Headlines

samikshanews

ଗିରିକାନପଲ୍ଲୀରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୪୫ଟି ସମସ୍ୟାର ଶୁଣାଣି କଲେ ମାଲକାନଗିରି ଜିଲ୍ଲାପାଳ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୩୧/୦୮/୨୬ଗିରିକାନପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ…

Read More

ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ: ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ବୁଲିବେ ବୁଥ ସ୍ତରୀୟ ଅଧିକାରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ / ଭୁବନେଶ୍ୱର,୩୧ ଅଗଷ୍ଟ ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ…

Read More

କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ମାନଙ୍କ ୱେଲଫେୟାର୍ ବୋର୍ଡ ବୈଠକ, ମୁଖ୍ୟ ଅତିଥି ସାଂସଦ ପ୍ରଦୀପ ପୁରୋହିତ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦ୍ମପୁର,୩୧।୮ଆଜି ପଦ୍ମପୁର କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ପରିସରରେ ଡିଏଫଓ ଶ୍ରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷରେ ପଦ୍ମପୁର ଡିଭିଜନର କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ୱେଲଫେୟାର୍ ବୋର୍ଡର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଶ୍ରମିକ ନେତା ତଥା ବରଗଡ ଲୋକ ସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଦ୍ମପୁର ଡିଭିଜନରେ କାର୍ଯ୍ୟରତ କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ ସିଜିନାଲ…

Read More

ଆମରି ସତ୍ୟ ପତ୍ରିକାର ଷୋଡଶ ବାର୍ଷିକ ଉତ୍ସବ -୨୦୨୬ ଅନୁଷ୍ଠିତ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ , ଖୋରଧା, ୩୦/୮- ଆମରି ସତ୍ୟ ପତ୍ରିକାର ଷୋଡ଼ଶ ବାର୍ଷିକ ଉତ୍ସବ- ୨୦୨୬ ସମ୍ପାଦକ ଡ. ପ୍ରସନ୍ନ କୁମାର ଜେନାଙ୍କ ସଭାପତିତ୍ବରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବରେ ମେଜର କ୍ଷିରୋଦ ପ୍ରସାଦ ମହାନ୍ତି ଯୋଗଦେଇ ପୁସ୍ତକ ପଠନ ଦ୍ବାରା ଅନ୍ତଃକରଣ ଶୁଦ୍ଧି ଓ ବୌଦ୍ଧିକ ବିକାଶ ହୁଏ ବୋଲି ମତ ପ୍ରକାଶ କରିଥିଲେ। ବରିଷ୍ଠ ଅନୁବାଦକ ଶ୍ରୀଯୁକ୍ତ ତୁଳସୀ…

Read More

ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି କୁ ନେଇ ଆଇନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା ,୩୦/୮ – ଆଜି ଚିଲିକା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ପ୍ରସାର, ଶିକ୍ଷାର ମାନବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ପାସ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ…

Read More

ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ଗାଇସିଲେଟ, ୩୧/୦୮: ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଲବ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ସୋମବାର ଗାଇସିଲେଟ ୟୁଥ୍ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରି ରକ୍ତଦାନ ଏକ…

Read More

ନିଟ୍‌ରେ କୃତିତ୍ୱ ହାସଲ କଲେ ସ୍ମିତାରାଣୀ, ଗାଇସିଲେଟ ଅଞ୍ଚଳ ପାଇଁ ଆଣିଲେ ଗୌରବ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 30/8/2026: ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ରାଧାକାନ୍ତ ବାଗଙ୍କ ଝିଅ ସ୍ମିତାରାଣୀ ବାଗ ୨୦୨୬ ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରି ନିଜ ପରିବାର ସମେତ ସମଗ୍ର ଅଞ୍ଚଳ ଓ ଗାଇସିଲେଟ ଲକ୍ଷେଘର ସମାଜ ପାଇଁ ଗୌରବ ଆଣିଛନ୍ତି। ସ୍ମିତାରାଣୀଙ୍କ ଏହି ସଫଳତା ପାଇଁ ଗାଇସିଲେଟ ଲକ୍ଷେଘର ସମାଜ ଓ ସିଡୁଲ କାଷ୍ଟ କର୍ମଚାରୀ…

Read More

କେନ୍ଦୁଝର: ଜାତୀୟ କ୍ରୀଡ଼ା ଦିବସର ପାଳନ ପରିପ୍ରେକ୍ଷୀରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କେନ୍ଦୁଝରରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ୩୦ ଅଗଷ୍ଟ ୨୦୨୬: ସ୍ୱାସ୍ଥ୍ୟ, କ୍ରୀଡ଼ା ମନୋଭାବ ଏବଂ ଏକ ସକ୍ରିୟ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ କ୍ରୀଡ଼ା ଦିବସ ପାଳନର ତୃତୀୟ ଦିବସରେ କେନ୍ଦୁଝରରେ ଏକ ସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ମନ୍ଦରଧର ମହାଲିକ ଏହି ଶୋଭାଯାତ୍ରାକୁ ସବୁଜ ପତାକା ପ୍ରଦର୍ଶିତ କରି ଶୁଭାରମ୍ଭ କରିଥିଲେ। ତାଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ…

Read More

ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ

​ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୁଳ: 31/8/2026​ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ତାଳଚେର ପୌରପାଳିକା କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଥିବା ବେଳେ ସହରର ବାସ୍ତବ ବିକାଶର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ସ୍ୱାୟତ୍ତ ଶାସନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି—ବିଗତ ବର୍ଷର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ଖର୍ଚ୍ଚର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ, ସହରର ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟ ଜଳ, ପରିମଳ ଓ ଆଲୋକୀକରଣ ଭଳି ମୌଳିକ…

Read More

ନୃସିଂହନାଥ ମନ୍ଦିରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ: ପଦ୍ମପୁର,୨୮।୮ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ଅବସରରେ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନବାନ୍ନ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର ଦିନ ଦିବା ୧୦ ଘଟିକା ୧୧ମିନିଟ ୧୬ ସେକେଣ୍ଡ ରୁ ୧୨ ଘଟିକା ୨୬ ମିନିଟ ୧୮ ସେକେଣ୍ଡ ମଧ୍ୟରେ ମହାପ୍ରଭୁଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରାଯିବ। ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଶ୍ରୀଶ୍ରୀ ନୃସିଂହନାଥ…

Read More