ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜିନାଲ ସାମ୍ବାଦିକ/ ସମୀକ୍ଷା ନିୟୁଜ. ବାଲିଗୁଡା କୁଇ କୁଳ ସମିତି ପକ୍ଷରୁ ବାଲିଗୁଡା ସ୍ଥାନୀୟ ସଭାଗୃହଠାରେ ବିଶ୍ୱ ଆଦିବାସୀ ଦିବସ ପରମ୍ପରିକ ରୀତିରେ ପାଳିତ ହୋଇଛି. ବାଲିଗୁଡାର ଆଦିବାସୀ ନେତା କ୍ଳେଶ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଗୋଣ୍ଡ ସମାଜ, ସୌର ସମାଜ, କନ୍ଧ ଗୌଡ଼ ସମାଜ, କନ୍ଧ କୁମ୍ଭାର ଏହି ଦିବସ ରେ ବହୁମାତ୍ରରେ ଯୋଗଦେଇଥିଲେ . ଏହି ଅବସରରେ କୁଇକୁଳ ସମିତି ଶାଖା କାର୍ଯ୍ୟାଳୟରୁ ପରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ, ବେସଭୂଷା ଓ ସଂସ୍କୃତିକ ପରମ୍ପରା ପ୍ରଦର୍ଶନ କରି ସ୍ଥାନୀୟ ସଭାଗୃହଠାରେ ପହଂଚିଥିଲେ. ସ୍ଥାନୀୟ ସଭାଗୃହ ବୈଠକରେ ଆଦିବାସୀ ଅଧିକାର, ଶିକ୍ଷା, ସୁସ୍ଥ୍ୟ, ରୋଜଗାର ଓ ଜଙ୍ଗଲ ଜମି ସହ ଜଡିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହାଇଥିଲା. ବକ୍ତମାନ କହିଥିଲେ ଯେ ଆଦିବାସୀ ସମାଜର ଉନ୍ନତିଶିକ୍ଷା ଓ ସଚେତନତା ବୃଦ୍ଧି ସହିତ ସମସ୍ତେ ଏକତା ବଦ୍ଧ ହୋଇ ନିଜର ଅଧିକାର ଓ ସଂସ୍କୃତିର ସୁରକ୍ଷା କରିବା ଆବଶ୍ୟକ. ଯୁବପିଢ଼ି ନିଜର ଭାଷା ପରମ୍ପପରା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ଆହ୍ବାନ ଦିଆଜାଇଥିଲା. ଶେଷରେ ଆଦିବାସୀ ସମାଜର ଏକତା ଓ ଭାଇଚାରା ମଜୁଭୂତ କରିବା ସହ ସମାଜର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ମତ ପ୍ରକାଶ କରିଥିଲେ.
ବାଲିଗୁଡାରେ ବିଶ୍ୱ ଆଦିବାସୀ ଏକତା ଦିବସ ପାଳିତ


Total Users : 3640