Headlines

କେନ୍ଦୁଝର:ମୃତ ଗୋ ମାତା ଙ୍କୁ ଉଚିତ ସମ୍ମାନ ଦେଇ କଲେ ଶବ ସତ୍କାର ।

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର- 07/09-କେନ୍ଦୁଝର ଜିଲ୍ଲା ବଡ଼ବିଲ ସେରେଣ୍ଡା ତାରିଣୀ ମନ୍ଦିର ନିକଟରେ ଗତ କାଲି ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଗାଈ ଟି ମରି ପଡିଥିବା ବେଳେ ଆଜିବଡ଼ବିଲ ଅତିରିକ୍ତ ଆଞ୍ଚଳିକ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଗାଈ ଟି କୁ ଦେଖି ବଡ଼ବିଲ ପରିବହନ ବିଭାଗ ରେ କାମ କରୁଥିବା ନିଜ ଟିମ କୁ ଡାକି ଘଟଣା ସ୍ଥଳରେ ପଡି ରହିଥିବା ମୃତ ଗାଈ କୁ ନିଜ ହାତରେ ଉଠାଇ…

Read More

କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

​ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୧୬/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। କାଳ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ହେଲେ ଗୋଡ଼ଗାଁ ଗ୍ରାମର ସିପୁନ ମଢେଇ।​ମିଳିଥିବା ସୂଚନା ଅନୁଯାୟୀ, ସିପୁନ ନିଜର ଜଣେ ସାଙ୍ଗଙ୍କ ସହ କାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଉଭୟେ ନଦୀରେ ଗାଧୋଉଥିବା ସମୟରେ…

Read More

ମାଲକାନଗିରି:ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଉପସ୍ଥିତିରେ ଆପତ୍ତିକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ଏବଂ ମନୋସାମାଜିକ ଯତ୍ନ ବୃଦ୍ଧି ପାଇଁ ଏକ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ବାଙ୍ଗାଲୋରର ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ନାୟୁବିଜ୍ଞାନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମାଲକାନଗିରିର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା…

Read More

ଦୀର୍ଘ ଦିନର ଅପେକ୍ଷାରେ ଅନ୍ତ, ଆରମ୍ଭ ହେଲା ଡ୍ରେନ ନିର୍ମାଣ, ଦୁଇ ମାସରେ କାମ ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୭ା୯: ଦୀର୍ଘଦିନ ଧରି ଜଳ ନିଷ୍କାସନ ସମସ୍ୟାରେ ଜୁଝୁଥିବା ଖୋରଧା ବ୍ଲକ ପୁବୁସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱରପୁର ଗ୍ରାମବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର। ଶନି ମନ୍ଦିର ନିକଟରେ ବହୁଦିନ ଧରି ପ୍ରସ୍ତାବିତ ଥିବା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷରେ ଆଜି ଆରମ୍ଭ ହୋଇଛି। ଡ୍ରେନ୍ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ବିବାଦ ଯୋଗୁଁ କାର୍ଯ୍ୟ ଆଗେଇ ପାରୁନଥିଲା।…

Read More

ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ୨୭/୦୮: କେସିଙ୍ଗାବ୍ଲକ, ଗୋକୁଲେଶ୍ୱର ପଞ୍ଚାୟତ: ଯୁଯୁରାଙ୍ଗ ଗାଁର ପୋଖରୀକୁ ଯିବା ରାସ୍ତାରେ ଏକ ଟ୍ରାନ୍ସଫର୍ମର ଅସୁରକ୍ଷିତ ଓ ବିପଦଜନକ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲୋକଙ୍କ ଯାତାୟାତ ହେଉଥିବା ରାସ୍ତା ନିକଟରେ ଟ୍ରାନ୍ସଫର୍ମରଟି ଖୋଲା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛୋଟ ପିଲାମାନେ ମଧ୍ୟ ଯାତାୟାତ କରୁଥିବାରୁ ବିଦ୍ୟୁତ୍ ଦୁର୍ଘଟଣାର ଆଶଙ୍କାକୁ ଅଣଦେଖା କରାଯାଇପାରେନାହିଁ। ଟ୍ରାନ୍ସଫର୍ମର ଚାରିପାଖରେ ଯଥେଷ୍ଟ ସୁରକ୍ଷା ବାଡ଼, ଚେତାବନୀ ଫଳକ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଗୋଟିଏ ଗାଈ ବିଦ୍ୟୁତ୍ ଆଘାତରେ ଅଳ୍ପକେ ବଂଚିଯାଇଥିଲା ।ଏଭଳି ବିପଦଜନକ ସ୍ଥିତି ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ କର୍ମଚାରୀମାନେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ପଦକ୍ଷେପ ନେଇନାହାନ୍ତି, ତାହା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପରେ ତଦନ୍ତ କରିବା ଅପେକ୍ଷା, ତାହା ପୂର୍ବରୁ ବିପଦକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ହିଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱ। ତେଣୁ ପ୍ରଶ୍ନ ଉଠୁଛି—ଯଦି ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟେ, ତେବେ ଦାୟିତ୍ୱ କାହାର ରହିବ?ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରୁ। ଏଥିସହ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ମିଳିଥିଲା କି ନାହିଁ ଏବଂ ମିଳିଥିଲେ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିଭାଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Read More

