ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ
ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ: ଭବାନୀପାଟଣା, ୦୧।୧୦: ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନ୍ତର୍ଜାତୀୟବରିଷ୍ଠ ନାଗରିକ ଦିବସ ୨୦୨୬ ମହା ଉତ୍ସାହ ଓ ଗରିମା ସହିତ ପାଳିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ, ଗରିମା, କଲ୍ୟାଣ ଏବଂ ସାମାଜିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ।ଉତ୍ସବର ଅଂଶ ସ୍ୱରୂପ, ସକାଳେ ବରିଷ୍ଠ ନାଗରିକମାନଙ୍କୁ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରିବାକୁ ଉତ୍ସାହିତ କରିବା ପାଇଁ ଏକ…

Read More
ଭବାନୀପାଟଣାରେ CRPF ୬୪ତମ ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା ଖବର

ଭବାନୀପାଟଣାରେ CRPF ୬୪ତମ ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ CRPF ୬୪ତମ ବାଟାଲିୟନ ପରିସରରେ ଗୁରୁବାର ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଏହି ବାଟାଲିୟନର ଅଧିକାରୀ, ଅଧିନସ୍ଥ ଅଧିକାରୀ ଓ ଯବାନମାନେ ଦିବସଟିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ‘ଗୋଟିଏ ଦିନ, ଗୋଟିଏ ଘଣ୍ଟା, ଏକାଠି’ ବିଷୟବସ୍ତୁକୁ ନେଇ ସ୍ୱଚ୍ଛତା ଅଭିଯାନ…

Read More
ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ – ସମୀକ୍ଷା ଖବର

ଇରାନର ରେକର୍ଡ ଭାଙ୍ଗିଲେ କଳାହାଣ୍ଡିର ସତ୍ୟପୀର ପଧାନ

ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ୧ କିଲୋଗ୍ରାମ୍ ଓଜନ ଧରି ଏକ ମିନିଟ୍‌ରେ ୧୮୩ ପଞ୍ଚ୍ ଷ୍ଟ୍ରାଇକ୍; ଗିନିଜ୍ ୱର୍ଲ୍ଡ ରେକର୍ଡସ୍‌ରେ ଭାରତର ନାମ ଭୁବନେଶ୍ୱର: କଳାହାଣ୍ଡି ମାଟିରୁ ଆନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ ଆଉ ଏକ ଗୌରବମୟ ଯାତ୍ରା। ଅସାଧାରଣ ଶାରୀରିକ ଦକ୍ଷତା, କଠୋର ପ୍ରଶିକ୍ଷଣ ଓ ଦୃଢ଼ ଅଧ୍ୟବସାୟର ବଳରେ କଳାହାଣ୍ଡି ଜିଲ୍ଲାର ସତ୍ୟପୀର ପଧାନ ପଞ୍ଚ୍ ଷ୍ଟ୍ରାଇକ୍ କ୍ଷେତ୍ରରେ ନୂଆ ଗିନିଜ୍ ୱର୍ଲ୍ଡ ରେକର୍ଡସ୍ ଅର୍ଜନ କରିଛନ୍ତି। ତାଙ୍କ ଏହି ସଫଳତା ଓଡ଼ିଶା…

Read More
କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ – ସମୀକ୍ଷା ଖବର

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୯/୯/୨୦୨୬: ପିଏମ୍‌ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ରୁଫ୍‌ଟପ୍‌ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ କଳାହାଣ୍ଡିରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି।ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସବୁଜ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ…

Read More
ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଦୁର୍ଗାପୂଜା ଓ ମାଣିକେଶ୍ୱରୀ ଛତ୍ରଯାତ୍ରା ପ୍ରସ୍ତୁତି ବୈଠକ

