Headlines

କୋମନା:କୃଷକ ଉତ୍ପାଦକ କମ୍ପାନୀ ଗଠନ ପାଇଁ ବୈଠକ ଆୟୋଜିତ

ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ: ନୂଆପଡ଼ା ଜିଲା କୋମନା ବ୍ଲକ ତରିବୋଡ଼ ଧାନ ମଣ୍ଡିଠାରେ ବୁଧବାର ଏପିସି ପ୍ରକଳ୍ପ ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟାର ଆହ୍ୱାନ କ୍ରମେ କୃଷକ ଉତ୍ପାଦକ କମ୍ପାନୀ ଗଠନ ନେଇ ଏକ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୧୫୦ ଜଣ ସଦସ୍ୟାସଦସ୍ୟ ଅଂଶଗ୍ରହଣ କରିଥିଲେ। ସିପିଏସ୍‌ଡବ୍ଲ୍ୟୁ କେନ୍ଦୁଭଟା କାର୍ଯ୍ୟନିର୍ବାହୀ ସଚିବ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅକାରୀ ରୀ ଆରାଧନା…

Read More

ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ରାୟଗଡ଼, ୫/୯/୨୦୨୬: ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଦେବ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି। ଏହି ଅବସରରେ ଡିଇଓ ଭଜନଲାଲ ମାଝୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କୁ ଦେଶଗଠନର ମେରୁଦଣ୍ଡ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ…

Read More

ବଣାଇ ନୂଆ ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ପ୍ରଦୀପ ଜିତ /ସମୀକ୍ଷା ନିୟୁଜ /ବଣାଇ: 12/9 ବଣାଇ ନୂଆ ଉପଜିଲ୍ଲାପାଳ ସନ୍ତୋଷ କୁମାର ପାତ୍ର( IAS)ଙ୍କୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ଛପିମ ର ଏକ ପ୍ରତିନିଧି ମଣ୍ଡଳୀ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ, ଏହି ପ୍ରତିନିଧି ମଣ୍ଡଳୀ ରେ CPIM ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ବରିଷ୍ଠ ନେତା ପ୍ରଭାତ ପଣ୍ଡା, ଅସିତ ଚୌଧୁରୀ ସୋଲ ସରପଞ୍ଚ ମନୋଜ ମିର୍ଧା, ସାନ ରକ୍ସି ସରପଞ୍ଚ ଅନାନମାସୀ ହୋର, ଅନିରୁଦ୍ଧ ତ୍ରିପାଠୀ,…

Read More

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ : ସ୍ଥାନ-ଜଗତସିଂହପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ। ଲାଞ୍ଚୁଆ ଅଧିକାରୀ ଜଣକ ହେଲେ ଜଗତସିଂହପୁର ର ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦା। ଜୟପୁର ଛକ ସ୍ଥିତ ଏକ ହୋଲସେଲ ରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମଚଢ଼ାଉ କରି ରେଡ୍ ହ୍ୟାଣ୍ଡ ରେ ଧରିଛି। ଜଗତସିଂହପୁର ଜିଲ୍ଲା ଯୋଗଧରି ନିକଟରେ ଥିବା ଡ୍ରଗ୍ସ…

Read More

ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା

ଯଶୋବନ୍ତ ପରିଡା/ମୟୁରଭଞ୍ଜ/ କପ୍ତିପଦା ଉପଖଣ୍ଡ/ ୮୦୨୬ (ସମୀକ୍ଷା ନ୍ୟୁଜ):ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରାହାକାମୁଡା (UBK) ରେଞ୍ଜରୁ ଏକ ପ୍ରାୟ ୫ ବର୍ଷ ବୟସର କଳା ବାଘୁଣୀ (ସ୍ୟୁଡୋ ମେଲାନିଷ୍ଟିକ) ର ମୃତଦେହ ଉଦ୍ଧାର କରାଯାଇଛି।​ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖ (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଜଟିଆଣି କ୍ୟାମ୍ପର…

