ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ

କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ – ସମୀକ୍ଷା ଖବର

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନ୍ୟୁଜ:

ଥୁଆମୂଳ ରାମପୁର, କଳାହାଣ୍ଡି, ୦୭।୧୦: “ଖଣି ଅଞ୍ଚଳରେ କାରଖାନା ନାହିଁ ତ ଖଣି ନାହିଁ” ଏହି ଦାବିକୁ ନେଇ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଖଣି ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। ଅଞ୍ଚଳର ଜଳ, ଜଙ୍ଗଲ ଓ ଜମି ଉପରେ ଖଣି କାର୍ଯ୍ୟର ପ୍ରଭାବ ସହ ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣ ଏବଂ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ଟି ସଂଗଠନ ପକ୍ଷରୁ ସାମୂହିକ ଗଣଧାରଣା ଅନୁଷ୍ଠିତ ହୋଇଥିଲା ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ଥୁଆମୂଳ ରାମପୁର ଅଞ୍ଚଳରୁ ଖଣିଜ ସମ୍ପଦ ଉତ୍ତୋଳନ କରି ଅନ୍ୟତ୍ର ପ୍ରକ୍ରିୟାକରଣ କରାଗଲେ ସ୍ଥାନୀୟ ଅଞ୍ଚଳ ପରିବେଶୀୟ କ୍ଷତି ସହିବ, କିନ୍ତୁ ଏହାର ଆର୍ଥିକ ଲାଭ ଅନ୍ୟ ଅଞ୍ଚଳକୁ ଯିବ। ତେଣୁ ଖଣି ଅଞ୍ଚଳରେ ହିଁ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବାକୁ ଦାବି ହୋଇଛି। ବ୍ଲକ ଆଦିବାସୀ ସଂଘ, ଆଦିସ୍କନ୍ଧ ସମାଜ, ଦଳିତ ସମାଜ, ମା’ ମାଟି ସୁରକ୍ଷା କମିଟି, ନବନିର୍ମାଣ କୃଷକ ମଞ୍ଚ, ଆଞ୍ଚଳିକ ଗଣସଂଘର୍ଷ ସମିତି, ବିଜୁ ଜନତା ଦଳ ଓ ବହୁଜନ ସମାଜ ପାର୍ଟି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

କାରଖାନା ନାହିଁ ତ ଖଣି ନାହିଁ: ଥୁଆମୂଳ ରାମପୁରରେ ତୀବ୍ର ହେଲା ଖଣି ବିରୋଧୀ ଆନ୍ଦୋଳନ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୮ ସଂଗଠନର ସାମୂହିକ ଗଣଧାରଣା ଖଣିଜ ସମ୍ପଦ ଅନ୍ୟତ୍ର ଚାଲାଣକୁ ବିରୋଧ – ସମୀକ୍ଷା

ଧାରଣାସ୍ଥଳରେ ବକ୍ତାମାନେ କହିଥିଲେ, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ, ଜୀବିକା ଓ ଅଧିକାରକୁ ଅଣଦେଖା କରି ଖଣି କାର୍ଯ୍ୟ ଆଗେଇ ନେବାକୁ ଦିଆଯିବ ନାହିଁ। ସରକାର ଓ ପ୍ରଶାସନ ଖଣି ଅଞ୍ଚଳରେ କାରଖାନା ପ୍ରତିଷ୍ଠା ଏବଂ ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଖଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହ ଜିଲ୍ଲାବ୍ୟାପୀ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ ତଥା କରତୁ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ପ୍ରତିଷ୍ଠାତା