Headlines

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର, ତା.୧୫/୦୯: ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ ଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କହିଛନ୍ତି ଯେ, ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା ।…

Read More

​ତାଳଚେର ମେଡିକାଲ କଲେଜ: ପ୍ରାକ୍ଟିକାଲ୍ ନାହିଁ, ୫୦୦ କୋଟିର ଏକ ଅତ୍ୟାଧୁନିକ କଲେଜ-କୋଉ କାମକୁ ନୁହେଁ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର: ତାରିଖ: ୧୫ ସେପ୍ଟେମ୍ବର ୨୦୨୬​ତାଳଚେର ଠାରେ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏଠାକାର ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରାକ୍ଟିକାଲ୍ (ବ୍ୟବହାରିକ) ଶିକ୍ଷା ପାଇଁ ଏବେ ବି ଅନୁଗୁଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ବଡ଼ ଭିତ୍ତିଭୂମି ଥାଇ ମଧ୍ୟ ସାଧାରଣ ଜନତା…

Read More

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ…

Read More

କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ…

Read More

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି…

Read More

ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଯେଉଁ ଦିନଠାରୁ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ରବୀନ୍ଦ୍ର ନାଥ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ଦିନଠାରୁ ଜିଲ୍ଲାରେ ଅପରାଧ ଓ ନିଶା କାରବାର ବିରୋଧରେ ଏକ ବ୍ୟାପକ ଏବଂ ନିରନ୍ତର ଅଭିଯାନ ଆରମ୍ଭ ହୋଇଛି। ଦାୟିତ୍ୱ ନେବା ମାତ୍ରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଅପରାଧୀ ଏବଂ ନିଶା କାରବାରୀଙ୍କ ପାଇଁ ବରଗଡ଼ ଜିଲ୍ଲାରେ କୌଣସି ସ୍ଥାନ ନାହିଁ। ତାଙ୍କର…

Read More

ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:ପରଜଙ୍ଗ ୧୩/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୂରାକାଟେଣି ଗ୍ରାମରେ ପୋଖରୀ ରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଜୟପୂରାକାଟେଣୀ ଗ୍ରାମର ବୃଦ୍ଧା ନିରାଶ ପରିଡା (୮୧) ଆଜି ସକାଳ ସମୟରେ ଗାଧୋଇବାକୁ ଯାଇ ଗ୍ରାମର ଚେକା ପୋଖରୀ ରେ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିବା ଜଣା ପଡିଛି।ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ଖବରପାଇ ଜାଣିବାକୁ ପାଇଲେ। ସଙ୍ଗେ ସଙ୍ଗେ…

Read More

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗଣେଶ ପୂଜା ସହ ପୂର୍ବ ଛାତ୍ର ସମ୍ମିଳନୀ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଗଣେଶ ପୂଜା ଅବସରରେ ବ୍ୟାସ ଭାବେ ଲଳିତ କୁମାର ପଣ୍ଡା ଏବଂ କର୍ତ୍ତା ଭାବେ ଦଶମ ଶ୍ରେଣୀର ଛାତ୍ରୀ ଜ୍ୟୋତିଶିଖା ପୁରୋହିତ ଦାୟିତ୍ୱ ତୁଲାଇଥିଲେ।କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ବତନ…

Read More

ଶ୍ରୀସାଇ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର ପାଟଣା :୧୪/୯,ପାଟଣା ବ୍ଲକ ମୁଖ୍ୟାଳୟରେ ସ୍ଥାପିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ସୋମବାର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀଙ୍କ ଦ୍ଵାରା ମନ ଉଲ୍ଲାସ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି। ସଭାପତି ପ୍ରକାଶ କୁମାର ସେଠୀ, ସମ୍ପାଦକ ଅନିଲ କୁମାର ରଣା, ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ, ଅନୁଷ୍ଠାନର ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତେଜସ୍ବିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର,…

Read More

ତୁରୁମୁଙ୍ଗା ଶ୍ରୀ ବିଦ୍ୟା ବାଟିକାରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର କେନ୍ଦୁଝର/ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକା ପରିସରରେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ଗଣେଶ ପୂଜା ଉତ୍ସାହର ସହ ପାଳିତ ହୋଇଛି। ଜ୍ଞାନ, ଶିକ୍ଷାରେ ସଫଳତା ଏବଂ ସମସ୍ତଙ୍କ ମଙ୍ଗଳ କାମନା କରି ଏହି ପୂଜା ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ଏକ ସୁସଜ୍ଜିତ ଶ୍ରେଣୀଗୃହରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ…

Read More