Headlines

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା ପାଳନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁର, 14/09/2026: ଚାଟରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଗଣରେ ବିଘ୍ନବିନାଶକ ଗଣେଶ ଭଗବାନଙ୍କର ପୂଜା ବୈଦିକ ରୀତିରେ ପାଳନ ହୋଇଯାଇଛି | ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଗୁରୁଜୀ ଓ ଗୁରୁମା ଗହଣରେ ପୂଜାରେ ଭାଗ ନେଇ ପ୍ରାଗଣଙ୍କୁ ଏକ ସୁନ୍ଦର ଉତ୍ସବ ବନେଇଛନ୍ତି |

ଏହି ଅବଶରରେ ପିଲାମାନେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ପିଲାମାନେ ଅତି ମନୋରମ ନୃତ୍ୟ ପରିବେଷଣ କରିଥିଲେ | ଅନ୍ୟ ପିଲାମାନେ ସଂଗୀତ ପରିବେଷଣ ମଧ୍ୟ କରିଥିଲେ |ପିଲାମାନଂକର ପ୍ରତିଭା ନିଖାରିବାରେ ଏହା ଏକ ଅବସର ବୋଲି ବହୁ ଦର୍ଶକହାରି କହିଛନ୍ତି | ଆସପାସର ଲୋକମାନେ ଏହି କାର୍ଯ୍ୟକ୍ରମର ଆନନ୍ଦ ଉପୋଭୋଗ କରିଥିଲେ |

ଅନ୍ୟପଟେ,ପୁଷ୍ପାଞ୍ଜଳି ପ୍ରଭୁ ବିଘ୍ନ ବିନାଶୟଙ୍କୁ ଅପରାହ୍ଣ 12ଟା ଠାରୁ ହୋଇଥିଲା | ପ୍ରଧାନ ଆଚାର୍ଯ୍ୟ ସ୍ୱୟଂ ପିଲାମାନଙ୍କୁ ଧାଡିରେ ଅନୁଶାସିତ ପ୍ରଣାଳୀରେ ପୁଷ୍ପାଞ୍ଜଳି ଦେବା କାର୍ଯ୍ୟ କରାଇଥିଲେ |ଶେଷରେ ପିଲାମାନଙ୍କୁ, ଅଭିଭାବମାନଙ୍କୁ,ଅନ୍ୟ ଆଙ୍ଗନ୍ତୁକମାନଙ୍କୁ, ବିଦ୍ୟାଳୟର ଗୁରୁଜୀ,ଗୁରୁମା ଓ କର୍ମଚାରୀମାନଙ୍କୁ ପ୍ରସାଦ ବଣ୍ଟନ ସେହି ଧାଡିରେ ଅନୁଶାସନ ସହ କରାଯାଇଥିଲା |ଅନୁଶାସନ ଵା ଶୃଙ୍ଖଳା ଜ୍ଞାନ ଏହି ବିଦ୍ୟାଳୟରୁ ହି ଶିଖିବାକୁ ମିଳିଥାଏ |ଏହି ଅନୁଶାସୀତ କର୍ମ ହି ସଫଳତାର କୁଞ୍ଜି ଅଟେ |

Leave a Reply

Your email address will not be published. Required fields are marked *