Headlines

ରାଉରକେଲା : ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା /ରାଉରକେଲା, ୧୨ ଅଗଷ୍ଟ ୨୦୨୬: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।…

Read More

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର : ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି…

Read More

ଘାଟବାସୁଳୀ ଗ୍ରାମରେ ବର୍ଷାଜନିତ ପରିସ୍ଥିତିର ସ୍ଥିତି ସମୀକ୍ଷା କଲେ ନବରଙ୍ଗପୁର ଜିଲ୍ଲାପାଳ: ଗ୍ରାମବାସୀଙ୍କ ସମସ୍ୟା ଶୁଣି ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା. ୨୫.୦୮.୨୦୨୬: ନବରଙ୍ଗପୁର ଜିଲ୍ଲାରେ ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ଓ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ମହେଶ୍ୱର ସ୍ୱାଇଁ ଆଜି କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଉକିଆପାଲ୍ଲୀ ଗ୍ରାମପଞ୍ଚାୟତର ଘାଟବାସୁଳୀ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗତକାଲି…

Read More

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More

ହରିପୁର ଗଡ଼କୁ ଉତ୍ତମ ପର୍ଯ୍ୟଟନ ସ୍ଥଳୀ କରାଯାଉ ଦାବିରେ ୧୮କୋଟି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୫/୯/୨୬ – ଆମର ଦାବୀ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦୀର୍ଘ ସାତ ବର୍ଷ ପରେ ସରକାର ଭଞ୍ଜ ରାଜାଙ୍କ ପୂର୍ବତନ ରାଜଧାନୀ ହରିପୁର ଗଡ଼ ର ବିକାଶ ପାଇଁ ୧୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ତଥା ଆମେ ଏଏସ୍ ଆଇ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ କହୁଛୁ ଏହି କାମକୁ ସୂଚାରୁ ଭାବରେ ଯଥାଶୀଘ୍ର ସମ୍ପନ୍ନ କରିବାକୁ ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଏକ…

Read More

ଲେସ୍‌ ଟେଣ୍ଡରକୁ ନେଇ ଠିକାଦାରଙ୍କ ପୁଣି ବୈଠକ:ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ ପାଇଁ ଏକାଠି ହେଲେ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର

ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ/ ସମୀକ୍ଷା ନ୍ୟୁଜ/ମାଲକାନଗିରି: ଟେଣ୍ଡରରେ ଅତ୍ୟଧିକ କମ୍‌ ଦର ଦାଖଲକୁ ନେଇ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାରମାନେ ପୁଣି ଏକାଠି ହୋଇଛନ୍ତି। ବୁଧବାର ଏମ୍‌ଭି-୭୯ଠାରେ ଠିକାଦାରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଟେଣ୍ଡର ପ୍ରକ୍ରିୟା, ଦର ଓ ନିର୍ମାଣ କାମର ଗୁଣବତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା। ଠିକାଦାରମାନଙ୍କ କହିବାନୁଯାୟୀ, ଅଧିକାଂଶ ଠିକାଦାର ବିଭାଗ ପକ୍ଷରୁ ଧାର୍ଯ୍ୟ ସିଡ୍ୟୁଲ୍‌ ଦର ଅନୁସାରେ ଟେଣ୍ଡର ଦାଖଲ କରୁଥିବାବେଳେ କେତେକ ଠିକାଦାର କାମ ପାଇବା…

Read More

କେନ୍ଦୁଝର ମାଟିର ପୁଅ ତଥା ରାଜ୍ୟପାଳଙ୍କ ପିଆରଓ ସଂଜୀବ ବାରିକ ହେଲେ ଅତିରିକ୍ତ ନିର୍ଦ୍ଦେଶକ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ଶ୍ରୀ ସଂଜୀବ ବାରିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ, ଅଭିଜ୍ଞ ଓ ଲୋକପ୍ରିୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ବିଶେଷ ପରିଚୟ ରହିଛି। ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାରେ…

Read More

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ…

Read More

ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ: ଚିକିଟୀ– ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ନିର୍ଦ୍ଦେଶାନୁସାରେ ରବିବାର ଦିନ ଚାନ୍ଦପୁର ଗ୍ରାମ ସ୍ଥିତ ସମାଜ କୋଠଘର ଠାରେ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଳଗଙ୍ଗା ଙ୍କ ନିକଟରେ…

Read More

କେନ୍ଦୁଝର:ବିଦ୍ୟୁତ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର -09/09କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ବ୍ଲକ ମୂଷାନାଳି ଗ୍ରାମରେ ଘଟିଯାଇଛି ଏକ ଦୁଖଃଦ ଘଟଣା l ଆଜି ସକାଳେ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ପୁତ୍ର ଦୟାନିଧି ମହାନ୍ତ ୪୮ଘରେ ଇ6ଲକ୍ରିଟ କାମ କରୁଥିଲା ବେଳେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଗୁରୁତର ହୋଇପଡିଥିଲେ, ତାଙ୍କୁ ସଂଗେ ସଂଗେ ସ୍ୱାମପାଟଣା ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ଦୟାନିଧି ଜଣେ ଆଧ୍ୟାତ୍ମିକ, ସରଳ…

Read More