Headlines

samikshanews

କେନ୍ଦୁଝରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ଜିଲ୍ଲାସ୍ତରୀୟ ସାଇକେଲ ରାଲି ଆୟୋଜିତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : କେନ୍ଦୁଝର,୧୨/୦୮:ଦେଶର ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା, ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରତି ଗଭୀର ସମ୍ମାନ ଓ ଆଦର ସୃଷ୍ଟି କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବର ବାର୍ତ୍ତାକୁ ଜିଲ୍ଲାର କୋଣ-ଅନୁକୋଣରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।ଏହି ଆଭିମୁଖ୍ୟକୁ ନେଇ ଆଜି…

Read More

ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗ୍ରସ୍ତ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି/କେନ୍ଦୁଝର : ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ବିଜୟ ଭୂଷଣ ନନ୍ଦଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ତା ୧୦.୦୮.୨୦୨୬ ରିଖରେ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ(ପିଏଲ୍ଏଫ୍ଏସ୍)କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ I ପରେ ଘଟଗାଁ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ…

Read More

ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି /ରାଉରକେଲା : 12/08/26 ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସୁନ୍ଦରଗଡ଼, ପାନପୋଷ ଉପଖଣ୍ଡରେ ଅଦ୍ୟ ” ଗୋ ମାତା ସୁରକ୍ଷା ଯୋଜନା ” ଅନ୍ତର୍ଗତ ବୁଲା ଗାଈ ଗୋରୁ ମାନଙ୍କୁ ରିଫଲେକ୍ଟିଭ ରେଡ଼ିଅମ ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା. ଏହି ସମୟରେ ସୁଶ୍ରୀ ଦିନାହ ଦାସ୍ତା୍ଗୀର, କମିଶନର ଆର.ଏମ. ସି, ଡା8 ପ୍ରସନ୍ନ କୁମାର ମହାରଣା ଏସ ଡ଼ି ଭି ଓ, ପାନପୋଷ, ଶ୍ରୀଯୁକ୍ତ ତରୁଣ କାନ୍ତ,…

Read More

ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା

ପୁଲକେଶ୍ୱର ମିଶ୍ର/ତାଳଚେର/ଅନୁଗୋଳ/ସମୀକ୍ଷା ନ୍ୟୁଜ୍: ତାଳଚେର ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ତଥା ମୁଖ୍ୟ ରାସ୍ତା ପବିତ୍ର ମୋହନ ମାର୍ଗରୁ ହାଣ୍ଡିଧୁଆଁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ସୀଧା ରାସ୍ତାରେ ଏବେ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ତାଳଚେର ମ୍ୟୁନିସିପାଲିଟି ଅଧୀନରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବାଇକ୍, କାର୍, ସାଇକେଲ୍ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତ କରିଥାନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ରାସ୍ତାରେ ଏକ ବଡ଼ ତଥା ପ୍ରାୟ…

Read More

ଚିତ୍ରକୋଣ୍ଡା ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା: ୧୨ ଟି ଚୋରି ବାଇକ୍ ଜବତ ସହ ୧୨ ଅଭିଯୁକ୍ତ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୨/୦୮/୨୬: ଚୋରା ବାଇକ୍ କାରବାର ବିରୋଧରେ ଚିତ୍ରକୋଣ୍ଡା ପୁଲିସକୁ ବଡ଼ ସଫଳତା ମିଳିଛି। ୨୫ ଦିନ ମଧ୍ୟରେ ବାଇକ୍ ଚୋରି ସମ୍ପର୍କିତ ୭ଟି ମାମଲାର ତଦନ୍ତ କରି ପୁଲିସ ୧୨ଟି ବାଇକ୍ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ବାଇକ୍ ମଧ୍ୟରୁ ୬ଜଣ ପ୍ରକୃତମାଲିକଙ୍କୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଏସପି…

Read More

ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୮/୨୬: ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

