Headlines

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ

ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୧/୯,ରାତି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଜଣାପଡ଼ିଛି। ପରେ ଗାଡ଼ି ତଲାସ କରାଯିବା ପରେ ଏଥିରୁ ଛେଳି ଚୋରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ, ରାତିରେ ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋକୁ ଅଟକ କରାଯାଇଥିଲା। ତେବେ ପୋଲିସକୁ ଦେଖି ଡ୍ରାଇଭର ଗାଡ଼ି…

Read More

କପ୍ତିପଦା ୫ ନମ୍ବର ୱାର୍ଡରେ ଚୋରି ଓ ନିଶା କାରବାର ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ: ୭ ଦିନିଆ ଅଲ୍ଟିମେଟମ୍

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୮/୮/୨୬ (ସମୀକ୍ଷା ନ୍ୟୁଜ):କପ୍ତିପଦା ଏନ୍.ଏ.ସି. ଅନ୍ତର୍ଗତ ୫ ନମ୍ବର ୱାର୍ଡ ତେନ୍ତୁଳିସାହି ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଏବଂ ବେଆଇନ ନିଶା କାରବାର ବିରୋଧରେ ଗ୍ରାମବାସୀ ଓ ଯୁବପିଢ଼ି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଅସାମାଜିକ କାର୍ଯ୍ୟ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।​ଅଞ୍ଚଳରେ ବାରମ୍ବାର ଚୋରି ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ…

Read More

ପ୍ରବଳ ବର୍ଷାରେ ଜଳବନ୍ଦୀ ଜୀବନ ସହ ଯୋଗାଯୋଗ ବିଚ୍ଛିନ୍ନ, ମାଛ ଧରିବାକୁ ଯାଇ ଯୁବକ ମୃତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୩/୮: କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିରେ ନଦୀକଡ଼ ବାସୀଙ୍କ ଅବସ୍ଥା ସୁଧୁରି ନଥିବା ସମୟରେ ପୁଣି ଦୁଃଖ ଆଣିଛି ପ୍ରବଳ ବର୍ଷା ଓ ବନ୍ୟା । ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ସମୟରେ ଜିଲ୍ଲା ଦେଇ ପ୍ରବାହିତ ସମସ୍ତ ନଦୀ, ନାଳ ଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ…

Read More

ନବରଙ୍ଗପୁର: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକ

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୮.୦୭.୨୦୨୬: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ପୃଷ୍ଟି କହିଥିଲେ ଯେ, ରଥଯାତ୍ରା ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ…

Read More

ରାଉରକେଲା: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା:ସୁନ୍ଦରଗଡ଼, ୨୮/୦୮/୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” ଅନ୍ତର୍ଗତ ଆଜି ସମଗ୍ର ରାଜ୍ୟର ହିତାଧିକାରୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌର…

Read More

୫୯ ଜାତୀୟ ରାଜପଥରେ ପିଆଜ ବୋଝେଇ ପିକଅପ୍ ଦୁର୍ଘଟଣା୧୧ କେଭି ବିଦ୍ୟୁତ ଖୁଣ୍ଟ ଚୁରମାର, ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ୨ ସାଥୀ

ମୁରିବାହାଲ, ୨୬/୦୬./୨୬ ଭଗବାନ ମହାନ୍ତି: ବିଳମ୍ବିତ ରାତିରେ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼ ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ପିକଅପ୍ ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଛି। ଡ୍ରାଇଭର ପ୍ରତାପ ଖୁଟେ, (୨୦), କହିବା ଅନୁଯାୟୀ ରାଇପୁରରୁ କେସିଙ୍ଗାକୁ ପିଆଜ ବୋଝେଇ ପିକଅପ୍ ଗାଡି ନଂ CG 04 QU 0672 ନେଇ ଆସିବା ସମୟରେ ପାଖାପାଖି ରାତି ୨ଟାରେ ତାଙ୍କୁ ନିଦ ଲାଗିଯାଇଥିଲା। ଫଳରେ ଗାଡିଟି ୧୧ କେଭି…

Read More

ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ /ସମୀକ୍ଷା ନ୍ୟୁଜ: ରାୟଗଡ଼ା ଜିଲ୍ଲା ରେ ଚୋରା ମଦ ବିକ୍ରୟକୁ ରୋକିବା ସକାଶେ ପ୍ରଶାସନ ସକ୍ରିୟ ହୋଇଛି।ରାୟଗଡା ଉପଜିଲ୍ଲାପାଳ, ନେତୃତ୍ୱରେ ରାୟଗଡା ସବଡ଼ିଭିଜନର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଓ ଅବୈଧ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି।ସମ୍ପୂର୍ଣ୍ଣ ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ରମେଶ ଜେନା ସୂଚନା ଦେଇଛନ୍ତି। ବ୍ୟାପକ ଭାବେ ଚୋରା କାରବାର ହେଉଥୁବା ଜେ.କେ.ପୁର, କାଶୀପୁର,…

Read More

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା : ଟାଙ୍ଗୀ ୪/୯/୨୬: ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ବିହାରୀପୁର ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ପ୍ରଭୂ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ। ଚାନ୍ଦପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସମ୍ପର୍କିତ ବେଶରେ ସଜ୍ଜିତ ହୋଇ ଗ୍ରାମ…

Read More

ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ; ଉଚ୍ଚସ୍ତରୀୟ ବୈଠକରେ କଲେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ନିରଞ୍ଜନ ପାଣି/କେନ୍ଦୁଝର ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/କେନ୍ଦୁଝର, ୨୯/୦୭: ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାକୁ ପ୍ରଭାରୀ ସଚିବମାନଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ.) ତିନିଦିନିଆ ଗସ୍ତରେ ଆସି ଆଜି କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ…

Read More

ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେବନ୍ୟଜନ୍ତୁଙ୍କୁ ଚାଲାଣକାରୀଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଆଧାର କରି ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଥିଲା। ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।ଯାଞ୍ଚ ସମୟରେ ଏକମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ…

Read More