Headlines

ଅବକାରୀ ବିଭାଗର ବଡ଼ ସଫଳତା; ୪୦ ଲକ୍ଷ ଟଙ୍କାର ୪୦୦ କେଜି ଗଞ୍ଜେଇ ଜବତ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ଉଦ୍ୟମ ବିଫଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୩୦/୦୮/୨୬
ମାଲକାନଗିରି ଜିଲ୍ଲାରେ ଚାଲୁଥିବା ବିଶେଷ ଅଭିଯାନ ଅବସରରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଅବକାରୀ ଅଧୀକ୍ଷକ ଶ୍ରୀ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ତା ଅବକାରୀ ଟିମ୍ ପକ୍ଷରୁ ପେପରମେଟଲା ଥାନା ଅଧୀନସ୍ଥ ଧୂଳିପୁଟ ଗ୍ରାମ ପଂଚାୟତର ସୁରୁବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।
​ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୦୦ କେଜି ଗଞ୍ଜେଇ ବସ୍ତା ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି। ଉକ୍ତ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


​ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିବାରୁ ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏକ ଅଜଣା/ଅନକ୍ଲେମ୍ NDPS ମାମଲା ରୁଜୁ କରାଯାଇଛି। ଘଟଣାର ମୁଖ୍ୟ ଚାଲାଣକାରୀ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଗଭୀର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
​ଏହି ଚଢ଼ାଉ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ସନ୍ତୋଷ ବଳଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସଂପାଦିତ ହୋଇଥିଲା।
​ଏହି ଅଭିଯାନରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ତେଜରାଜ ଗହୀର, ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ।
​ଚାଲୁଥିବା ବିଶେଷ ଅଭିଯାନ ଅଧୀନରେ ୪୦୦ କେଜି ଗଞ୍ଜେଇ ଜବତ ହେବା ଅବକାରୀ ବିଭାଗର ଚୋରା ନିଶାଦ୍ରବ୍ୟ ଚାଲାଣ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ଅଟେ।

Leave a Reply

Your email address will not be published. Required fields are marked *