Headlines

ଯୁବ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର- ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖନ୍ତୁ ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କ ପ୍ରତି କଠୋର ହୁଅନ୍ତୁ

୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ- ମୁଖ୍ୟମନ୍ତ୍ରୀ ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର/ ୦୪ ସେପ୍ଟେମ୍ବର ୨୦୨୬ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ…

Read More

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି, ନୂଆପଡା / ସମୀକ୍ଷା ନ୍ୟୁଜ: ନୂଆପଡ଼ା, ତା. ୦୪/୦୯: ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସିଏମ୍‌ କିଷାନ’ ଯୋଜନା ଅଧୀନରେ ୨୦୨୬-୨୭ ରବି ଋତୁ ପାଇଁ ୫ମ କିସ୍ତି ସହାୟତା ରାଶି ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶିର ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧…

Read More

ସେବାନିବୃତ୍ତ ବୀର ସୈନିକ ଶ୍ରୀ ନନ୍ଦୁରାମ ବରଦାଙ୍କୁ ଭବ୍ୟ ସ୍ୱାଗତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୪/୯/୨୬ – ଭାରତମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ଶ୍ରୀ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ…

Read More

ଶ୍ରୀ ବିଦ୍ୟା ଭାଟିକାରେ ମହା ସମାରୋହରେ ଶିକ୍ଷକ ଦିବସ ପାଳିତ

କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେଉଁଝର, ସେପ୍ଟେମ୍ବର 5: ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ, କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ଅବସ୍ଥିତ ଶ୍ରୀ ବିଦ୍ୟା ଭାଟିକାରେ ଶିକ୍ଷକ ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଗମ୍ଭୀରତାର ସହିତ ପାଳିତ ହୋଇଥିଲା। ଡକ୍ଟର ରାଧାକୃଷ୍ଣନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରାତଃ ପ୍ରାର୍ଥନା ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଏବଂ ଭାଷଣ ସହିତ ଏକ ସ୍ୱତନ୍ତ୍ର…

Read More

ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧିନିରଞ୍ଜନ ପାଣିଙ୍କ ରିପୋର୍ଟ ​ପାଟନା: ପାଟନା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ବାଲ କୃଷ୍ଣଙ୍କ ଜନ୍ମଦିବସ ପାଳନ କରିଥିଲେ। ଏହାପରେ ପାରମ୍ପରିକ ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରଜନନ୍ଦନୀ ଜେନା, ବୀଣାପାଣି ପାତ୍ର, ନବମୀ…

Read More

ରାଜ୍ୟ ସ୍ତରୀୟ ପରାଭଲିବଲ ଚାମ୍ପିୟାନସିପରେ ଖେଳିବାକୁ ଗଲେ ରାୟଗଡ଼ାର ଦିବ୍ୟାଙ୍ଗ ଖେଳାଳି: ଷ୍ଟେସନରେ ଶୁଭେଚ୍ଛା ଜଣାଇଲେ ବହୁ ସଂଗଠନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ରାୟଗଡ଼ା: ପ୍ରତିବନ୍ଧକତାକୁ ପଛରେ ପକାଇ ସ୍ୱାଭିମାନର ସହ ଖେଳ ମଇଦାନରେ ଆଗକୁ ବଢ଼ୁଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ ଭଲିବଲ ଖେଳାଳି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ପାରା ଭଲିବଲ ଚାମ୍ପିୟନସିପ୍‌ରେ ଭାଗ ନେବାକୁ ୭ ଜଣିଆ ଦଳ ରାୟଗଡ଼ାରୁ ଯାତ୍ରା କରିଛନ୍ତି ।ରାୟଗଡାରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ। ଏହି ସମୟରେ ଖେଳାଳିଙ୍କ ମନୋବଳ…

Read More

ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୪/୦୯/୨୬: ବିଏଲଓ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହନୁରାମ ନାୟକ ।ସୂଚନାନୁସାରେ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସାଲିମି-କିଆଙ୍ଗ ମଧ୍ୟରେ ଏକ ଦ୍ରୁତଗତି ଆମ୍ବୁଲାନ୍ସ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ…

Read More

ଗାଇସିଲେଟରେ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଯୁବ ସମ୍ମିଳନୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ ଗାଇସିଲେଟ, ୪/୯ ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଉପରେ ଯୁବ ସମ୍ମିଳନୀ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ସମାଜରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା…

Read More

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଟାଙ୍ଗୀ ୪/୯/୨୬: ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ବିହାରୀପୁର ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ପ୍ରଭୂ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ। ଚାନ୍ଦପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସମ୍ପର୍କିତ ବେଶରେ ସଜ୍ଜିତ ହୋଇ ଗ୍ରାମ…

Read More

୧୩୪ ବର୍ଷର ଐତିହ୍ୟ, ଯତ୍ନ ନେବାକୁ ନାହାନ୍ତି କର୍ମଚାରୀ:ହେରିଟେଜ୍ ମାନ୍ୟତା ପରେ ବି ଅବହେଳିତ ଝାରସୁଗୁଡ଼ାର ପୁରାତନ ଡାକଘର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ମୁଖ୍ୟ ଗେଟ୍‌ରେ ତାଲା, ପରିସରରେ ଅଳିଆ; ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ଦାବି ଝାରସୁଗୁଡ଼ା, ୪/୯: ଇତିହାସର ଅନେକ ଅମଳିନ ସ୍ମୃତିକୁ ନିଜ ଛାତିରେ ସାଇତି ରଖିଛି ଝାରସୁଗୁଡ଼ାର ପୁରାତନ ଡାକଘର କୋଠା l ବ୍ରିଟିଶ ଶାସନର ସାକ୍ଷୀ ଭାବେ ଦୀର୍ଘ ୧୩୪ ବର୍ଷ ଧରି ଠିଆ ହୋଇଥିବା ଏହି ଐତିହାସିକ କୋଠାକୁ ଡାକ ବିଭାଗ ‘ହେରିଟେଜ୍ ବିଲଡିଂ’ର ମାନ୍ୟତା ଦେଇଛି l ଏପରିକି…

Read More