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ସମୀକ୍ଷା ନ୍ୟୁଜ :ଭବାନୀପାଟଣା, ୨୯/୯/୨୦୨୬: ଆସନ୍ତା ଦୁର୍ଗାପୂଜା ଓ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତ୍ରଯାତ୍ରା-୨୦୨୬ର ସୁଚାରୁ ପରିଚାଳନା ନିମନ୍ତେ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଆସନ୍ତା ୧୯ ଅକ୍ଟୋବର ମା’ ମାଣିକେଶ୍ୱରୀଙ୍କ ଛତ୍ରଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମାପନ କରିବା ନେଇ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମା’ଙ୍କ ଛତର ଜେନାଖାଲରେ…

Read More
ଭବାନୀପାଟଣା ଠାରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର ସାଂଗଠନିକ ପ୍ରଥମ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ଭବାନୀପାଟଣା ଠାରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ କଳାହାଣ୍ଡି ଶାଖାର ସାଂଗଠନିକ ପ୍ରଥମ ବୈଠକ ଅନୁଷ୍ଠିତ

ଦେବଦତ୍ତ ବେହେରାଙ୍କ ରିପୋର୍ଟ/ ଭବାନୀପାଟଣା /ସମୀକ୍ଷା ନ୍ୟୁଜ : ତା-28/9 ସୋମବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ” କଳାକାର ଭବନ ” ଠାରେ ” ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ” କଳାହାଣ୍ଡି ଶାଖାର ସାଂଗଠନିକ ପ୍ରଥମ ବୈଠକ ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତା ଓ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀ ଦେବଦତ୍ତ ବେହେରାଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ସଭାରେ ମୂଖ୍ଯ ଅତିଥି ଭାବରେ ପଶ୍ଚିମ ଓଡିଶା…

Read More
ନର୍ଲା ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର – ସମୀକ୍ଷା ଖବର

ନର୍ଲା ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୮/୯: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଡିଏଫ୍ଓ ଉତ୍ତର ପ୍ରଭାକର ବର୍ମା, ଡିଏଫ୍ଓ ଦକ୍ଷିଣ ଆର୍. କାଲାଇଭନନ୍, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଓ ନର୍ଲା ବିଡିଓ ବିପିନ ବିହାରୀ ଦୀପଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।ଶିବିରରେ ମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରେ ୨୯ଟି ବ୍ୟକ୍ତିଗତ…

Read More
ବିଶ୍ୱ ପର୍ଯ୍ୟଟନ ଦିବସରେ କଳାହାଣ୍ଡି ପ୍ରମୋ ରନ୍‌୨୦୦ରୁ ଊର୍ଦ୍ଧ୍ୱ ଧାବକଙ୍କ ଅଂଶଗ୍ରହଣ – ସମୀକ୍ଷା ଖବର

ବିଶ୍ୱ ପର୍ଯ୍ୟଟନ ଦିବସରେ କଳାହାଣ୍ଡି ପ୍ରମୋ ରନ୍‌୨୦୦ରୁ ଊର୍ଦ୍ଧ୍ୱ ଧାବକଙ୍କ ଅଂଶଗ୍ରହଣ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୭/୯: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ଭବାନୀପାଟଣାଠାରେ ୫ କିମି ‘କଳାହାଣ୍ଡି ପ୍ରମୋ ରନ୍’ ଅନୁଷ୍ଠିତ ହୋଇଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ପ୍ରମୋ ରନ୍ ବିନାୟକ ମହାବିଦ୍ୟାଳୟ ଦେଇ ପୁନର୍ବାର ବିଶ୍ୱବିଦ୍ୟାଳୟଠାରେ ଶେଷ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରନ୍‌ର ଶୁଭାରମ୍ଭ କରିଥିଲେ। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଯୁବ…

