Headlines

ମାଲକାନଗିରି:ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାସିକ ରାଜସ୍ୱ ଓ ପି.ଏମ୍.ଜି. ପ୍ରଗତି ବୈଠକ ଅନୁଷ୍ଠିତ, ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କଡ଼ା ନିର୍ଦ୍ଦେଶ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୧୦/୦୯/୨୬ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ପୌରୋହିତ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଏବଂ ପି.ଏମ୍.ଜି. ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାର ଚାଲୁ ରହିଥିବା ବିଭିନ୍ନ…

Read More

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: ଚମ୍ପୁଆ -୦୯/୦୯, ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମy ରୁଗୁଡ଼ିସାହି ରେ ରୁହନ୍ତି ଚୈତନ୍ୟ ମୁଣ୍ଡା (୬୫) l ଅନେକ ବର୍ଷ ହେଲା ତାଙ୍କ ପିତା ଟସେ ମୁଣ୍ଡା ପରଲୋକ ଗମନ କରିଛନ୍ତି l ଚୈତନ୍ୟ ଅବିବାହିତ l ତା ‘ର ସାହା ଭରସା କେହି ନାହିଁ l ଚୈତନ୍ୟ ର ନା ଅଛି ବାସଗୃହ, ନା ଅଛି ଆଧାର କାର୍ଡ lଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ…

Read More

ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: ପାଟଣା:୧୫/୯,ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦିନରାତି ଅବାଧ ଚୋରା ମଦ କାରବାର ଚାଲୁ ରହିଥିବାରୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଆଜି ପାଟଣା ଥାନା ଏବଂ ଅବକାରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଗ୍ରାମରେ ବେଧଡ଼କ ଭାବେ ଚୋରା ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ଯୋଗୁଁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି ଦେଖାଦେଉଛି। ମଦ୍ୟପଙ୍କ ଉତ୍ପାତ କାରଣରୁ ମହିଳା ଓ…

Read More

କନ୍ଧମାଳ:କୋଟଗଡ଼ରେ ଅସ୍ତ୍ର ଦେଖାଇ ଘରେ ଲୁଟ ଅଭିଯୋଗ, ୪ ଗିରଫ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲା ର ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଅଞ୍ଚଳରେ କେତେକ ଡକାଇତ ଘରେ ପଶି ଅସ୍ତ୍ର ଦେଖାଇ ଲୁଟପାଟ କରିବା ଅଭିଯୋଗରେ ପୋଲିସ୍ ଚାରିଜଣକୁ ଗିରଫ କରିଛି । ଏହି ଭଳି ଘଟଣାଟି କୋଟଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କୋଟଗଡ଼ ଥାନାରେ ଅଭିଯୋଗ ପରେ, ତାହାର ତଦନ୍ତ ପରେ ୪ ଅଭିଯୁକ୍ତଙ୍କୁ ଧରା ଯାଇଥିବା ବେଳେ ନଗଦ ୧୪,୭୦୦…

Read More

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ ବାଲିଗୁଡ଼ା, ତା, ୧୪/୦୯: ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଷ ଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ। ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପ ଗୁଡ଼ିକ ମୁଖରିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଲୋକମାଳାର ଝଲକରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ବାଲିଗୁଡ଼ା…

Read More

ମାଲକାନଗିରିରେ ଯୌତୁକ ପ୍ରଥା ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୧୨/୦୮/୨୬: ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

Read More

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା…

Read More

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା, ୧୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, କୁଦାନଗରୀ, ମହାକାଳପଡ଼ା ଓ ଜମ୍ବୁ ମେରାଇନ୍ ଅବକାରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ନହଙ୍ଗା ଗ୍ରାମର ନରେଶ କୁମାର ସାହୁ (୪୯)ଙ୍କ ନିକଟରୁ ୧୮ ଲିଟର…

Read More

କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୩୩ଟି ଅଭିଯୋଗ ପତ୍ର ଗ୍ରହଣ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋରୁକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, କୋରୁକୋଣ୍ଡା ବିଡିଓ ଅମୂଲ୍ୟ ମହାପାତ୍ର ଏବଂ ସହକାରୀ…

Read More

କପ୍ତିପଦା ବଜାରରେ ନର୍କ ଯନ୍ତ୍ରଣା: ବର୍ଷା ପାଣିରେ ଲହଡ଼ି ଭାଙ୍ଗୁଛି ରାସ୍ତା, ପ୍ରଶାସନ ନିଦ୍ରାହୀନ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/୦୧୦୭୨୬/ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବଜାରରେ ଏବେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ମୌସୁମୀ ପ୍ରଥମ ବର୍ଷାରେ କପ୍ତିପଦା ବଜାରର ସ୍ଥିତି ଏବେ ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ଏନଏସି ଘୋଷଣା ପରେ ରାସ୍ତା ପ୍ରଶସ୍ତିକରଣ ଆଳରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଅନେକ ଦୋକାନ ଓ ବଜାର ଭଙ୍ଗାଯିବା ପରେ ସେଠାରେ ବାହାରିଥିବା ଅଳିଆ ଓ ମଇଳା ପଡ଼ି ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ…

Read More