ତାକୁ ଜିଲ୍ଲାର କୋଣ-ଅନୁକୋଣରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।ଏହି ଆଭିମୁଖ୍ୟକୁ ନେଇ ଆଜି…

Read More

ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗ୍ରସ୍ତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ବିଜୟ ଭୂଷଣ ନନ୍ଦଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ତା ୧୦.୦୮.୨୦୨୬ ରିଖରେ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ(ପିଏଲ୍ଏଫ୍ଏସ୍)କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ I ପରେ ଘଟଗାଁ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ…

Read More