Headlines

ଧଉଳିରେ ବିଘ୍ନରାଜଙ୍କ ନିଆରା ଇକୋଫ୍ରେଣ୍ଡଲି ମୂର୍ତ୍ତିପୂଜା

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର

ଭୁବନେଶ୍ୱର ,ତା.୧୪/୦୯/୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଅଗ୍ରପୂଜ୍ୟ ଗଜାନନଙ୍କ ନିଆରା ମୂର୍ତ୍ତୀ । ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ମନ୍ଦିର ମୂର୍ତ୍ତି ଶୈଳୀରେ ଗଜାନନଙ୍କ ଏହି ମୃଣ୍ମୟ ମୂର୍ତ୍ତିକୁ ଅଖା , ସୁରୁଲି ଓ ଅନ୍ୟାନ୍ୟ ସାମଗ୍ରୀରେ ଖୁବ୍ ସୁନ୍ଦର ଭାବରେ ତିଆରି କରିଛନ୍ତି ଏହି ନିଆରା ମୂର୍ତ୍ତି । ୮ ଫୁଟ ଉଚ୍ଚର ଏହି ନିଆରା ମୂର୍ତ୍ତିକୁ ମହାବିଦ୍ୟାଳୟର ୧୫ ଜଣ ଶିଳ୍ପୀଙ୍କୁ ଗଢ଼ିବାକୁ ୧୪ ଦିନ ସମୟ ଲାଗିଥିଲା।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ,ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ଯୋଗଦେଇ ଗଜାନନଙ୍କ ପୂଜାର୍ଚ୍ଚନା କରିବା ସହିତ ଛାତ୍ରଛାତ୍ରୀଙ୍କ ଏହି ନିଆରା ମୂର୍ତ୍ତି ତିଆରିକୁ ଭୂୟସୀ ପ୍ରଶଂସା କରିଥିଲେ l ମହାବିଦ୍ୟାଳୟର ଛାତ୍ର ଦେବରାଜ ମହାରଣା,ବୃନ୍ଦାବନ ପଣ୍ଡା, ଶୁଭମ ଦାସ,ଦୀପକ କୁମାର ସାହୁ,ସିରାଜ୍ଦୌଲା ନାୟକ,ଆକାଶ ମେହେର,ବିଭୂତି କୁମାର ଚିନ୍ନରା,ପ୍ରଦତ୍ତ ଭୋକ୍ତା,ପ୍ରୀତିନନ୍ଦା ସାହୂ ,ରୌମ୍ୟ ନିଶାନ୍ତ,ଅରବିନ୍ଦ ପାତ୍ର,ସତ୍ୟଜିତ୍ ନାଥ ଶର୍ମା,ସୂରଜ ବିଶୋଇ,ସୂର୍ଯ୍ୟାଂଶୀ ମହାପାତ୍ର,ମନୀଷା ଗୁରୁ,ବିଷ୍ଣୁପ୍ରିୟା ଦାସ,ଇପ୍ସିତା ଘୋଷ ,ଶୁଭସ୍ମିତା ନାୟକ ଆଦିଙ୍କ ପରିଶ୍ରମରେ ସୁନ୍ଦର କାରୁକାର୍ଯ୍ୟ ଦ୍ୱାରା ଏହି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ତିଆରି ହୋଇଥିଲା ଯାହା ଦର୍ଶକଙ୍କ ମନ ମୋହିଥିଲା ।ଏହି ମୂର୍ତ୍ତିରେ କୌଣସି ରାସାୟନିକ ଦ୍ରବ୍ୟ, ଜରି ,ଚୁମୁକି କିମ୍ବା ରାସାୟନିକ ରଙ୍ଗ ଲାଗିନଥିଲା।ପ୍ରକାଶ ଥାଉକି ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଗତ ୨୦ ବର୍ଷ ଧରି ଏହିପରି ଅଲଗା ଅଲଗା ଇକୋଫ୍ରେଣ୍ଡଲୀ ମୂର୍ତ୍ତି ତିଆରି କରି ଓଡ଼ିଶାର କଳା ଓ ସଂସ୍କୃତିର ଗାରିମା ବୃଦ୍ଧି ସହ ପ୍ରଦୂଷଣ ମୁକ୍ତ ସୁନ୍ଦର ପୃଥିବୀ ଗଢ଼ିବାର ବାର୍ତ୍ତା ଦେଇ ଆସୁଛନ୍ତି।ଏହି ଅବସରରେ ବସନ୍ତ ପ୍ରଧାନ,ପ୍ରଫୁଲ୍ଲ ପ୍ରଧାନ, ପ୍ରବୀର୍ ଦଳାଇ ,ବିଚିତ୍ର କାଣ୍ଡି ଓ ସ୍ଥାନୀୟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହିତ କଳାକ୍ଷେତ୍ରରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *