
ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି /ପାତ୍ରପୁର ବ୍ଲକ:
ପାତ୍ରପୁର ବ୍ଳକ ଅନ୍ତର୍ଗତ ପୋଲରାଜପୁର ବିଦ୍ୟାଳୟ ରେ ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତି ପାପିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ଓଡ଼ିଶା ସରକାର ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ କ୍ରମେ ନିଜ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ କରି ଗୁରୁଦିବସ ଅବସରରେ ସମ୍ବର୍ଦ୍ଧନା ଜଣାଇବା ପାଇଁ ନିର୍ଦ୍ଦେଶିକା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ୍ଭ ପାତ୍ରପୁର ବ୍ଳକ ର ପାଞ୍ଚ ଜଣ ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।

ଶିକ୍ଷକ ମାନଙ୍କୁ ହଳଦୀ ପାଣିରେ ପାଦ ଧୌତ ପରେ ତିଳକ ଚନ୍ଦନ ଦେଇ ସଭା ମଞ୍ଚକୁ ସ୍ବାଗତ କରାଯାଇଥିଲା। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାର୍ଥୀ ଙ୍କ ଦ୍ଵାରା ଗୁରୁବନ୍ଦନା ଗାନ ଓ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ନିମନ୍ତ୍ରିତ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧିତ ହୋଇଥିବା ଶିକ୍ଷକ ମାନେ ହେଲେ ଶ୍ରୀଯୁକ୍ତ ପାଣ୍ଡବ ସେଠୀ, ଶ୍ରୀଯୁକ୍ତ ବିକ୍ରମ ଦେବ ନାୟକ, ଶ୍ରୀଯୁକ୍ତ ରବୀନ୍ଦ୍ର ସାମନ୍ତ, ଶ୍ରୀଯୁକ୍ତ ଶଶାଙ୍କ କୁମାର ପ୍ରଧାନଓ ଶ୍ରୀଯୁକ୍ତ ନିରଞ୍ଜନ ରେଡ୍ଡୀ। ପ୍ରଧାନଶିକ୍ଷକ ରାଜେଶ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଘନଶ୍ୟାମ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ, ବେଳେ ଶିକ୍ଷକ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିକ୍ଷକ ଲକ୍ଷ୍ମୀ ନାରାୟଣ ବେହେରା ପରିଚାଳନାରେ ସହଯୋଗ କରିଥଲେ। ରୀତା ସାହୁ ଉପାଧ୍ୟକ୍ଷା, ସନାତନ ସାହୁ ୱାର୍ଡ ସଭ୍ୟ, ଲଡୁ ନାଇକ, ପୁଷ୍ପାଞ୍ଜଳି ନାଇକ ଏବଂ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ସହଯୋଗ କରିଥଲେ।



Total Users : 6775