Headlines

ଚିକିଟୀ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ରେ ରୁଦ୍ର ପ୍ରଥମ, ଶାନ୍ତୁନୁ ଦ୍ଵିତୀୟ

ଅକ୍ଷୟ କୁମାର ସାହୁ/ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ – ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୩-୨୪ ଓ ୨୦୨୪-୨୫ ର ଫଳାଫଳ ପ୍ରକାଶ ପାଇଛି l ଏଥିରେ ନୂଆପଡା ଗ୍ରାମ ସ୍ଥିତ ସାନ୍ଦୀପନି ବିଦ୍ୟା ନିକେତନ ର ଛାତ୍ର ୨୦୨୩-୨୪ ରେ ଶାନ୍ତୁନୁ କୁମାର ପାଣିଗ୍ରାହୀ ଦ୍ଵିତୀୟ ସ୍ଥାନ ରଖିଥିବା ବେଳେ ୨୦୨୪-୨୫ ରେ ଛାତ୍ର ରୁଦ୍ର ପ୍ରସାଦ ସାହୁ ପ୍ରଥମ ସ୍ଥାନ ରଖିଥିବା ବିଇଓ ଙ୍କ କାର୍ଯ୍ୟାଳୟରୁ ଜଣାପଡିଛି l ଉକ୍ତ ଅନୁଷ୍ଠାନର ପରିଚାଳକ ପ୍ରକାଶ ଚନ୍ଦ୍ର ସାହୁ ଉଭୟ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ତାଙ୍କ ବାପା ମା ଏବଂ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l ସୂଚନାଯୋଗ୍ୟ ଉକ୍ତ ବ୍ଲକରେ ସମୁଦାୟ ୯୩ ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ରହିଥିବା ବେଳେ ୨୦୨୩-୨୪ ଓ ୨୦୨୪-୨୫ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ୨୦୨୩-୨୪ ରେ ୨୮ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ବେଳେ ୨୦୨୪-୨୫ ରେ ୨୧ ଟି ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି l

Leave a Reply

Your email address will not be published. Required fields are marked *