Read More
ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ – ସମୀକ୍ଷା ଖବର

ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୫/୯: ସ୍ଥାନୀୟ ଟାଉନ ହଲଠାରେ ଶୁକ୍ରବାର ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଭାବାସୀ ମାଧ୍ୟମରେ ଟାଉନ ହଲରେ ଉପସ୍ଥିତ ଅତିଥି, ସମବାୟ ସମିତି ସଭାପତି, ପରିଚାଳନା ପରିଷଦ ସଦସ୍ୟ, ସମ୍ପାଦକ ଓ ଅଗ୍ରଣୀ କୃଷକମାନେ ଦେଖିଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିବନ୍ଧକ କଳାହାଣ୍ଡି ଅଜିତ କୁମାର ବଗର୍ତ୍ତୀଙ୍କ ସମେତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ମଞ୍ଚାସୀନ ଥିଲେ। ଉପନିବନ୍ଧକ ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା ସହ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍‌କୁ ସୁଦୃଢ଼ କରିବା। ଏଥିସହ ମହିଳା ଓ ଗ୍ରାମୀଣ ଯୁବବର୍ଗଙ୍କୁ ସମବାୟ ଆନ୍ଦୋଳନରେ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯିବ।ସଦସ୍ୟତାରୁ ବଞ୍ଚିତ ପରିବାର ଚିହ୍ନଟ, ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ପ୍ରଚାର ଓ ମୋବାଇଲ ଆପ୍‌ ଜରିଆରେ ନାମଲେଖା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ରେ ମେଗା ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୧୬୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍‌ କାର୍ଯ୍ୟରତ ରହିଛି।

Read More
କଳାହାଣ୍ଡିରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଯୁବବର୍ଗଙ୍କୁ ନେଇ ପ୍ରସ୍ତୁତ ହେବ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା – ସମୀକ୍ଷା ଖବର

କଳାହାଣ୍ଡିରେ ‘ମାଇ ଭାରତ’ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଯୁବବର୍ଗଙ୍କୁ ନେଇ ପ୍ରସ୍ତୁତ ହେବ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା

ସୁନୀଲ କୁମାର ବିଶି /ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ସମୀକ୍ଷା ନ୍ୟୁଜ:ଭବାନୀପାଟଣା, ୨୫/୯: କଳାହାଣ୍ଡି ଜିଲ୍ଲାରେ ‘ମାଇ ଭାରତ’ର ବିଭିନ୍ନ ଯୁବ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ଓ ଯୁବବର୍ଗଙ୍କ ଅଧିକ ଅଂଶଗ୍ରହଣ ନେଇ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ତନ୍ମୟ କୁମାର ଦରୱାନ ବୈଠକରେ ଅଧ୍ୟକ୍ଷତା କରିଥିଲେ।ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ଜିଲ୍ଲାରେ ଯୁବ ପଞ୍ଜୀକରଣ ବୃଦ୍ଧି, ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ କ୍ଲବ, ଏନ୍‌ଏସ୍‌ଏସ୍‌ ଓ ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ ଅଧିକ ଯୁବକ-ଯୁବତୀଙ୍କୁ ଯୋଡ଼ିବା ନେଇ ଆଲୋଚନା ହୋଇଥିଲା। ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ, ଯୁବ ସଂଯୋଗ, ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସମୁଦାୟ ବିକାଶମୂଳକ କାର୍ଯ୍ୟରେ ଯୁବମାନଙ୍କୁ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନ ସହ ସମନ୍ୱୟ କରି ଆଗାମୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ବୈଠକରେ ଭବାନୀପାଟଣା ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡିଆଇପିଆରଓ ମନୋଜ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟମାନେ ଯୋଗଦେଇଥିଲେ।ଶେଷରେ ‘ନିଶାମୁକ୍ତ ଯୁବା’ ଅଭିଯାନ ଅଧୀନରେ ଉପସ୍ଥିତ ସମସ୍ତେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ନିଶା ବିରୋଧରେ ସଚେତନ କରିବା ପାଇଁ ନିଶାମୁକ୍ତ ଯୁବ ଶପଥ ଗ୍ରହଣ କରିଥିଲେ।

Read More