ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
କଳାହାଣ୍ଡି _ ପୁଣି ଥରେ ସ୍କୁଲ ଛୁଟି ଘୋଷଣା – ସମୀକ୍ଷା ଖବର

କଳାହାଣ୍ଡି _ ପୁଣି ଥରେ ସ୍କୁଲ ଛୁଟି ଘୋଷଣା

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଗଭୀର ଅବପାତ କାରଣରୁ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ ସମେତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ…

Read More
କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ଘୋଷଣା – ସମୀକ୍ଷା ଖବର

କଳାହାଣ୍ଡି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ଘୋଷଣା

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଆଜି ଅର୍ଥାତ ୨୪ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷକ ଓ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ…

Read More
ଗଭୀର ଅବପାତ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ – ସମୀକ୍ଷା ଖବର

ଗଭୀର ଅବପାତ ମୁକାବିଲା ପାଇଁ କଳାହାଣ୍ଡି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି: ଭବାନୀପାଟଣା, ୨୩/୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଗତ ୨୨ ତାରିଖରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର…

Read More
୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ – ସମୀକ୍ଷା ଖବର

୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ଭବାନୀପାଟଣା: ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଚଳିତବର୍ଷର ଅଭିଯାନର ବିଷୟବସ୍ତୁ ରହିଛି— ‘ସ୍ୱଚ୍ଛତାରେ ଅଂଶଗ୍ରହଣ, ସ୍ୱଚ୍ଛ ଭାରତ, ବିକଶିତ ଭାରତ।’ଏହି କ୍ରମରେ ୬୪ତମ ବାଟାଲିୟନ CRPFର ଅଧିକାରୀ ଓ ଜବାନମାନଙ୍କ ପକ୍ଷରୁ ଭବାନୀପାଟଣାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ କଠିନ ବର୍ଜ୍ୟବସ୍ତୁ…

Read More
କଳାହାଣ୍ଡି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ – ସମୀକ୍ଷା ଖବର

କଳାହାଣ୍ଡି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ଭବାନୀପାଟଣା :ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ୨୦୨୬ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ତତ୍ତ୍ୱାବଧାନରେ ଓସ୍ୱାନ ହଲ୍‌ରେ ରାଜନୈତିକ ଦଳ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ୭୭ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ…

Read More
କୋକସରା ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

କୋକସରା ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ : ଭବାନୀପାଟଣା , ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି କୋକସରା ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଯୁଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୁଡ଼ିଆଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଉପ ନିର୍ଦ୍ଦେଶକ ଯୋଜନା ଏବଂ…

Read More
ବିଜେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ବିଜେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ:ଆସନ୍ତା ୨୭ ତାରିଖରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲ୍ଲା ଗସ୍ତ ରେ ଆସି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସୋମବାର କୋକସରା ବ୍ଲକ କୋକସରା ଓ ଆମପାଣି ମଣ୍ଡଳ।ବିଜେପି କର୍ମକର୍ତ୍ତା ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କାଉଡୋଳା ଧାନ ମଣ୍ଡି ପରିସରରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଏହି ବୈଠକରେ ଯୋଗ ଦେଇ ରାଜ୍ୟ…

Read More
କଳାହାଣ୍ଡିରେ ୨୨ରୁ ୨୫ ସେପ୍ଟେମ୍ବର ଯାଏଁ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ – ସମୀକ୍ଷା ଖବର

କଳାହାଣ୍ଡିରେ ୨୨ରୁ ୨୫ ସେପ୍ଟେମ୍ବର ଯାଏଁ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ସୁନୀଲ କୁମାର ବିଶି/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି /ସମୀକ୍ଷା ନ୍ୟୁଜ:ଭବାନୀପାଟଣା, ୨୧/୯/୨୦୨୬: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ୨୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା…

Read More
ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ – ସମୀକ୍ଷା ଖବର

ଉତ୍କେଲାରେ ମେଗା ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗ୍ରହ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଉତ୍କେଲା, ୨୦/୯/୨୦୨୬ (ସମୀକ୍ଷା): ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ଆହ୍ୱାନ କ୍ରମେ ‘ରକ୍ତଦାନ କର୍ତ୍ତବ୍ୟମ୍’ ଅଭିଯାନ ଅନ୍ତର୍ଗତ ତେରାପନ୍ଥ ଯୁବକ ପରିଷଦ, ଉତ୍କେଲା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ତେରାପନ୍ଥ ଭବନଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଉତ୍କେଲାରେ ସେପ୍ଟେମ୍ବର ୨୦ ତାରିଖ ରବିବାର ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ମହତ୍ କାର୍ଯ୍ୟରେ ତେରାପନ୍ଥ ଯୁବକ ପରିଷଦର ସମସ୍ତ ସଦସ୍ୟଙ୍କ ସହ ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା ଓ ଜୈନ ଶ୍ୱେତାମ୍ବର ତେରାପନ୍ଥ ମହିଳା ମଣ୍ଡଳର ସଦସ୍ୟମାନେ ସହଯୋଗ କରିଥିଲେ। ରକ୍ତଦାନ ମାଧ୍ୟମରେ ମାନବ ସେବା ଓ ଜୀବନ ରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।ଶିବିରରେ ମାଧବ ମାଝୀ, ନବରତ୍ନ ସ୍ୱାମୀ, ପ୍ରଭୁ ସ୍ୱାମୀ, ଭୁବନେ ସ୍ୱର୍ଣ୍ଣାଗ, ସୁମନ୍ତ ପ୍ରଧାନ, ବିଶ୍ୱ ପ୍ରଧାନ, ବିକାଶ ଚନ୍ଦ୍ର ଭୋଇ, ମୋନାଜ କୁମାର ପ୍ରଧାନ, ଚିରାଗ ଜୈନ, ରାହୁଲ ଜୈନ, ଇତିଶ୍ରୀ ପ୍ରଧାନ, ପ୍ରବୀଣ ଜୈନ, କିସନ ବେମାଲ, ବର୍ଦ୍ଧମାନ ଜୈନ, ସତୀଶ ଜୈନ, କ୍ଷୀରୋଦ ମାଝୀ, ଅରିହନ୍ତ ଜୈନ, ପ୍ୟାରିଲାଲ ମେହେର, ତନ୍ମୟ ପ୍ରଧାନ, ପ୍ରିତିଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ପବିତ୍ର ପ୍ରଧାନ, ଯୁଗଳ ମୁଦୁଲି, ଯୁଗେଶ ଜୈନ, ବିଦ୍ୟାଧର ଗୌଡ଼, ରିଶବ ଜୈନ, କୁଲଦୀପ ଜୈନ, କୁନୁ ସା, କମଲ ମେହେର ଓ ମନ୍ସୁଖ ଭାଇଙ୍କ ସମେତ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

Read More

ପୁଣି ଦାଦନ ଦୁଃଖ: ଆନ୍ଧ୍ରରେ ପ୍ରାଣ ଗଲା, ଘାଟି ରାସ୍ତାରେ ଆମ୍ବୁଲାନ୍ସ ଫସିବାରୁ ଖଟିଆରେ ବୋହାହେଲା ଶବ

ଦୁର୍ଗା କୀର୍ତ୍ତି / ଥୁଆମୂଳ ରାମପୁର,/ ସମୀକ୍ଷା ନ୍ୟୁଜ: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ନିତ୍ୟନୈମିତ୍ତିକ ଘଟଣା ପାଲଟିଥିବା ଦାଦନ ଯନ୍ତ୍ରଣାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶେଷରେ ଶବ ହୋଇ ଫେରିଛନ୍ତି ଜଣେ ଆଦିବାସୀ ଯୁବକ। ଅନ୍ୟପଟେ ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ମୃତଦେହ ଗାଁକୁ ନେବା ପାଇଁ ଶେଷରେ ଆତ୍ମୀୟସ୍ୱଜନଙ୍କୁ ଖଟିଆ ହିଁ ଭରସା କରିବାକୁ ପଡ଼ିଛି।…

Read More