Headlines

samikshanews

ଚିତ୍ରକୋଣ୍ଡା ବ୍ଲକ: କଣ୍ଟାଗୁଡ଼ା ଗ୍ରାମରେ ବିକାଶ ରାସ୍ତାରେ ବାଧକ ସାଜିଛି ସେତୁ, ବର୍ଷାରେ ଗାଁ ଲୋକେ ହନ୍ତସନ୍ତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୩୦/୦୮/୨୬ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର କଣ୍ଟାଗୁଡ଼ା ଗ୍ରାମ ଆଜି ମଧ୍ୟ ବିକାଶର ମୁଖ୍ୟସ୍ରୋତରେ ପହଁଚି ପାରି ନାହିଁ। ଏହି ଗ୍ରାମରେ ପ୍ରାୟ ୨୫ଟି ପରିବାର ବସବାସ କରୁଥିବା ବେଳେ ଏଠାରେ ଗୋଟିଏ ଭଲ ରାସ୍ତା କିମ୍ବା ସେତୁଟିଏ ଗାଁ ଲୋକଙ୍କ ପାଇଁ ନିର୍ମାଣ ହୋଇପାରିନାହିଁ। ଗୋଟିଏ ଛୋଟ ବ୍ରିଜ୍‌ର ଅଭାବ ଯେପରି ଗ୍ରାମର ବିକାଶ ଯାତ୍ରାକୁ ଅଟକାଇ ଦେଇଛି। ଫଳରେ ସରକାରୀ ଯୋଜନା ଓ ମୌଳିକ…

Read More

ଯେଉଁଠି ପହଞ୍ଚେନି ସ୍ୱାସ୍ଥ୍ୟସେବା, ସେଠି ପହଞ୍ଚିଲେ ‘ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନି : ଦୁର୍ଗମ ଆଦିବାସୀ ଗାଁରେ ଡାକ୍ତରଙ୍କ ମାନବିକତାର ନିଆରା ଦୃଷ୍ଟାନ୍ତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 29/8/2026: ପଦ୍ମପୁର: ଆଜିର ବ୍ୟସ୍ତବହୁଳ ସମାଜରେ ଚିକିତ୍ସା ସେବା ଯେତେବେଳେ ଧୀରେ ଧୀରେ ବ୍ୟବସାୟିକ ରୂପ ନେଉଛି, ସେତେବେଳେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତା ଓ ସେବାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଶନିବାର ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡେନ ଗ୍ରାମପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ…

Read More

ଝାରସୁଗୁଡ଼ା ବିଜେପିରେ ଅନ୍ତଃକନ୍ଦଳ ଚର୍ଚ୍ଚା ତେଜସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ନେଇ ମନ୍ତ୍ରୀ-ବିଧାୟକ ସମୀକରଣ ଉପରେ ଉଠିଲା ପ୍ରଶ୍ନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼:, ୨୯/୮: ଝାରସୁଗୁଡ଼ା ଜିଲ୍ଲା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି l ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ରାଜନୈତିକ ସମୀକରଣକୁ ନେଇ ଦଳୀୟ ମହଲରେ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ଏବେ ସାର୍ବଜନୀନ ଆଲୋଚନାର ବିଷୟ ପାଲଟିଛି l ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ…

Read More

ନୟାଗଡ / ସମୀକ୍ଷା ନିୟୁଜ/୨୮ ଅଗଷ୍ଟ ୨୦୨୬: ରକ୍ଷା ବନ୍ଧନ ତଥା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

Read More

ମାଲକାନାଗିରି ରେ ​ଜାତୀୟ କ୍ରୀଡ଼ା ଦିବସ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସମାରୋହ ଉଦ୍‌ଘାଟିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୯/୦୮/୨୬: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି।​ଅଗଷ୍ଟ ୨୮ ପ୍ରଥମ ଦିବସଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ…

Read More

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀକୁ ଛାଡ଼ିବାକୁ ଯାଉଥିବା ଭାଇ ମୃତ, ୪ ଗୁରୁତର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ, ୨୯/୦୮/୨୬/_ (ସମୀକ୍ଷା ନ୍ୟୁଜ):​ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିଳଘାଟି ଜଙ୍ଗଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଉଣୀ ଓ ଭଣଜାଙ୍କୁ ଶଶୁରଘରକୁ ଛାଡ଼ିବାକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ବୁଲେଟ୍ ଧକ୍କା ଦେବାରୁ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ଭଉଣୀ ଓ ଭଣଜାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।​ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ…

Read More

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ…

Read More

ରାଉରକେଲା: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା:ସୁନ୍ଦରଗଡ଼, ୨୮/୦୮/୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” ଅନ୍ତର୍ଗତ ଆଜି ସମଗ୍ର ରାଜ୍ୟର ହିତାଧିକାରୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌର…

Read More

ବୁର୍ଲାରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡମାଂସ ବ୍ୟବସାୟୀଙ୍କୁ ୩ ରାଉଣ୍ଡ ଗୁଳିମାଡ଼,ଘଟଣାସ୍ଥଳରେ ମୃତ୍ୟୁ; ଅଭିଯୁକ୍ତ ଅଟକ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି : ବୁର୍ଲା : ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ବୁର୍ଲା କିଭା ଛକ ନିକଟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରେ ମହମ୍ମଦ ଅନିସ କାଦରୀଙ୍କ ମୃତ୍ୟୁ ଘଟିଛି l ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା…

Read More

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡିଭବାନୀପାଟଣା, ୨୮ ଅଗଷ୍ଟ ୨୦୨୬ : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଆୟୋଜିତ ହୋଇଯାଇଛି।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣା ଶ୍ରୀ ପ୍ରଭାତ ପରିଡ଼ା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ୍ରୀ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି।କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍‌ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଏହି ବାବଦରେ ଦୁଇ ସହ ଛାଡ଼ି କୋଟି ଅଠେଇଶି ଳକ୍ଷ୍ୟ ପଞ୍ଚାବନ ହଜାର ଟଙ୍କା କଳାହାଣ୍ଡି ଜିଲ୍ଲାର ହିତାଧିକାରୀ ମାନଙ୍କୁ ଡିବିଟି  ମାଧ୍ୟମରେ ଏହି କିଷ୍ତି ପ୍ରଦାନ କରଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।

Read More