ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ
ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ – ସମୀକ୍ଷା ଖବର

ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତାମୂଳକ ପଥପ୍ରାନ୍ତ ନାଟକପରିବେଷଣ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬.୧୦.୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭବାନୀପାଟଣା ପକ୍ଷରୁ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲାମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ନାଟକର ନିର୍ଦ୍ଦେଶନା ଶ୍ରୀମତୀ ଐଶ୍ୱର୍ଯ୍ୟା ପ୍ରିୟଦର୍ଶିନୀ ପତି ଦେଇଥିଲେ ।ନାଟକ ମାଧ୍ୟମରେ ନିଶା ସେବନର ଭୟାବହ ପରିଣାମ, ଏହାର ସାମାଜିକ କୁପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ନାଟକ ଶେଷରେ ସମସ୍ତେ ଶପଥ ଗ୍ରହଣ କରି ଥିଲେଏହି ଅବସରରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର  ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣପ୍ରତିଷ୍ଠାନ,ଭବାନୀପାଟଣା ର ଅଧ୍ୟାପକ ବୃନ୍ଦ ରାକଶ ବେହେରା,  ଘନଶ୍ୟାମ ସାହୁ, ଦୀପକ ବେହେରା, ମାଣିକେଶ୍ୱରୀ ମହାପାତ୍ର  ଉପସ୍ଥିତ ଥିଲେ ଏହି ପଥପ୍ରାନ୍ତ ନାଟକରେ କଲେଜ ର ଛାତ୍ର ଛାତ୍ରୀ -ଅଜିତ କୁମାର ହେର୍ଣ୍ଣା, ମୁକେଶ ନାଏକ, ଅମିୟ ରଞ୍ଜନ ନାଏକ, କହ୍ନା ସୁନାନୀ, ଦେବ କୁମାର ରଣା, ସୁମନ କୁମାର ସାହୁ, ମନୋଜ ଭୂଏ, ଟୁନା ସବର, ତ୍ରୟୋଶ ନାଏକ, ଅଜୟ କୁମାର ସାଗରିଆ, ନିହାର ରଞ୍ଜନ ଦାଶ, ଗରୁଡ଼ ବେହେରା, ବାସୁଦେବ ବାଗ, କରଣ ସାହୁ, ବର୍ଷାରାଣୀ ପଧାନ ଓ ହରିପ୍ରିୟା ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।ସେମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Read More
କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା – ସମୀକ୍ଷା ଖବର

କଳାହାଣ୍ଡିରେ ଘରୋଇ ହିଂସା ପ୍ରତିରୋଧ ଓ ପୀଡ଼ିତାଙ୍କ ସୁରକ୍ଷା ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ  କର୍ମଶାଳା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା, ୧୬/୧୦: ଘରୋଇ ହିଂସାର ପ୍ରତିରୋଧ, ପୀଡ଼ିତାଙ୍କ ଅଧିକାରର ସୁରକ୍ଷା ଏବଂ ଆବଶ୍ୟକ ସହାୟତା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ, ୨୦୦୫ର ବିଭିନ୍ନ ବ୍ୟବସ୍ଥା, ପୀଡ଼ିତାଙ୍କ ଆଇନଗତ ଅଧିକାର, ପରାମର୍ଶ ପ୍ରଦାନ ଏବଂ ସହାୟତା ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ଘରୋଇ ହିଂସା ଘଟଣାକୁ ଚିହ୍ନଟ କରିବା, ପୀଡ଼ିତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା, ଆବଶ୍ୟକ ସ୍ଥଳେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସମନ୍ୱିତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଘରୋଇ ହିଂସା ନିରାକରଣ ପାଇଁ ସାମାଜିକ ସଚେତନତା ବୃଦ୍ଧି ଓ ଭବିଷ୍ୟତ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା।କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଯୋଜନା ବିଭାଗର ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ସମାଜ କଲ୍ୟାଣ ଅଧିକାରିଣୀ ନିୟତିବାଳା ସୋରେନ, କାର୍ଯ୍ୟକ୍ରମ ଅଧିକାରିଣୀ ନମିତା ପୋଲ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ ସଦସ୍ୟମାନେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ, ପୋଲିସ ଅଧିକାରୀ, ୱାନ୍ ଷ୍ଟପ୍ ସେଣ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ସଦନ ଏବଂ ଏଫ୍‌ସିସିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲା ମହିଳା ହବ୍‌ର ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ଶୁଭ୍ରାଂଶୁ ଶେଖର ନନ୍ଦ ତାଲିମ ପ୍ରଦାନ କରିଥିଲେ।ଶେଷରେ ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ଧନ୍ୟବାଦ ଅର୍ପଣ କରିଥିଲେ।ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ସମୟୋପଯୋଗୀ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନ ସହ କଳାହାଣ୍ଡି ଜିଲ୍ଲାରେ ଏକ ସୁରକ୍ଷିତ, ହିଂସାମୁକ୍ତ ଓ ମହିଳାଙ୍କ ପ୍ରତି ସମ୍ମାନଜନକ ପରିବେଶ ଗଠନ ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଜରୁରୀ ବୋଲି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।

Read More

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ସମୀକ୍ଷା ନ୍ୟୁଜ ବ୍ୟୁରୋ / କଳାହାଣ୍ଡି :୧୪।୧୦ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମୋଟେର ଚାରବାହାଲ ରାସ୍ତାର ଅମୂଲ୍ୟ ସିଡ୍ସ ନିକଟରେ ବୁଧବାର ସନ୍ଧ୍ୟାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁଯାୟୀ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ପରେ ଉଭୟ ଆରୋହୀ ରାସ୍ତା ଉପରେ ପଡ଼ି ଗୁରୁତର ହୋଇଥିଲେ।ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ…

Read More
ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ – ସମୀକ୍ଷା ଖବର

ଜୁନାଗଡ଼ରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର: ୩୦ ଅଭିଯୋଗ ଗ୍ରହଣ, ୪ଟିର ତତ୍କାଳ ସମାଧାନ

ସମୀକ୍ଷା ବ୍ୟୁରୋ ନ୍ୟୁଜ /କଳାହାଣ୍ଡି ଭବାନୀପାଟଣା, ୧୨ା୧୦: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ତ୍ୱରିତ ତଥା ଗୁଣାତ୍ମକ ସମାଧାନ ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଓ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେଭରକୋଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ…

Read More
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ନବମ ଜାତୀୟ ପୋଷଣ ମାସ ପାଳିତ

ମୁକେଶ କୁମାର ବେହେରା / ସ୍ୱତନ୍ତ୍ର ପ୍ରତିନିଧି/ ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଭବାନୀପାଟଣା, ୯।୧୦: ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣାସ୍ଥିତ ପଞ୍ଚାୟତ ସମ୍ମିଳନୀ ଗୃହରେ ନବମ ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ମାସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, ଏନ୍‌ଏଚ୍‌ଏମ୍‌ର…

Read More
କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ – ସମୀକ୍ଷା ଖବର

କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଥୁଆମୂଳ ରାମପୁର, କଳାହାଣ୍ଡି, ୦୭।୧୦: “ଖଣି ଅଞ୍ଚଳରେ କାରଖାନା ନାହିଁ ତ ଖଣି ନାହିଁ” ଏହି ଦାବିକୁ ନେଇ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଖଣି ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଅଞ୍ଚଳର ଜଳ, ଜଙ୍ଗଲ ଓ ଜମି ଉପରେ ଖଣି କାର୍ଯ୍ୟର ପ୍ରଭାବ ସହ ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣ ଏବଂ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ…

Read More
ଏବିଭିପି ପୋଷ୍ଟର ଚିରାକୁ ନେଇ ଭବାନୀପାଟଣାରେ ଉତ୍ତେଜନା: ବିଜେଡି କାଉନସିଲରଙ୍କ ଭୂମିକା ନେଇ ଅଭିଯୋଗ – ସମୀକ୍ଷା ଖବର

ଏବିଭିପି ପୋଷ୍ଟର ଚିରାକୁ ନେଇ ଭବାନୀପାଟଣାରେ ଉତ୍ତେଜନା: ବିଜେଡି କାଉନସିଲରଙ୍କ ଭୂମିକା ନେଇ ଅଭିଯୋଗ

ସମୀକ୍ଷା ନ୍ୟୁଜ ବ୍ୟୁରୋ /କଳାହାଣ୍ଡି ଜିଲ୍ଲା: ଭବାନୀପାଟଣା, ୦୭।୧୦: କଲେଜ ନିର୍ବାଚନ ତାରିଖ ନିକଟତର ହେବା ସହ କଳାହାଣ୍ଡି ଜିଲ୍ଲାରେ କ୍ୟାମ୍ପସ ରାଜନୀତି ସରଗରମ ହୋଇଛି। ବୁଧବାର ସନ୍ଧ୍ୟାରେ ଭବାନୀପାଟଣା କଲେଜ ଛକ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବ୍ୟାନର ଓ ପୋଷ୍ଟର ଚିରାଯିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏବିଭିପି ପକ୍ଷରୁ ଏହି ଘଟଣାରେ ଭବାନୀପାଟଣା ପୌରପାଳିକାର ୭ ନମ୍ବର ୱାର୍ଡର ବିଜେଡି କାଉନସିଲର ଶିବା ସାହୁଙ୍କ ଭୂମିକା ଥିବା ଅଭିଯୋଗ…

Read More
ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ – ସମୀକ୍ଷା ଖବର

ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ସମୀକ୍ଷା ନ୍ୟୁଜ: ଭବାନୀପାଟଣା, ୦୪/୧୦ : ମ.ରାମପୁର, : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସିଙ୍ଗପୁର ଗ୍ରାମପଞ୍ଚାୟତର କୁଟୃପଳା ଗ୍ରାମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ୨୫ ଅଗଷ୍ଟ ୨୦୨୬ ରେ ମ .ରାମପୁର ବିଡିଓଙ୍କ ନିକଟରେ ସମୀକ୍ଷା ପ୍ରତିନିଧି ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।…

Read More
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ – ସମୀକ୍ଷା ଖବର

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଭବାନୀପାଟଣା, ୦୨।୧୦: ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆଜି ଜିଲ୍ଲାସ୍ତରୀୟ ‘ଉତ୍ସାହ ଓ ମହକ ୨୦୨୬’ କାର୍ଯ୍ୟକ୍ରମ ମହାଆଡମ୍ବରରେ ଉଦ୍‌ଘାଟିତ ହୋଇଛି। ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ କଳା, କ୍ରୀଡ଼ା ଓ ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ…

Read More
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ: ଭବାନୀପାଟଣା, ୨/୧୦: ଭବାନୀପାଟଣାସ୍ଥିତ ଗାନ୍ଧୀ ପାର୍କଠାରେ ଆଜି ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସହ ନିର୍ଦ୍ଦେଶକ (ସଞ୍ଚୟ ଓ ଆର୍ଥିକ ସେବା) ବିବେକାନନ୍ଦ ମହାନନ୍ଦ,…

Read More