Headlines

ତାଳଚେର ପୌରପାଳିକା: ନୂଆ ସୁଇପିଂ ମେସିନ ସଫେଇ କରୁଛି ନା ଧୂଳି ଉଡ଼ାଇ ପ୍ରଦୂଷଣ ବଢ଼ାଉଛି? ଲକ୍ଷାଧିକ ଟଙ୍କାର ମେସିନ ଉପରେ ଉଠିଲା ପ୍ରଶ୍ନ

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍, /ତାଳଚେର, ଅନୁଗୋଳ: ତାଳଚେର/୫ ସେପ୍ଟେମ୍ବର, ୨୦୨୬:ତାଳଚେର ସହରକୁ ସଫାସୁତୁରା ଏବଂ ଧୂଳିମୁକ୍ତ ରଖିବା ପାଇଁ ପୌରପାଳିକା ପକ୍ଷରୁ ସମ୍ପ୍ରତି ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେକାନିକାଲ ରୋଡ଼ ସୁଇପିଂ ମେସିନ (TPS VAC-SWEEP 5000 SP) ଅଣାଯାଇଛି। କିନ୍ତୁ ଏହି ମେସିନ ଆସିବାର ମାତ୍ର ତିନି-ଚାରି ଦିନ ମଧ୍ୟରେ ଏହାର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ​ରାସ୍ତାରୁ ଧୂଳି ଏବଂ…

Read More

କେନ୍ଦୁଝରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର,୮/୯,ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଆଜି ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବା ଏବଂ “ସମସ୍ତଙ୍କ ପାଇଁ ଶିକ୍ଷା”ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭରେ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏକ…

Read More

ଫୁଲବାଣୀରେ ‘ସେବା ସଂକଳ୍ପ ପର୍ବ’ର ଶୁଭାରମ୍ଭଜଗନ୍ନାଥ ମନ୍ଦିରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ, ମାସବ୍ୟାପୀ ଚାଲିବ ୨୫ଟି ସେବାମୂଳକ କାର୍ଯ୍ୟକ୍ରମ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ: କନ୍ଧମାଳ ଜିଲ୍ଲାରେ ଗୁରୁବାରଠାରୁ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଫୁଲବାଣୀସ୍ଥିତ ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ଏଥିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭକ୍ତ ବନ୍ଧୁ…

Read More

ବରିଷ୍ଠ ମହିଳା ବିଜେଡି ନେତ୍ରୀ ରାଧା ଅପାଙ୍କ ଅକାଳ ବିୟୋଗ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:ପିପିଲି,ତା୧୮।୯ ପିପିଲି ବ୍ଲକ ର ଲୋକପ୍ରିୟ ବିଜେଡି ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ରାଧାମଣୀ ପ୍ରଧାନ(୭୦) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରଥପୁରୁଷତ୍ତମପୁର ପଂଚାୟତର ବାଲିଗାଁ ରେ ଅଟେ। ଶୁକ୍ରବାର ସକାଳ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମଙ୍ଗଳପୁରସ୍ଥିତ ଘରୋଇ ମେଡିକାଲ କୁ ପ୍ରଥମେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର…

Read More

କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୮/୮/୨୬ (ସମୀକ୍ଷା ନ୍ୟୁଜ):କପ୍ତିପଦା ଏନ୍.ଏ.ସି. ଅନ୍ତର୍ଗତ ୫ ନମ୍ବର ୱାର୍ଡ ତେନ୍ତୁଳିସାହି ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଏବଂ ବେଆଇନ ନିଶା କାରବାର ବିରୋଧରେ ଗ୍ରାମବାସୀ ଓ ଯୁବପିଢ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଅସାମାଜିକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ଅଞ୍ଚଳରେ ବାରମ୍ବାର ଚୋରି ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ…

Read More

ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଖୋର୍ଦ୍ଧା ୧୫/୦୯/୨୬ :ନିଶା କାରବାର ଉପରେ ଖୋର୍ଦ୍ଧା ପୁଲିସର କଡ଼ା ନଜର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ବରୁଣେଇ ମନ୍ଦିର ନିକଟସ୍ଥ ଏକ ପାର୍କରେ ଚଢ଼ାଉ କରି ପୁଲିସ ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି lଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ନ୍ୟୁ…

Read More

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା। ​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C…

Read More

୯ ଦଫା ଦାବି ନେଇ ରାଜରାସ୍ତାରେ ଆଶା କର୍ମୀ, ସରକାରୀ ମାନ୍ୟତା ଓ ବେତନ ବୃଦ୍ଧି ପାଇଁ ଦାବି

​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୯/୦୭/୨୬: ​ଜାତୀୟ ସ୍ୱାସ୍ଥ୍ୟ ମିଶନ(NHM) ଅଧୀନରେ କାର୍ଯ୍ୟରତ ଆଶା କର୍ମୀମାନେ ନିଜର ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଆଜି ମାଲକାନଗିରି ର ସମସ୍ତ ଆଶା କର୍ମୀ ଦାବିପତ୍ର ମାଧ୍ୟମରେ, ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।​ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

Read More

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More

ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧିନିରଞ୍ଜନ ପାଣିଙ୍କ ରିପୋର୍ଟ ​ପାଟନା: ପାଟନା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ବାଲ କୃଷ୍ଣଙ୍କ ଜନ୍ମଦିବସ ପାଳନ କରିଥିଲେ। ଏହାପରେ ପାରମ୍ପରିକ ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରଜନନ୍ଦନୀ ଜେନା, ବୀଣାପାଣି ପାତ୍ର, ନବମୀ…

Read More