Headlines

୪୪ ଲକ୍ଷର ଗଞ୍ଜେଇ ଜବତ, ଟ୍ରାକ୍ଟର-ଟ୍ରେଲର ଜବତ, ପୁଲିସକୁ ଦେଖି ୨ ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ବିଶେଷ ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ପୁଲିସର ତନାଘନା ଜାରି ରହିଥିବା ବେଳେ କାଲିମେଳା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ରାତ୍ରି ପାଟ୍ରୋଲିଂ ସମୟରେ ଭେଙ୍କଟପାଲମ ଗାଁ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ପୁଲିସ ୪୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଗଞ୍ଜେଇ…

Read More

ନେରେଡ଼ି ବ୍ୟାରେଜ୍ ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଅଧିଗ୍ରହଣ୨୦୦୦ ପରିବାର ଉଚ୍ଛେଦ ଆଶଙ୍କା; ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ବଢ଼ିଲା

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର: ଗୁଣପୁର:୫.୦୯. ସମୀକ୍ଷା: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣକୁ ନେଇ ପୁଣିଥରେ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲା ଅଞ୍ଚଳରୁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରାଯିବା ନେଇ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଛି। ସୂଚନା ଅନୁଯାୟୀ, କାଶୀନଗର ତହସିଲ…

Read More

ଜାତୀୟ ସ୍ତରରେ ସମ୍ମାନିତ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୫/୦୯: ଶିକ୍ଷା କ୍ଷେତ୍ରରେ ନବୀନ ପ୍ରୟାସ, ଶିକ୍ଷାଗତ ପରିଚାଳନାରେ ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରି ବ୍ୟାପକ ପରିବର୍ତ୍ତନ ଆଣିବାର ନିରବଚ୍ଛିନ୍ନ ଉଦ୍ୟମ ପାଇଁ କେନ୍ଦୁଝରରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ‘ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ’ ପକ୍ଷରୁ ତାଙ୍କୁ ୨୦୨୩-୨୪ ବର୍ଷ ପାଇଁ…

Read More

ବନ୍ୟା ଜଳରେ ଭାସିଗଲା ନିର୍ମାଣଧୀନ ରୀଙ୍ଗ ରୋଡ଼

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଆଁ କରିଥିବା ବେଳେ ବଡ ବଡ ଗାତ ଦେଖିବାକୁ ମିଳିଛି ଗତ ୨୦୨୩ ମସିହାରୁ ବରଗଡ ଟ୍ରାଫିକ ସମସ୍ୟା ଦୂର କରିବା ଓ ସହର ସୌନ୍ଦର୍ଯ୍ୟ କରଣ ପାଇଁ ସାଈ ମନ୍ଦିର ରୁହୁନିଆ ଗାଁ ପର୍ଯ୍ୟନ୍ତ ୪୫ କୋଟି ଟଙ୍କା ବ୍ୟୟ ଅଟକଳ ରେ ରିଙ୍ଗ ରୋଡ କାମ ଚାଲିଛି ୩ ବର୍ଷ ହେଲାଣି କାମ ସରିନି ଜିରା ନଦୀ ତଟରେ ଏହି ରିଙ୍ଗ ରୋଡ ନିର୍ମାଣ ହେଉଥିବା ବେଳେ…

Read More

ବନ୍ଧୁକ ଦେଖାଇ ଧମକ, ଟଙ୍କା ଓ ଦସ୍ତାବିଜ ଛଡ଼ାଇ ନେଇଥିବା ଅଭିଯୋଗ; ବିଜେପୁର ଥାନାରେ ମାମଲା

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:ବରଗଡ,୦୩/୦୮: ଟେଣ୍ଡର କାମ ପ୍ରତ୍ୟାହାର କରିବାକୁ ଧମକ ଦେଇ ଜଣେ ଯୁବକଙ୍କୁ ଅପହରଣ, ମାଡ଼ ମାରିବା ଓ ବନ୍ଧୁକ ଦେଖାଇ ଭୟଭୀତ କରାଯାଇଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଲେ ପୁଟୁକା ଗ୍ରାମର ରାଜକୁମାର ମେହେର (୨୮)। ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ପ୍ରାୟ ୧ଟା ୩୦ରେ ରାଜକୁମାର ଟେଣ୍ଡର ସମ୍ପର୍କିତ ସମସ୍ତ କାଗଜପତ୍ର ଧରି ବିଜେପୁର ଏନ୍‌ଏସି କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ମହେଶ…

Read More

ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ବୈଠକ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ବରଗଡ ସ୍ଥିତ ସ୍ଵଂୟସିଦ୍ଧା ଭବନଠାରେ ବରଗଡ ଜିଲ୍ଲା କ୍ରସର ମାଲିକ ସଂଘ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ରଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ବରଗଡ ଜିଲ୍ଲା କ୍ରାସର୍ ମାଲିକ ସଂଘ ର ଅଧ୍ୟକ୍ଷ ମୁକୁନ୍ଦ ରଥ, ଉପଦେଷ୍ଟା ସୁଧାଂଶ ଗଡତିଆ, ସଭାପତି ତୋସୋବନ୍ତ ସାହୁ ସମ୍ପାଦକ ଅଶ୍ଵିନୀ ତ୍ରିପାଠୀ ମଞ୍ଚାସିନ ଥିଲେ ସଭାପତି ଶ୍ରୀ ସାହୁ ଙ୍କ ସଭାପତିତ୍ବରେ ଇଷ୍ଟ ଦେବୀ ମା ସମଲେଶ୍ଵରୀ ଙ୍କୁ…

Read More

ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱରଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗତକାଲି ରାତିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ଜନ୍ମାଷ୍ଟମୀ ପୂଜାଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଧର୍ମିଣୀ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ ।ଏହା…

Read More

ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କଲେ ନୂଆପଡା ବିଧାୟକ ଜୟ ଢୋଲକିଆ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ: ନୂଆପଡ଼ା ବିଧାୟକ ଶ୍ରୀଯୁକ୍ତ ଜୟ ଢୋଲକିଆ କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କରିଛନ୍ତି। ଶ୍ରୀ ଢୋଲକିଆ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ ବେଳେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାଢୀ ସାମିଲ ଥିଲେ। ପ୍ରଥମେ ସୁନାଦେଈ ମନ୍ଦିରରେ ଦର୍ଶନ କରିଥିଲେ। ଏହାର ଉନ୍ନତି ସହ ଅଭୟାରଣ୍ୟ…

Read More

ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ /ନୂଆପଡା: ନୂଆପଡ଼ା, ତା.୦୫/୦୯: ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅମିଲାଲ୍ ଶବର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…

Read More

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ” ଗୁରୁ ଦିବସ” ପାଳିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୫ : ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ “ଗୁରୁ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଅଞ୍ଜନ କୁମାର ରାୟ, ଉତ୍ତର କୁମାର…

Read More