Read More

ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨୮/୭ – ବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ତାର ତିନିଟି ଏୟାରଷ୍ଟ୍ରିପର ଦରଦ କାହାଣୀ କହିଥାଏ । ଅମର୍ଦ୍ଦା ବା ରାସଗୋବିନ୍ଦପୁର, ରାଜାବସା ଏବଂ ଦାଣ୍ଡବୋଷ ବା ରାଇରଙ୍ଗପୁର ଏୟାରଷ୍ଟ୍ରିପ ତିନିର ଇତିହାସକୁ ବଖାଣି ଥାଏ । ଦୃଷ୍ଟି ଆଢୁଆଳରେ ରହି ଏମାନେ ଭିନ୍ନକ୍ଷମ ସାଜିଛନ୍ତି । ଗୋଟିଏ ଶଯ୍ୟାଶାୟୀ ତ କେବଳ ମାତ୍ର ଦେଖାଶୁଣାରେ ସୀମିତ ରହିଛନ୍ତି ଅନ୍ୟ ଦୁଇ, ଦାଣ୍ଡବୋଷ ସ୍ୱଳ୍ପ କାର୍ଯ୍ୟକ୍ଷମ । ବିଶେଷ…

Read More

୬୬ ଜଣ ପୋଲିସ ଅଧିକାରୀ ଓ ସରକାରୀ ଆଇନଜୀବୀଙ୍କୁ ସମ୍ମାନିତ କଲେ ଡିଜିପି

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର, ୧୨ ଅଗଷ୍ଟ ୨୦୨୬: ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାରେ ସଫଳ ଦଣ୍ଡବିଧାନ ସୁନିଶ୍ଚିତ କରିବା ସହ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ଉତ୍କୃଷ୍ଟ ଅବଦାନ ପାଇଁ ଓଡ଼ିଶା ପୋଲିସର ଅଧିକାରୀ ଏବଂ ସରକାରୀ ଆଇନଜୀବୀଙ୍କୁ ଆଜି ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି…

Read More

ଓଡ଼ିଶାରେ ପ୍ରଯୁକ୍ତି ବିପ୍ଳବକୁ ନୂଆ ଦିଗ — AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟିତ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ NITKAL ଏଣ୍ଟରପ୍ରାଇଜ୍ ସର୍ଭିସେସ୍‌ର କ୍ୟାମ୍ପସରେ ଜାପାନୀଜ୍ SAP ସଫ୍ଟୱେର ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ସହିତ AI, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍‌ଘାଟନ ହୋଇଛି। ଏହି ଅବସର ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି, ନବସୃଜନ ଓ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଏହି ନୂତନ ପଦକ୍ଷେପ ଓଡ଼ିଶାର ବଢ଼ୁଥିବା ପ୍ରଯୁକ୍ତିଗତ ସାମର୍ଥ୍ୟ ଓ ନିବେଶ ପାଇଁ…

Read More

ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା

ଯଶୋବନ୍ତ ପରିଡା/ ​କପ୍ତିପଦା ଉପଖଣ୍ଡ ୧୨/୮/୨୬ (ସମୀକ୍ଷା ନ୍ୟୁଜ): ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାଗୁଡ଼ିକ କିପରି ନିଜେ ରୋଗାଗ୍ରସ୍ତ ହୋଇପଡ଼ିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଏତେ ଶୋଚନୀୟ ଯେ, ଦିନ ଦୁଇପ୍ରହରେ ବିଦ୍ୟୁତ୍ ସେବା ବିନା ମୋବାଇଲ୍ ଲାଇଟ୍ ମାରି ରୋଗୀଙ୍କ ଚିକିତ୍ସା କରାଯାଉଛି।​ଡାକ୍ତରଖାନାର ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ। କେତେବେଳେ ଡାକ୍ତରଖାନା କୋଠାର ଛାତ ଓ ସିଲିଂ…

Read More