ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୨୯/୯/୨୦୨୬: ପିଏମ୍‌ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ରୁଫ୍‌ଟପ୍‌ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍‌) ପକ୍ଷରୁ କଳାହାଣ୍ଡିରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି।
ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସବୁଜ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସହକାରୀ ନିର୍ଦ୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଟିପିଡବ୍ଲୁଓଡିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’ – ସମୀକ୍ଷା


ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ‘ସୋଲାର ରଥ’ ପୂର୍ବରୁ ବରଗଡ଼, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାରେ ସଚେତନତା ସୃଷ୍ଟି କରିଥିବା ବେଳେ ଏବେ କଳାହାଣ୍ଡିରେ ପହଞ୍ଚିଛି। ରୁଫ୍‌ଟପ୍‌ ସୋଲାର ଏବଂ ପିଏମ୍‌ ସୂର୍ଯ୍ୟ ଘର ଯୋଜନାର ସୁବିଧା ସମ୍ପର୍କରେ ଅଧିକ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲ ବ୍ଲକସ୍ତରୀୟ କବାଡି ଚୟନ ସମ୍ପନ୍ନ, ୨୯୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