ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି
ଚିକିଟି — ଏହି ବିଜ୍ଞାପିତ ଅଞ୍ଚଳ ଚିକିଟି ପେଣ୍ଠ ବଡ ବଜାର ରେ ଏକ ନୂତନ ମେଡିସିନ ଷ୍ଟୋର ” କେୟାର୍ ପ୍ଲସ୍ “ର ଶୁଭାରମ୍ଭ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରିରୂପ ଦେବ ( ବାବା ସାର୍ ) ଯୋଗଦେଇ ଷ୍ଟୋର ଉଦଘାଟନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଜେଡି ବରିଷ୍ଠ ସଂଘଠକ ସୁରେନ୍ଦ୍ର ମଣ୍ଡଳ ଓ ଏନ୍ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ ସ୍ପେଶାଲିଷ୍ଟ ଡକ୍ଟର ମାନଙ୍କ ପରାମର୍ଶ ସହ ସମସ୍ତ ପ୍ରକାର ଡାଇନୋଷ୍ଟିକ୍ ବ୍ୟବସ୍ଥା ଏବଂ ତାହା ସହିତ ଉନ୍ନତ ମାନର ଔଷଧ ସ୍ଵତନ୍ତ୍ର ରିହାତି ସହ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଷ୍ଟୋର ମୁଖ୍ୟ ପରିଚାଳକ ରାକେଶ ପାତ୍ର ସୂଚନା ଦେଇଛନ୍ତି। ଏବଂ ତାହା ସହିତ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରେ ଜରୁରୀ କାଳୀନ ଔଷଧ ରୋଗୀଙ୍କ ସହାୟତା ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ଯ କରାଯିବ ବୋଲି କହିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ କାଉନସିଲର ଅନିତା ସାହୁ, ସମାଜସେବୀ ରଘୁନନ୍ଦନ ସାହୁ, ଧର୍ମା ସାହୁ, ବରିଷ୍ଟ ସାମ୍ବାଦିକ ସୁରେନ୍ଦ୍ର ନାଥ ପଣ୍ଡା ଓ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ରମେଶ ଗୌଡ଼ ଓ ବାବୁଲି ସାହୁ, ଅଭୟ ସାହୁଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।






