Headlines

ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୫/୦୯/୨୬ଶିକ୍ଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଶିକ୍ଷା ପରିବାର ପାଇଁ ଖୁସିର ଖବର। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଆଜି ୧୭୬ ଜଣ ଲେବଲ୍-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩ କୁ ପଦୋନ୍ନତି ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୫୪୪୭ ଏବଂ ୫୪୫୪ ତା ୩-୯-୨୦୨୬ ମାଧ୍ୟମରେ ପଦୋନ୍ନତି ପାଇବା ଏବଂ ବିଦ୍ୟାଳୟ ନିର୍ଦ୍ଧାରିତ ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ପାଇଁ ଆଜି ଆହ୍ୱାନ କରାଯାଇଥିଲା।…

Read More

ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ , ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ, ଜିଲ୍ଲା ପ୍ରେସ କ୍ଳବରେ ଧୁମଧାମରେ ପାଳିତ ହେଲା ପୂଜା

ଖୋରଧା ରୁ ପ୍ରଭାତ ପାଇକରାୟ, ସମୀକ୍ଷା ନିଉଜ୍ ଖୋରଧା, ସେପ୍ଟେମ୍ବର ୧୪: ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ…

Read More

ପାଇକମାଳ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ନେଇ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ସହିତ ପାରମ୍ପରିକ ବିହନ ଓ କୃଷି ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ଆଜି ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ପ୍ରକଳ୍ପ ଅଧୀନରେ ଦେବଦତ୍ତ କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ-ତଥା-ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା…

Read More

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ପାରମ୍ପରିକଠାରୁ ଆଧୁନିକ ଚିତ୍ର ଓ ଭାସ୍କର୍ଯ୍ୟ ବିଷୟରେ ପଚାରି ବୁଝିଲେ ଛାତ୍ରଛାତ୍ରୀ । ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କଳାକୃତିକୁ ପରିଭ୍ରମଣ କରିଥିଲେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନୋ.- ୫ ର ଛାତ୍ରଛାତ୍ରୀମାନେ।ଏହି ଅବସରରେ ଭାସ୍କର୍ଯ୍ୟ ବିଭାଗରେ ଟେରାକୋଟା,ପଥର ଖୋଦେଇ, ସେରାମିକ୍ସ ଓ ଆଧୁନିକ ଭାସ୍କର୍ଯ୍ୟ ବୁଲି ଦେଖିବସହ ଚିତ୍ରକଳା ବିଭାଗର ସମସାମୟିକ ଚିତ୍ର ତଥା ପାରମ୍ପରିକ ପଟ୍ଟଚିତ୍ର,ଜଳରଙ୍ଗ ଚିତ୍ର ଓ ତୈଳଚିତ୍ର ବୁଲି ଦେଖିବାସହ ସେ ସମ୍ପର୍କରେ…

Read More

କେନ୍ଦୁଝର:ହାଣ୍ଡିଭଙ୍ଗା ଗ୍ରାମରେ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ସଚେତନତା କାର୍ଯ୍ୟକ୍ରମ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ: କେନ୍ଦୁଝର, ୮ ସେପ୍ଟେମ୍ବର ୨୦୨୬: ମହିଳା ଓ ବାଳିକାଙ୍କ ସୁରକ୍ଷା, ସହାୟତା ଏବଂ ସଶକ୍ତିକରଣ ଉଦ୍ଦେଶ୍ୟରେ ସଖୀ ଓନ୍ ଷ୍ଟପ୍ ସେଣ୍ଟର (OSC), କେନ୍ଦୁଝର ପକ୍ଷରୁ ଆଜି ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସଖୀ ଓଏସ୍‌ସିର କେନ୍ଦ୍ର ପ୍ରଶାସକ ଶ୍ରୀମତୀ ସୁଜାତାରାଣୀ ପାଢ଼ୀ, କାଉନ୍ସେଲର ମିସ୍ ଦୀପିକା ନାୟକ ଏବଂ କେସ୍ ୱାର୍କର ମିସ୍ ତବସୁମ୍ ବେଗମ୍ ଯୋଗଦେଇଥିଲେ। ଏହି…

Read More

ନବରଙ୍ଗପୁର:ଡକାୟତି ମାମଲାରେ ଆଉ ଜଣେ ଗିରଫ ଓ ନଗଦ ୫୫ ହଜାର ଟଙ୍କା, ବାଇକ୍‌ ଓ ଛୁରୀ ଜବତ

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ଝରିଗାଁ ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ବଣୁଆଗୁଡ଼ା ପଞ୍ଚାୟତ ଅଧୀନ ରାଜାମୁଣ୍ଡା ଗ୍ରାମରେ । ଗିରଫ ବ୍ୟକ୍ତି ଦେଉଳକୋଣା ଗ୍ରାମର ମାନସିଂ ହରିଜନ (୨୫) ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ମାନସିଂଙ୍କଠାରୁ ନଗଦ ୫୫ ହଜାର ଟଙ୍କା, ଗୋଟିଏ ବାଇକ୍‌ ଓ ଗୋଟିଏ…

Read More

ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ:ଜିଲ୍ଲା ପ୍ରଶାସନ, ଯୁବଗୋଷ୍ଠୀ ଓ ବନ ରକ୍ଷା ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ଅନ୍ତର ସିଂ ଆର୍ଯ୍ୟ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଅନୁସୂଚିତ ଜନଜାତିଙ୍କ ବିକାଶ ଓ କଲ୍ୟାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀ ଆର୍ଯ୍ୟ ଗତକାଲି ପୁରୀ ଗସ୍ତ କରିଥିବା ବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ…

Read More

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ‘ସୁରକ୍ଷା ସେତୁ’ ମାର୍ଗଦର୍ଶିକା ଉନ୍ମୋଚିତ ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬: ଓଡ଼ିଶାର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ “ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍‌” ଉନ୍ମୋଚିତ ହୋଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ…

Read More

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” । ଏହି କଥାର ମହତ୍ୱକୁ ମର୍ମେମର୍ମେ ହୃଦୟଙ୍ଗ କରିଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ଯୋଗେଶ୍ୱର ପଧାନ ।ମେଟ୍ରିକ୍ ପଢୁଥିବା ସମୟରେ ବାପା ରାଜନ ପଧାନ ଙ୍କ ସହିତ ନିଜ ବିଲକୁ ଯାଇ ବାପାଙ୍କ ପରିଶ୍ରମକୁ ଦେଖି ପିଲାଟି…

Read More

ସେବାନିବୃତ୍ତ ବୀର ସୈନିକ ଶ୍ରୀ ନନ୍ଦୁରାମ ବରଦାଙ୍କୁ ଭବ୍ୟ ସ୍ୱାଗତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୪/୯/୨୬ – ଭାରତମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ଶ୍ରୀ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ…

Read More