ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ତାଳଚେର:

ଉତ୍ତର କେନ୍ଦ୍ରାଞ୍ଚଳ (ତାଳଚେର) ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ (୨୦୦୪ ବ୍ୟାଚ୍ ଆଇପିଏସ୍) ନୂତନ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଶ୍ରୀ ସତ୍ୟବ୍ରତ ଭୋଇ ଉତ୍ତର କେନ୍ଦ୍ରାଞ୍ଚଳର ଆଇଜିପି ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାଙ୍କର ନୂତନ ପଦବୀ ଭାବେ ସେ ଓଡ଼ିଶା ପୋଲିସର ଇଣ୍ଟେଲିଜେନ୍ସ (ଗୁଇନ୍ଦା ବିଭାଗ) ଆଇଜିପି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।
ଅନ୍ୟପକ୍ଷରେ, ୨୦୧୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଶ୍ରୀ ଆଶିଷ କୁମାର ସିଂହ ଉତ୍ତର କେନ୍ଦ୍ରାଞ୍ଚଳର ନୂତନ ଡିଆଇଜି ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନୂତନ ଦାୟିତ୍ୱରେ ସେ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଓ ଜନସାଧାରଣଙ୍କ ସେବାକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।
ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମର କିଛି ବିଶେଷ ଫଟୋ ଓ ଭିଡିଓ ସମୀକ୍ଷା ନ୍ୟୁଜ୍ ଦର୍ଶକଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି।


Total Users : 3741