“ବିଦ୍ୟାଳୟ ରୂପାନ୍ତରଣରେ ‘ପଞ୍ଚସଖା ଶିକ୍ଷା ସେତୁ’ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା”: ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା”- ମୁଖ୍ୟମନ୍ତ୍ରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ୫ ସେପ୍ଟେମ୍ବର ୨୦୨୬ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା…

Read More

ଲୋକେଶ୍ୱର ପୁର ରାସ୍ତା, ଡ୍ରେନେଜ ଓ ଆଲୋକକରଣ ସମସ୍ୟା ; ଜବରଦଖଲ ଉଚ୍ଛେଦ ସହ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୧।୯: ଖୋରଧା ପଞ୍ଚାୟତ ସମିତି ଅଧୀନ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଲୋକେଶ୍ୱରପୁର ଗ୍ରାମରେ ଦୀର୍ଘଦିନ ଧରି ରାସ୍ତା, ଡ୍ରେନେଜ, ଜବରଦଖଲ ଓ ଷ୍ଟ୍ରିଟ୍‌ଲାଇଟ୍‌ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ଦାବି କରି ଗ୍ରାମବାସୀ ଖୋରଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗପତ୍ର ଦେଇ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଲୋକେଶ୍ୱର ମହାଦେବ ମନ୍ଦିରଠାରୁ…

Read More

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବିଭୁତି ପ୍ରସାଦ ପଣ୍ଡା / ସମୀକ୍ଷା ଜିଲ୍ଲା ପ୍ରତିନିଧି / ନବରଙ୍ଗପୁର, ତା. ୧୭.୦୮.୨୦୨୬: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର…

Read More

ଝାରସୁଗୁଡ଼ା ବିଜେପିରେ ଅନ୍ତଃକନ୍ଦଳ ଚର୍ଚ୍ଚା ତେଜସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ନେଇ ମନ୍ତ୍ରୀ-ବିଧାୟକ ସମୀକରଣ ଉପରେ ଉଠିଲା ପ୍ରଶ୍ନ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼:, ୨୯/୮: ଝାରସୁଗୁଡ଼ା ଜିଲ୍ଲା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି l ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ରାଜନୈତିକ ସମୀକରଣକୁ ନେଇ ଦଳୀୟ ମହଲରେ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ଏବେ ସାର୍ବଜନୀନ ଆଲୋଚନାର ବିଷୟ ପାଲଟିଛି l ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ…

Read More

ଖୋରଧା:ସବୁଜିମା ପାଇଁ ଜିଲ୍ଲା ପ୍ରେସ କ୍ଳବର ବୃକ୍ଷ ରୋପଣଅଁଳା, ଲିମ୍ବ, ଅର୍ଜୁନ, କରଞ୍ଜ, ବେଲ, କଦମ୍ବ, ପିସ୍ତା ବାଦାମ, ଶିଶୁ , ସାଗୁଆନ ସମେତ ଅନେକ ଔଷଧୀୟ ବୃକ୍ଷ ଚାରା ରୋପଣ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୮ା୯: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ନେଇ ଖୋରଧା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଙ୍ଗଳବାର ପ୍ରେସ କ୍ଲବ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପରିବେଶ ସୁରକ୍ଷା ଭଳି ସାମାଜିକ ଦାୟିତ୍ୱରେ ମଧ୍ୟ ସକ୍ରିୟ ଭୂମିକା ନେବାର…

Read More