Headlines

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ପଦ୍ମପୁର,୨୮।୮ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡ ରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ। ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ଯଥାରୀତି ନୀତିକାନ୍ତି ସମ୍ପନ୍ନ କରାଯାଇ ନବାନ୍ନ ଅର୍ପଣ କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାର ଜନ ସାଧାରଣ ନୂଆଖାଇ ପର୍ବ ପାଳନ କରିବେ।

ନୂଆଖାଇ ଲଗ୍ନ ଧାର୍ଯ୍ୟ ସମୟରେ ପଣ୍ଡିତ ରଙ୍କମଣି ଦେବତା, ପଣ୍ଡିତ ସୁବାଷ ଦେବତା, ପଣ୍ଡିତ ପ୍ରେମାନନ୍ଦ ଦେବତା, ପଣ୍ଡିତ ସୁବଳ ପଣ୍ଡାଙ୍କ ସମେତ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକ, ମାତୃ ପ୍ରସାଦ ରଥ ଓ ମନ୍ଦିରର କୂଳ ପୁରୋହିତ ସୁନୀଲ ପୁରୋହିତ, ଭଣ୍ଡାର ମୋହରୀ ସତ୍ୟଭୂଷଣ ପୁରୋହିତ ଉପସ୍ଥିତ ଥିଲେ। ମନ୍ଦିର ବୋର୍ଡ ପକ୍ଷରୁ ଧାର୍ଯ୍ୟ ଲଗ୍ନ ଅନୁସାରେ ପଶ୍ଚିମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ନୂଆଖାଇ ପାଳନ କରିବାକୁ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *