ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ – ସମୀକ୍ଷା ଖବର

ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ବାଜିମାତ। ବି ସି ଜେ ଡି ର ସମସ୍ତ ପ୍ରାର୍ଥୀ ପ୍ରାର୍ଥୀନୀ ବିଜୟୀ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇଛନ୍ତି । ଆଜି ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ.ମନୋଜା ମଞ୍ଜରୀ ସାହୁ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।ସେହି ଅନୁଯାୟୀ ସଭାପତି ଭାବେ ସନ୍ତୋଷ କୁମାର ଭୂୟାଁ, ଉପ ସଭାପତି ଭାବେ ଜ୍ଞାନ ରଞ୍ଜନ ଜେନା, ସମ୍ପାଦକ ଭାବେ…

Read More
ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ – ସମୀକ୍ଷା ଖବର

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ: ୨୮ଟି ଗାଡ଼ି ଜବତ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା ୧୫.୧୦.୨୦୨୬ ରିଖ: ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ କରାଯାଇଛି।ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ବେଳେ ମୋଟ ୨୮ଟି ଗାଡ଼ି ଜବତ କରାଯାଇଛି। ବେଆଇନ…

Read More
କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆ ପାଇପ୍‌ଲାଇନ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ – ସମୀକ୍ଷା ଖବର

କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆ ପାଇପ୍‌ଲାଇନ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ୧୩.୧୦.୨୦୨୬: କଟକ କେଡିଏ ସେକ୍ଟର-୧୦ରେ ଗେଲ୍‌ ଇଣ୍ଡିଆର ପାଇପ୍‌ଲାଇନ୍‌ ଦୁର୍ଘଟଣାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ କରିବା ସହ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବିଭାଗର…

Read More
ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ – ସମୀକ୍ଷା ଖବର

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ :ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ : କଟକ, ତା ୧୩.୧୦.୨୦୨୬ ରିଖ – କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା।…

Read More
ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ – ସମୀକ୍ଷା ଖବର

ପରିବେଶ ଅନୁକୂଳ ଐତିହାସିକ ବାଲିଯାତ୍ରା କଟକ:୨୦୨୬ ପାଇଁ ଅଭିନବ ପଦକ୍ଷେପ

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ: ୧୩.୧୦.୨୦୨୬ ପତ୍ର ଖଲି ବ୍ୟବହାର ଓ ଗ୍ରାମୀଣ ଜୀବିକାର ପ୍ରୋତ୍ସାହନ ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଓରମାସ୍, ମୟୂରଭଞ୍ଜ ମଧ୍ୟରେ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଆହ୍ଵାନ । କଟକ ଐତିହାସିକ ବାଲିଯାତ୍ରା କଟକ୨୦୨୬କୁ ପରିବେଶ ଅନୁକୂଳ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲିଯାତ୍ରାରେ ପରିବେଶ ସୁରକ୍ଷା,…

Read More
ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ – ସମୀକ୍ଷା ଖବର

ସ୍ଵିପ୍ଟ ଗାଡ଼ିରୁ 120 କିଲୋ ଗଞ୍ଜେଇ ଜବତ

ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ:କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧୀକ୍ଷକ ଶ୍ରୀ C H Tirupathi ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୨ ଗୋଟି ଟିମ୍ ଗଠନ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ନୁଆସଡକ ଛକରେ ଆଠଗଡ ଅବକାରୀ ଥାନା ଏବଂ ବାଙ୍କୀ ଅବକାରୀ ଥାନା ସହିତ ଏକ…

Read More
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ – ସମୀକ୍ଷା ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୀତାକାନ୍ତ ଶତପଥୀ / କଟକ /ସମୀକ୍ଷା ନ୍ୟୁଜ : କଟକ, ତା୧୨.୧୦.୨୦୨୬ ରିଖ – ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୬୨ ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ତନ୍ମଧ୍ୟରେ ୫୮ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ ଟି ସାମୁହିକ ଅଭିଯୋଗ ରହିଥିଲା ।…

Read More
ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର – ସମୀକ୍ଷା ଖବର

ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:୧୧।୧୦ : ଫାଟିଲା ଗ୍ୟାସ ଟାଙ୍କି। ଜଳିଗଲା ଜଳଖିଆ ଦୋକାନ। ଏଥିସହ ଦୋକାନରେ ଥିବା ୭ ଜଣ ଜଳିଯାଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି । ଏଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାରରେ ଘଟିଛି। କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ…

Read More
ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ – ସମୀକ୍ଷା ଖବର

ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ: ବହୁ ପ୍ରତିକ୍ଷୀତ ଛାତ୍ରସଂସଦ ନିର୍ବାଚନରେ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା କଡ଼ା ସୁରକ୍ଷାରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରସଂସଦର ଏହି ନିର୍ବାଚନରେ ବିଭିନ୍ନ ସଂସଦ ପାଇଁ ସମୁଦାୟ ୫୦ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ବିଧିବଦ୍ଧ ଭାବରେ ଯାଞ୍ଚ ପରେ କାଏମ ରହିଛି। ତେବେ ନାଟ୍ୟସଂସଦର ସହ ସମ୍ପାଦିକା ପ୍ରାର୍ଥୀ ରୂପେ ବିଜୟଲକ୍ଷ୍ମୀ ସାହୁ ଓ ପତ୍ରିକା ସହସମ୍ପାଦକ ରୂପେ ଅଙ୍କିତା ପ୍ରିୟଦର୍ଶିନୀ, ଦିବ୍ୟାଧୟୀ ଛାତ୍ର ସଂସଦର ସ‌ହ…

Read More
ଯକ୍ଷ୍ମା ମୁକ୍ତ ଭାରତ ପାଇଁ କଟକରେ ଜିଲ୍ଲାସ୍ତରୀୟ JOSH ଅଭିଯାନ ଉଦ୍‌ଘାଟିତ – ସମୀକ୍ଷା ଖବର

ଯକ୍ଷ୍ମା ମୁକ୍ତ ଭାରତ ପାଇଁ କଟକରେ ଜିଲ୍ଲାସ୍ତରୀୟ JOSH ଅଭିଯାନ ଉଦ୍‌ଘାଟିତ

ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ : କଟକ, ୮/୧୦/୨୦୨୬: ଯକ୍ଷ୍ମା ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ‘Whole of Government’ ଓ ‘Whole of Society’ ଆଭିମୁଖ୍ୟ ସହିତ ଜନଭାଗିଦାରୀକୁ ଅଧିକ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଯୁବପିଢ଼ିଙ୍କୁ ଯକ୍ଷ୍ମା ବିରୋଧୀ ଅଭିଯାନ ସହ ଯୋଡ଼ିବା ଏବଂ ତୃଣମୂଳ ସ୍ତରରେ ସମୁଦାୟ ସଂପୃକ୍ତି ବଢ଼ାଇବା ଉଦ୍ଦେଶ୍ୟରେ JOSH (Joint Squad…

Read More