ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା ଖବର

ଭୁବନେଶ୍ୱର/ସମୀକ୍ଷା ନିୟୁଜ/ ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି।

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା

ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍‌ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହା ଦ୍ୱାରା ଦିବ୍ୟାଙ୍ଗଜନଙ୍କ ଗତିଶୀଳତା, ସ୍ୱାଧୀନତା, ଆତ୍ମନିର୍ଭରଶୀଳତା ଓ ସମ୍ମାନଜନକ ଜୀବନଯାପନରେ ସହାୟତା ମିଳିବ।

ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମାବେଶୀ ସମାଜ ଗଠନ ଓ ଦିବ୍ୟାଙ୍ଗଜନଙ୍କୁ ସଶକ୍ତ କରିବା ଦିଗରେ ସକ୍ଷମର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ୍‌ ମଧୁମିତା ରଥ ଏକ ନ୍ୟାୟସଙ୍ଗତ ଓ ସୁସ୍ଥ ସମାଜ ଗଠନ ପାଇଁ ସାମୂହିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା

ଅନ୍ୟମାନଙ୍କ ମଧ୍ୟରେ ସକ୍ଷମର ଜାତୀୟ ଉପାଧ୍ୟକ୍ଷ କମଳାକାନ୍ତ ପାଣ୍ଡେ, ଜାତୀୟ ମହାସଚିବ ଉମେଶ ଅନ୍ଧାରେ, ଓଡ଼ିଶା ରାଜ୍ୟ ସଚିବ ମନସ୍ମିତା ଜେନା, ନୟାଗଡ଼ ଶାଖା ସଭାପତି ଅଖିଲ ମହାରଣା ଓ ଏସ୍‌ଭିଏନ୍‌ଆଇଆର୍‌ଟିଏଆର୍‌ର ନିର୍ଦ୍ଦେଶକ ପି.ପି. ମହାନ୍ତିଙ୍କ ସମେତ ବହୁ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ଓ ସମୁଦାୟର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ପ୍ରକୃତ ସଶକ୍ତିକରଣ କେବଳ ସହାୟତା ପ୍ରଦାନ କରିବା ନୁହେଁ — ଏହା ସୁଯୋଗ ସୃଷ୍ଟି କରିବା, ଆତ୍ମବିଶ୍ୱାସ ପୁନଃସ୍ଥାପନ କରିବା ଏବଂ ପ୍ରତ୍ୟେକ ଦିବ୍ୟାଙ୍ଗଜନଙ୍କୁ ସମାଜରେ ଗର୍ବର ସହିତ ଠିଆ ହେବାକୁ ସକ୍ଷମ କରିବା ବୋଲି ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଦର୍ଶା ଯାଇଥିଲା । “ ସକ୍ଷମ ଭାରତ : ସମର୍ଥ ଭାରତ”ଗଠନର ବୃହତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶାରେ ଦିବ୍ୟାଙ୍ଗଜନ ମାନଙ୍କର ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନ ଧାରଣକୁ ସୁନିଶ୍ଚିତ କରିବା ନେଇ ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା