ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ମୁମ୍ବାଇରେ ଚାଞ୍ଚଲ୍ୟ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼ – ସମୀକ୍ଷା ଖବର

ମୁମ୍ବାଇରେ ଚାଞ୍ଚଲ୍ୟ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ସମୀକ୍ଷା ବ୍ୟୁରୋ ନ୍ୟୁଜ / ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଆକ୍ସନ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର। ୨୦୨୬ ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ମୁମ୍ବାଇରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ବଲିଉଡ୍‌ର କଳାକାରଙ୍କ ସୁରକ୍ଷାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ଟାଇଗର ଶ୍ରଫ୍…

Read More
ସର୍ଭେ ମତ: ପୁଣି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ – ସମୀକ୍ଷା ଖବର

ସର୍ଭେ ମତ: ପୁଣି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି  ମଧ୍ୟରେ ମୁକାବିଲାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନ୍ୟୁଜ୍‌୧୮ର ମେଗା ଓପିନିୟନ୍ ପୋଲ୍ ସାମ୍ନାକୁ ଆସିଛି। ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ, ଯଦି ଏବେ ନିର୍ବାଚନ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ମଧ୍ୟ ଆଗୁଆ ଥିବା ଏହି ସର୍ଭେରେ ଦର୍ଶାଯାଇଛି। ତେବେ ଏହି ତଥ୍ୟ ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମତାମତ ଉପରେ ଆଧାରିତ।ଏହାକୁ ୨୦୨୭ ବିଧାନସଭା ନିର୍ବାଚନର ଫଳାଫଳ ବୋଲି ଧରିନେବା ଉଚିତ୍ ନୁହେଁ। ନ୍ୟୁଜ୍‌୧୮ର ମେଗା ଓପିନିୟନ୍ ପୋଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ୬୬.୨ ପ୍ରତିଶତ ଉତ୍ତରଦାତା ଯୋଗୀ ଆଦିତ୍ୟନାଥଙ୍କୁ ନିଜ ପସନ୍ଦ ବୋଲି କହିଛନ୍ତି। ସେହିପରି ୨୪.୪ ପ୍ରତିଶତ ଲୋକ ଅଖିଳେଶ ଯାଦବଙ୍କୁ ସମର୍ଥନ କରିଛନ୍ତି।ସର୍ଭେରେ ଉଭୟ ନେତାଙ୍କୁ ନେଇ ସାମ୍ନାକୁ ଆସିଥିବା ତଥ୍ୟ ଏହିପରି: ଯୋଗୀ ଆଦିତ୍ୟନାଥ:୬୬.୨ ପ୍ରତିଶତ, ଅଖିଳେଶ ଯାଦବ:୨୪.୪ ପ୍ରତିଶତ ଏହି ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦର ପ୍ରଶ୍ନରେ ଯୋଗୀ ଆଦିତ୍ୟନାଥ ଅଖିଳେଶ ଯାଦବଙ୍କଠାରୁ ଅଧିକ ସମର୍ଥନ ପାଇଛନ୍ତି। ତେବେ ଏହା ସର୍ଭେରେ ରେକର୍ଡ ହୋଇଥିବା ଲୋକଙ୍କ ମତାମତ ମାତ୍ର, ନିର୍ବାଚନ ଫଳାଫଳର ପୂର୍ବାନୁମାନ ନୁହେଁ।

Read More
ପଶ୍ଚିମବଙ୍ଗ ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ – ସମୀକ୍ଷା ଖବର

ପଶ୍ଚିମବଙ୍ଗ ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ସମୀକ୍ଷା ନ୍ୟୁଜ ବ୍ୟୁରୋ/କୋଲକାତା : ପଶ୍ଚିମବଙ୍ଗ , 17/10/2026: କୋଲକାତା ଦୁର୍ଗା ପୂଜା ଦୁର୍ଘଟଣାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶକୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ଘଟିଥିବା ଦଳାଚକଟା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଦୁର୍ଗାପୂଜା ମଣ୍ଡ‌ପରେ ଘଟିଥିବା ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଦୁର୍ଘଟଣାରେ ଜୀବନ ହରାଇଥିବା ପରିବାାର ଲୋକଙ୍କ ପ୍ରତି ସମବେଦନା…

Read More
ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ – ସମୀକ୍ଷା ଖବର

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ

ସମୀକ୍ଷା ନ୍ୟୁଜ ବ୍ୟୁରୋ/କୋଲକାତା : କୋଲକାତା,17/10/2026 : ପଶ୍ଚିମବଙ୍ଗର ଏକ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦଳାଚକଟା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଛି । ଏହି ଅଘଟଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କୋଲକାତା ମେଡିକାଲ କଲେଜରେ ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପୂଜା ମଣ୍ଡପ ବାହାରେ…

Read More
ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଚିକିତ୍ସାଧୀନ – ସମୀକ୍ଷା ଖବର

ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଚିକିତ୍ସାଧୀନ

ସମୀକ୍ଷା ବ୍ୟୁରୋ ନ୍ୟୁଜ /ନୂଆଦିଲ୍ଲୀ: ଭାରତ ରତ୍ନ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ ଲାଲକୃଷ୍ଣ ଆଡଭାନୀ(୯୮) ଜୀ ଛାତିରେ ସଂକ୍ରମଣ ଯୋଗୁଁ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏକାନ୍ତ ପ୍ରାର୍ଥନା— ତାଙ୍କୁ ଶୀଘ୍ର ସୁସ୍ଥ କରି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।

Read More
ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ – ସମୀକ୍ଷା ଖବର

ଏସୀୟ କ୍ରୀଡ଼ା ୨୦୨୬: ପ୍ରତିରକ୍ଷା ବାହିନୀର ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଏସୀୟ କ୍ରୀଡ଼ା-୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପ୍ରତିରକ୍ଷା ବାହିନୀର ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୨୦୨୬ ଅକ୍ଟୋବର ୧୨ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ତିନି ପ୍ରତିରକ୍ଷା ସେବା—ସ୍ଥଳସେନା, ନୌସେନା ଓ ବାୟୁସେନାର ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଖେଳାଳିମାନଙ୍କ ଶୃଙ୍ଖଳା, ପରିଶ୍ରମ,…

Read More
ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ – ସମୀକ୍ଷା ଖବର

ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ନୂଆଦିଲ୍ଲୀ ତା ୧୨. ୧୦.ରିଖ ; ନୂଆଦିଲ୍ଲୀ ଠାରେ ନିକଟରେ ପିତୃ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ହାଉଜ଼ଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାକାଂକ୍ଷା ୱେଲ୍‌ଫେୟାର ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିବା ଦେଖା ଯାଇଥିଲା। ପିତୃପୁରୁଷଙ୍କର ସଦ୍‌ଗତି, ସ୍ୱର୍ଗପ୍ରାପ୍ତି ଓ ମୋକ୍ଷ କାମନା କରି ‌ଫାଉଣ୍ଡେସନର ପ୍ରତିଷ୍ଠାତା ଦମ୍ପତି ପୁଷ୍ପାଞ୍ଜଳି…

Read More
ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ବିମାନରେ ପାୱାର ବ୍ୟାଙ୍କରେ ନିଆଁ, ମଝି ଆକାଶରେ ଆତଙ୍କ – ସମୀକ୍ଷା ଖବର

ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ବିମାନରେ ପାୱାର ବ୍ୟାଙ୍କରେ ନିଆଁ, ମଝି ଆକାଶରେ ଆତଙ୍କ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ନୂଆଦିଲ୍ଲୀ: ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯିବା ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ବିମାନଟି ମଝି ଆକାଶରେ ଥିବା ସମୟରେ ଏହି ଘଟଣା ଘଟିଥିବାରୁ କିଛି ସମୟ ପାଇଁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ବିମାନର କ୍ରୁ ସଦସ୍ୟମାନେ ତୁରନ୍ତ ପଦକ୍ଷେପ ନେଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ।…

Read More
ସହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଚସ୍ପତି ସୁରମା ପାଢ଼ୀ – ସମୀକ୍ଷା ଖବର

ସହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଚସ୍ପତି ସୁରମା ପାଢ଼ୀ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ହୋଇ ରହିଛି ବୀର ବାଳକ ସହିଦ ବାଜି ରାଉତଙ୍କ ନାମ। ଦେଶମାତୃକାର ସ୍ୱାଧୀନତା ପାଇଁ ଅତି କମ୍ ବୟସରେ ନିଜର ଜୀବନକୁ ଉତ୍ସର୍ଗ କରିଥିବା ବାଜି ରାଉତଙ୍କ ବଳିଦାନ ଆଜି ମଧ୍ୟ ଓଡ଼ିଶାବାସୀଙ୍କ ମନରେ ଦେଶପ୍ରେମ, ସାହସ ଓ ତ୍ୟାଗର ଭାବନା ଜାଗ୍ରତ କରେ। ସହିଦ ବାଜି ରାଉତଙ୍କ ବଳିଦାନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା…

Read More
ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ଶୋ, ରାସ୍ତାକଡ଼ରେ ଜମିଲା ଜନସମାଗମ – ସମୀକ୍ଷା ଖବର

ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ଶୋ, ରାସ୍ତାକଡ଼ରେ ଜମିଲା ଜନସମାଗମ

ସମୀକ୍ଷା ବ୍ୟୁରୋ ନ୍ୟୁଜ / ତାମିଲନାଡୁ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆଜି (ଅକ୍ଟୋବର ୧୧ )ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ଶୋ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ଚେନ୍ନାଇ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦର ନିକଟରେ ବିଜେପି କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଥିଲେ। ରାସ୍ତାକଡ଼ରେ ଲୋକମାନେ ଏକାଠି ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ରୋଡ୍‌ ଶୋରେ ଉତ୍ସାହିତ ସମର୍ଥକ: ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ…

Read More