OAS ଭୀମସେନ୍ ଟୁଡୁ ଚାକିରୀରୁ ନିଲମ୍ବନ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଠୋର କାର୍ଯ୍ୟାନୁଷ୍ଠାନ
କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ସମୀକ୍ଷା) ଯଶୋବନ୍ତ ପରିଡା
ଓଡ଼ିଶାର ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା ଏହି ମାମଲାରେ ଅଭିଯୁକ୍ତ ଓଏଏସ୍ (OAS) ଅଫିସର ଭୀମସେନ ଟୁଡୁଙ୍କୁ ଚାକିରିରୁ ବରଖାସ୍ତ (Dismissal) କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୀମସେନ ଟୁଡୁଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫା, ବିଶେଷକରି ବିଏନଏସ୍ (BNS) ର ଧାରା ୬୯ (ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା) ଏବଂ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା (Abetment of suicide) ଭଳି ମାମଲା ରୁଜୁ ହୋଇଛି। ଏହି ଗୁରୁତର ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି। ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଭୀମସେନ ଟୁଡୁଙ୍କ ନାମରେ ଅଭିଯୋଗ ଆସିଥିଲା। ପୋଲିସ ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଛି।


Total Users : 565