Headlines

ତାଳଚେର ଟିଏଫ୍‌ଏଲ୍ ରେଳ କରିଡର ଓ ପ୍ରଜାମଣ୍ଡଳ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ପୁଲକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ ତାଳଚେର: ଗତକାଲି ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଉପ-ଜିଲ୍ଲାପାଳ ଏବଂ ତାଳଚେର ଉପ-ଜିଲ୍ଲାପାଳ ମିଳିତ ଭାବେ ତାଳଚେର ଟିଏଫ୍‌ଏଲ୍ (TFL) ରେଳ କରିଡର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଅଧିକାରୀମାନେ ରେଳ କରିଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା (Grievance) ଗୁଡ଼ିକର ତଦାରଖ କରିଥିଲେ।​ଏହା ପରେ ଅଧିକାରୀମାନେ ତାଳଚେର ପ୍ରଜାମଣ୍ଡଳର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଅଞ୍ଚଳର…

Read More

ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୮/୨୬: ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

Read More

ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୩୧/୦୮: ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଲବ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ସୋମବାର ଗାଇସିଲେଟ ୟୁଥ୍ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରି ରକ୍ତଦାନ ଏକ…

Read More

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ ଯୋଗା ଯୋଗ ସମ୍ପୂର୍ଣ ହେଲା ବିଛିନ୍ନ l ଲଘୁଚାପ ଜନିତ ବର୍ଷା ଗତ କାଲି ଅପରାହ୍ନ ଠାରୁ ଲଗାତାର ବର୍ଷା ଜିଲ୍ଲା ରେ ଲାଗି ରହିଛି ଯାହା ଫଳରେ ଆଜି ଅପରାହ୍ନ ରେ ମାଲକାନଗିରି ଜିଲ୍ଲା ଠାରୁ କାଲିମେଳା ବ୍ଲକ ଏବଂସୀମାନ୍ତ ମୋଟୁ କୁ ସଂଯୋଗ…

Read More

ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ,ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ…

Read More

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ସୁନ୍ଦର ସୁନ୍ଦର ତୋରଣ ଏବଂ ଆଲୋକ ମାଳାରେ ଝଲସୁଛି ବନ୍ଦର ନଗରୀ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ପଡୋଶୀ ଜିଲ୍ଳା ସମେତ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ପହଁଚି ନିଜର ପସରା ମେଲାଇବା ଆରମ୍ଭ କଲେଣି। ଅଧିକା ଜନ ସମାଗମ କୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ…

Read More

ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି: ଡେଲାଙ୍ଗ,ତା୧୩।୯ ଡେଲାଙ୍ଗ ବ୍ଲକ ଅରିସଲ ପଂଚାୟତ ଅନ୍ତର୍ଗତ ଓଡ଼ାରଙ୍ଗ ଗ୍ରାମର ଜ୍ଞାନ ରଞ୍ଜନ ଦାସ ପଞ୍ଚଦଶ ରାଜ୍ୟ ହିନ୍ଦ ମଜୁଦୁର ସଭା ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଭାବେ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଛନ୍ତି । ରବିବାର ଚନ୍ଦ୍ରଶେଖରପୁର ରେଳବିଭାଗ ସମ୍ମିଳନୀ ସଦନରେ ଅନୁଷ୍ଠିତ ସଭାରେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ଠାରୁ…

Read More

୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣିତା ଦାସ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କଲେ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ/ ସମୀକ୍ଷାନିୟୁଜ/ ବାଲିଗୁଡ଼ା ତା- ୧୫/୦୮/୨୦୨୬ ଦେଶର ୮୦ତମ ସ୍ଵାଧୀନତା ଦିବସ ଅବସରରେ ବାଲିଗୁଡ଼ାର ମିନିଷ୍ଟାଡିୟଠାରେ ଉତ୍ସାହ ଓ ଦେଶାତ୍ମକ ବୋଧର ପରିବେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ କରାଯାଇଥିଲା । ଏହା ପରେ ସ୍ୱାଧିନତା ସଂଗ୍ରାମୀ ସଂଗ୍ରାମୀ…

Read More

ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧିନିରଞ୍ଜନ ପାଣିଙ୍କ ରିପୋର୍ଟ ​ପାଟନା: ପାଟନା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ବାଲ କୃଷ୍ଣଙ୍କ ଜନ୍ମଦିବସ ପାଳନ କରିଥିଲେ। ଏହାପରେ ପାରମ୍ପରିକ ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ​ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରଜନନ୍ଦନୀ ଜେନା, ବୀଣାପାଣି ପାତ୍ର, ନବମୀ…

Read More

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ” ଗୁରୁ ଦିବସ” ପାଳିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ସେପ୍ଟେମ୍ବର ୫ : ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ “ଗୁରୁ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅବସରରେ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଅଞ୍ଜନ କୁମାର ରାୟ, ଉତ୍ତର କୁମାର…

Read More