Read More

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗଣେଶ ପୂଜା ପାଳନ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: ଜଗତସିଂହପୁର, 14/09/2026: ଚାଟରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଗଣରେ ବିଘ୍ନବିନାଶକ ଗଣେଶ ଭଗବାନଙ୍କର ପୂଜା ବୈଦିକ ରୀତିରେ ପାଳନ ହୋଇଯାଇଛି | ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଗୁରୁଜୀ ଓ ଗୁରୁମା ଗହଣରେ ପୂଜାରେ ଭାଗ ନେଇ ପ୍ରାଗଣଙ୍କୁ ଏକ ସୁନ୍ଦର ଉତ୍ସବ ବନେଇଛନ୍ତି | ଏହି ଅବଶରରେ ପିଲାମାନେ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ପିଲାମାନେ ଅତି ମନୋରମ ନୃତ୍ୟ ପରିବେଷଣ କରିଥିଲେ | ଅନ୍ୟ ପିଲାମାନେ…

Read More

ବାଲିଗୁଡ଼ା: ଖଡ଼ଗ ନଦୀରେ ଡଙ୍ଗାବୁଡି ଶଶୁର ବୋହୁ ନିଖୋଜ ଚିନ୍ତାରେ ପରିବାର

ମହେଶ୍ଵର ଦିଗାଲ/ସବ୍ ଡିଭିଜନାଲ/ ସାମ୍ବାଦିକ/ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଢାକ ଗାଁ ନିକଟସ୍ଥ ଯାଇଥିବା ଖଡ଼ଗ ନଦୀରେ ଡଙ୍ଗା ବୁଡି ଶଶୁରବୋହୁ ନିଖୋଜ ଅଛନ୍ତି । ସ୍ୱଚନା ଅନୁଯାୟୀ ନଦୀ ଆରପଟେ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିଲେ। ଶୁଦ୍ଧ କାମ ସରିବାପରେ ୮ଜଣ ଲୋକ ଢାକା ଗାଁକୁ ଫେରୁଥିଲେ। ଅପରାହ୍ନରେ ଖଡ଼ଗ ନଦୀରେ କାଠ ନିର୍ମିତ ଡଙ୍ଗା ଯୋଗେ ଫେରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ…

Read More

ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ୍: ବରଗଡ଼, ୧୦/୦୯ : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ‘ବଡ଼ମା’ ଭାବେ ପରିଚିତ ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀ ଅବସରରେ ତାଙ୍କ ସ୍ମୃତିରେ ସ୍ମାରକ ଡାକଟିକଟ ଜାରି କରିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି ନୂଆ ଆଶା ସୃଷ୍ଟି କରିଛି। ଏ ସମ୍ପର୍କରେ ଲୋକସଭାରେ ନିୟମ ୩୭୭ ଅଧୀନରେ ସାଂସଦ ଶ୍ରୀ ପୁରୋହିତ ୨୪ ଜୁଲାଇ ୨୦୨୬ରେ ମାମଲା ଉଠାଇଥିଲେ।ସାଂସଦ ତାଙ୍କ…

Read More

ସେବାନିବୃତ୍ତ ବୀର ସୈନିକ ଶ୍ରୀ ନନ୍ଦୁରାମ ବରଦାଙ୍କୁ ଭବ୍ୟ ସ୍ୱାଗତ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୪/୯/୨୬ – ଭାରତମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ଶ୍ରୀ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ…

Read More

ରାସଗୋବିନ୍ଦପୁର ପଡ଼ିଆରେ ହାତୀର ଫୁଟବଲ୍‌ ଖେଳ_ ଶେଷରେ ବଲ୍‌କୁ ଦଳି ନଷ୍ଟ କଲା

ଯଶୋବନ୍ତ ପରିଡା/_ ମୟୁରଭଞ୍ଜ/ ୦୬/୦୯/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଜଙ୍ଗଲ ଅଞ୍ଚଳରେ ଏକ ଅଭୂତପୂର୍ବ ଏବଂ ଭୟଗ୍ରସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ପଡ଼ିଆରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ଏକ ହାତୀ ପ୍ରବେଶ କରି ଫୁଟବଲ୍‌ ସହିତ ଖେଳିଥିବାର ଖବର ସାମ୍ନାକୁ ଆସିଛି। ​ପ୍ରକାଶ ଯେ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରପାଡ଼ା ପଞ୍ଚାୟତର ବାଉସୁଳି ଗାଁ ପଡ଼ିଆରେ କିଛି ନାବାଳକ ଓ ପିଲାମାନେ ଫୁଟବଲ୍‌ ଖେଳୁଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ…

Read More