Headlines

samikshanews

ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା, ୧୫/୮/ ୨୦୨୬ : ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା…

Read More

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କଲେ: କଳାହାଣ୍ଡିରେ ଧୁମଧାମରେ ପାଳିତ ୮୦ତମ ସ୍ୱାଧୀନତା ଦିବସ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୧୫/୦୮/୨୦୨୬: କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ପ୍ରାତଃକାଳୀନ ରାମଧୁନ୍‌, ପ୍ରଭାତଫେରି ଏବଂ ସହରର ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟ ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…

Read More

ଧଉଳି ଚାରୁକଳା ମହାବିଦ୍ୟାଳୟ : ଚିତ୍ରରେ ପ୍ରଦର୍ଶିତ ସ୍ୱାଧୀନତାର ମାହାତ୍ମ୍ୟ ନିଆରା ଢଙ୍ଗରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର/(ସମୀକ୍ଷା ନ୍ୟୁଜ)୧୫/୮/୨୦୨୬: ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଭାରତର ୮୦ ତମ ସ୍ୱାଧୀନତା ଦିବସକୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିଆରା ଢଙ୍ଗରେ ପାଳନ କରାଯାଇଛି।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ତଥା ମହାବିଦ୍ୟାଳୟର ଅଧକ୍ଷ ଡ. ପଞ୍ଚାନନ ସାମଲଙ୍କ ତତ୍ତ୍ୱାବଧାନରେ ଅତିଥି ଅଧ୍ୟାପକ ସର୍ଫୁଦ୍ଦିନ୍ ଏହେମ୍ମଦଙ୍କ ଦ୍ଵାରା କାନଭାସରେ ଅଙ୍କନ କରାଯାଇଛି ୮୦ ବର୍ଷର ସ୍ୱାଧୀନତାର ମାହାତ୍ମ୍ୟ ଯାହା ସମସ୍ତଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିଥିଲା।ପ୍ରାରମ୍ଭରେ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷିକେଶ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା…

Read More

କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

​ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୧୬/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। କାଳ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ହେଲେ ଗୋଡ଼ଗାଁ ଗ୍ରାମର ସିପୁନ ମଢେଇ।​ମିଳିଥିବା ସୂଚନା ଅନୁଯାୟୀ, ସିପୁନ ନିଜର ଜଣେ ସାଙ୍ଗଙ୍କ ସହ କାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଉଭୟେ ନଦୀରେ ଗାଧୋଉଥିବା ସମୟରେ…

Read More

ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୫/୦୮/୨୬: ମାଲକାନଗିରି ଡିଏନ୍‌କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Read More

କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା :ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ, ଶୀତଳ ଭଣ୍ଡାର ସ୍ଥାପନ ଉପରେ ଗୁରୁତ୍ୱ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୫/୦୮: ଭବାନୀପାଟଣା: ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଚାଷୀଙ୍କ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ବୈଜ୍ଞାନିକ ଚାଷ ପଦ୍ଧତି, ଫସଲର ଉଚିତ ପରିଚାଳନା ଏବଂ ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ସୁବିଧା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, କୃଷି ବିଭାଗର ମୂଳସ୍ତରୀୟ କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନ ରହି ନିୟମିତ ଭାବେ ଚାଷୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଆବଶ୍ୟକ। ଚାଷୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି କିସାନ କଲ୍ ସେଣ୍ଟର ମାଧ୍ୟମରେ କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ନିୟମିତ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହା ଦ୍ୱାରା ଚାଷୀମାନେ ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେଇ କୃଷି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ ବୋଲି ସେ କହିଥିଲେ।ସେହିପରି, ଚାଷୀମାନେ ଉତ୍ପାଦିତ ଫସଲକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ଉଚିତ ସମୟରେ ବିକ୍ରୟ କରିପାରିବା ପାଇଁ ଉପଖଣ୍ଡସ୍ତରରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଉପରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀତଳ ଭଣ୍ଡାର ବ୍ୟବସ୍ଥା ବୃଦ୍ଧି ହେଲେ ଫସଲ ନଷ୍ଟ ହ୍ରାସ ପାଇବା ସହ ଚାଷୀମାନେ ଉଚିତ ମୂଲ୍ୟ ପାଇ ଆୟ ବୃଦ୍ଧି କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ଶ୍ରୀ ଅଜୟ ପ୍ରଧାନଙ୍କ ସମେତ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Read More

ଧଉଳି ଚାରୁକଳା ମହାବିଦ୍ୟାଳୟର ସ୍ୱାଗତିକା ଉତ୍ସବ

ସମୀକ୍ଷା ବ୍ୟୁରୋ /ଭୁବନେଶ୍ୱର, ତା.୧୩/୦୮/୨୬ ରିଖ- ଧଉଳି ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କର ସ୍ୱାଗତିକା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀର କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା,ମହାବିଦ୍ୟାଳୟର ବରିଷ୍ଠ ସଦସ୍ୟ କମଳିନୀ ରଥ,ସୁଶାନ୍ତ କୁମାର ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ,ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ ଏବଂ ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ…

Read More

ଧଉଳି ଚାରୁକଳା ମହାବିଦ୍ୟାଳୟରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ଶୋକସଭା

ସମୀକ୍ଷା ବ୍ୟୁରୋ / ଭୁବନେଶ୍ଵର, ୧୪.୦୮.୨୦୨୬ – ଧଉଳି ଚାରୁକଳା ମହାବିଦ୍ୟାଳୟର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଚିବ ଓ ସଭାପତି ଏବଂ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗରେ ମହାବିଦ୍ୟାଳୟର ପ୍ରଦର୍ଶନୀ କକ୍ଷରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି।ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା…

Read More

ଚିକିଟୀ: ଅଟୋ ଅଟକାଇ ଦମ୍ପତିଙ୍କୁ ଆକ୍ରମଣ ଘଟଣାରେ ତିନି ଯୁବକ ଗିରଫ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କୁକୁଟବନ୍ଧ ନିକଟ ମୁଖ୍ୟ ରାସ୍ତା ରେ ଯାଉଥିବା ଏକ ଅଟୋ କୁ ଅଟକାଇ ସେଥିରେ ବସିଥିବା ଲୋକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବା ଧମକ ଦେଇ ସେମାନଙ୍କ ପାଖରୁ ୨୨୦୦ ଟଙ୍କା ଜୋର ଜବରଦସ୍ତ କରି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ବମୋକେଇ ଗ୍ରାମର କାମନା ସେଠୀ ଓ ତାଙ୍କ…

Read More

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଶ୍ରୀ କରଣ ଆଦାନୀ: ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ସମ୍ଭାବନା ବିଷୟରେ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୧୩ ଅଗଷ୍ଟ, ୨୦୨୬ : ଶ୍ରୀ କରଣ ଆଦାନୀ ଓ ତାଙ୍କ ଟିମ୍‌ ଆଜି ଖାରବେଳ ଭବନଠାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି। ଶକ୍ତି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଶକ୍ତି ବିଭାଗର ବରିଷ୍ଠ ନେତୃବୃନ୍ଦ ଏବଂ ଆଦାନୀ ଗ୍ରୁପର କାର୍ଯ୍ୟନିର୍ବାହୀ ଟିମ୍‌ ସହ ଶ୍ରୀ କରଣ ଆଦାନୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶକ୍ତି…

Read More