Headlines

samikshanews

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର/ସମୀକ୍ଷା ନିୟୁଜ/ ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍‌ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।…

Read More

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ଭବାନୀପାଟଣା, ୨୬/୦୮ (ଅପ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୭ରେ ଥିବା ସେବକ ନଗର କଲୋନୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ରୁ ପଡି ରହିଛି। ଆଜି କୁ ଦେଢ଼ ମାସ ରୁ ଉର୍ଦ୍ଧ ସମୟ ହେଲାଣି କୌଣସି ପ୍ରକାର ସଫେଇ କାର୍ଯ୍ୟହେଉ ନାହିଁ! ଅଳିଆ ଆବର୍ଜନା ପଡି ରହିଛି। ନା ଛାଡୁ ମରାଯାଉଛି ନା ଡ୍ରେନ ସଫା ହେଉଛି। ନା ବ୍ଲିଚିଙ୍ଗ ପାଉଡର ମରାଯାଉଛି ନା ମସା ତେଲ ମରାଯାଉଛି।  ନଳକୂଅ ଆଜି କୁ ୬ ମାସ ରୁ ଉର୍ଦ୍ଧ ହେଲାଣି ଖରାପହୋଇ ପଡି ରହିଛି। ନଳକୂଅ କୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନାହିଁ!। ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲକୁ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଏବଂ କଲେଜ କୁ ଯାତାୟାତା କରନ୍ତି। ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଉପରକୁ ଆସି ପୋକମାନ ଘର ଭିତରକୁ ପଶିଯିବା ସହିତ ଦୁର୍ଗନ୍ଧ ବାସନା ଘର ଭିତରକୁ ପଶି ଯାଉଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ୱାର୍ଡ଼ବାସିଙ୍କ ଅନେକଥର ଦେହ ଅସୁସ୍ଥ ହେଉଅଛି ବାରମ୍ବାର ପୗରପାଳିକା ଜମାଦାର ଓ ସୁପରଭାଇଜରକୁ ଗୁହାରି କଲେ ମଧ୍ୟ ନ ଶୁଣିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷ ମଧ୍ୟ ଏହି କଥାକୁ ଦୃଷ୍ଟି ଗୌଚର କରୁନାହାନ୍ତି। କାଳେ ହାଇଜା ହେଲେ କିମ୍ଵା ଅନ୍ୟ କୌଣସି ଗୁରୁତ୍ବର ରୋଗ ରେ ୱାର୍ଡ଼ବାସି ଆକ୍ରାନ୍ତ ହେଲେ ଏହା ପାଇଁ ଦାୟି କିଏ? । ପୗରପାଳିକା ନା ପ୍ରଶାସନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Read More

ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ୨୭/୦୮: କେସିଙ୍ଗାବ୍ଲକ, ଗୋକୁଲେଶ୍ୱର ପଞ୍ଚାୟତ: ଯୁଯୁରାଙ୍ଗ ଗାଁର ପୋଖରୀକୁ ଯିବା ରାସ୍ତାରେ ଏକ ଟ୍ରାନ୍ସଫର୍ମର ଅସୁରକ୍ଷିତ ଓ ବିପଦଜନକ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲୋକଙ୍କ ଯାତାୟାତ ହେଉଥିବା ରାସ୍ତା ନିକଟରେ ଟ୍ରାନ୍ସଫର୍ମରଟି ଖୋଲା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛୋଟ ପିଲାମାନେ ମଧ୍ୟ ଯାତାୟାତ କରୁଥିବାରୁ ବିଦ୍ୟୁତ୍ ଦୁର୍ଘଟଣାର ଆଶଙ୍କାକୁ ଅଣଦେଖା କରାଯାଇପାରେନାହିଁ। ଟ୍ରାନ୍ସଫର୍ମର ଚାରିପାଖରେ ଯଥେଷ୍ଟ ସୁରକ୍ଷା ବାଡ଼, ଚେତାବନୀ ଫଳକ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଗୋଟିଏ ଗାଈ ବିଦ୍ୟୁତ୍ ଆଘାତରେ ଅଳ୍ପକେ ବଂଚିଯାଇଥିଲା ।ଏଭଳି ବିପଦଜନକ ସ୍ଥିତି ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ କର୍ମଚାରୀମାନେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ପଦକ୍ଷେପ ନେଇନାହାନ୍ତି, ତାହା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପରେ ତଦନ୍ତ କରିବା ଅପେକ୍ଷା, ତାହା ପୂର୍ବରୁ ବିପଦକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ହିଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱ। ତେଣୁ ପ୍ରଶ୍ନ ଉଠୁଛି—ଯଦି ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟେ, ତେବେ ଦାୟିତ୍ୱ କାହାର ରହିବ?ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରୁ। ଏଥିସହ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ମିଳିଥିଲା କି ନାହିଁ ଏବଂ ମିଳିଥିଲେ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିଭାଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Read More

ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ /ସମୀକ୍ଷା ନ୍ୟୁଜ: ରାୟଗଡ଼ା ଜିଲ୍ଲା ରେ ଚୋରା ମଦ ବିକ୍ରୟକୁ ରୋକିବା ସକାଶେ ପ୍ରଶାସନ ସକ୍ରିୟ ହୋଇଛି।ରାୟଗଡା ଉପଜିଲ୍ଲାପାଳ, ନେତୃତ୍ୱରେ ରାୟଗଡା ସବଡ଼ିଭିଜନର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଓ ଅବୈଧ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି।ସମ୍ପୂର୍ଣ୍ଣ ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ରମେଶ ଜେନା ସୂଚନା ଦେଇଛନ୍ତି। ବ୍ୟାପକ ଭାବେ ଚୋରା କାରବାର ହେଉଥୁବା ଜେ.କେ.ପୁର, କାଶୀପୁର,…

Read More

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୭/୦୮/୨୬: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ସୁଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏହାଦ୍ୱାରା ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହି ବିମାନ ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ…

Read More

ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ବୋରିଗୁମ୍ମା /ସମୀକ୍ଷା ନ୍ୟୁଜ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ର ଛାତ୍ରାବାସ ପରିଚାଳନା ଉପରେ ଉଠିଲା ପ୍ରଶ୍ନ । ଛାତ୍ରାବାସ ରୁ ଜଣେ ଛାତ୍ର 3 ଦିନ ଧରି ନିଖୋଜ ହେଉଛି ପରେ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସର ରେ ସବ ଉଦ୍ଧାର ହେବା ଘଟଣା ହିଁ ବୟାନ କରୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ…

Read More

ଭବାନୀପାଟଣା: ଶିଶୁ ସୁରକ୍ଷା ପାଇଁ ସମନ୍ୱିତ ପଦକ୍ଷେପ ଉପରେ କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୨୫/୦୮: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଭବାନୀପାଟଣା ଠାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏବଂ ‘କର୍ତ୍ତବ୍ୟ’ ଅନୁଷ୍ଠାନର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ…

Read More

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି -୨୬/୦୮ଭବାନୀପାଟଣା: ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନକ୍ରମେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣାଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ (ବି.ପି.) ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପ ପ୍ରଜ୍ୱଳନ…

Read More

ନିଆରା ରାକ୍ଷୀ ପୂର୍ଣ୍ଣିମା: ୨୦୦ ଅନ୍ତେବାସିନୀ ଛାତ୍ରୀ ରାକ୍ଷୀ ତିରିଆକରି ବାନ୍ଧିଲେ ରାକ୍ଷୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬୦୮୨୬:​ରାକ୍ଷୀ ପର୍ବ ଓଡ଼ିଶା ସଂସ୍କୃତିର ଏକ ବଳିଷ୍ଠ ପର୍ବ। ଭାଇଭଉଣୀର ଅତୁଟ ସମ୍ପର୍କକୁ ପୁନଃଜୀବିତ କରିବା ପାଇଁ ଏହା ଏକ ପୂରାଣ କାଳରୁ ପ୍ରଚଳିତ ହୋଇଆସୁଥିବା ଉତ୍ସବ। ତେବେ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏହି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଏ।​ବିଦ୍ୟାଳୟରେ ଥିବା ୨୦୦ରୁ ଉର୍ଦ୍ଧ୍ୱ ଅନ୍ତେବାସିନୀ ଛାତ୍ରୀ ହଷ୍ଟେଲକୁ ଆସୁଥିବା ଡାଲି, ଚାଉଳ, ଗହମ, ଟିକିଲି ଓ ରିବନ ସହାୟତାରେ ନିଜେ ରାକ୍ଷୀ ତିଆରି…

Read More

ବିଦ୍ୟୁତ ଟ୍ରାନ୍ସଫରମରର ତମ୍ବା କୋଏଲ ଲୁଟିନେଲେ ଲୁଟେରା: କପ୍ତିପଦା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬/୦୮/୨୬ : କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଲୁଟେରାମାନେ ଘର ଓ ମନ୍ଦିରକୁ ଟାର୍ଗେଟ୍ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ପାଲଟିଛି ବିଦ୍ୟାଳୟ ଏବଂ ବିଦ୍ୟୁତ ଟ୍ରାନ୍ସଫରମର।​କିଛି ମାସ ପୂର୍ବରୁ କପ୍ତିପଦା ଥାନା ଅଧୀନ ଦେବଳା ଆଶ୍ରମ ଗ୍ରାମରୁ ଦୁର୍ବୁତ୍ତମାନେ ଏକ ବିଦ୍ୟୁତ ଟ୍ରାନ୍ସଫରମର ଚୋରି କରି ଚମ୍ପଟ ମାରିଥିଲେ। ଏନେଇ ସେତେବେଳେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ…

Read More