ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି

ଚିକିଟି — ଏହି ବ୍ଲକ ଅନ୍ତର୍ଗତ ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି – ୨୦୨୬” କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶା – ୨୦୨୬’ ଅଭିଯାନ ଆନୁକୁଲ୍ୟରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ, ସୃଜନ ଶୀଳତାର ବିକାଶ ଓ ବୌଦ୍ଧିକ ଦକ୍ଷତା ର ଅଭିବୃଦ୍ଧି ପରିପ୍ରକାଶ ଲକ୍ଷ୍ୟରେ ଏହି ବ୍ଲକ ସ୍ତରୀୟ ସୁରଭି – ୨୦୨୬ କାର୍ଯ୍ୟକ୍ରମ ରେ ୯୪ ଟି ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ବେଳେ ସେଥି ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭି ଉତ୍ସଵ ପାଇଁ ମନୋନୀତ ହୋଇଛନ୍ତି। ଚିକିଟି ଗୋଷ୍ଠି ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡିଓ ବିବେକାନନ୍ଦ ମିଶ୍ର, ସୁନାପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା, ସହକାରୀ ଗୋଷ୍ଠି ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା ଓ ନାୟକ ସେଠୀ ଏବଂ ଏନ୍ ପି ଏସ ଶିକ୍ଷକ ସଙ୍ଘର ସଭାପତି ତ୍ରିଲୋଚନ ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବଳରାମ ବେହେରା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୁଖ ଯୋଗ ଦେଇଥିଲେ।

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୬” ୩୦ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ – ସମୀକ୍ଷା

ସୁନାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ‘୨୦୨୬’ରେ ବିଭିନ୍ନ କ୍ଲଷ୍ଟର ସ୍ତରିୟ ପ୍ରଥମ ସ୍ଥାନ ଅଧିକାର କରିଥିବା କୁନି କୁନି ଛାତ୍ରଛାତ୍ରୀ ମାନେ ଗତ ଶୁକ୍ରବାର ଦିନ ଏକ ବର୍ଣ୍ଣିତ ପରିବେଶ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନିଜ ନିଜର କୃତିତ୍ଵ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ସି ଆର ସି ସି ଯଥା ବି.ଭେଙ୍କେଟଶ୍ୱର, କୁରେଶ୍ ସାହୁ, ଏନ୍.ଆପନ୍ନା, ମିନତୀ ପାଠୀ, ଏ.ଦମୟନ୍ତୀ, ନାରାୟଣ ସାହୁ ଓ ଲବ ସାହୁଙ୍କ ସମେତ ଶିକ୍ଷକ ଜି.ବାଇଲଡୁ, ଅରୁଣ ପଣ୍ଡା, ଏସ.ଲୋକନାଥ, ରାଜକିଶୋର ପଣ୍ଡା ଏବଂ ସମସ୍ତ ବିଦ୍ୟାଳୟର ଗାଇଡ ଶିକ୍ଷକଙ୍କ ଉପସ୍ଥିତି ଓ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା। ମୁଖ୍ୟ ଅତିଥି ମହୋଦୟ ସୁରଭି ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଶିଶୁ ମାନଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା ର ଅନ୍ତର୍ନିହିତ ଶକ୍ତିର ବିକାଶ ଘଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାଝୀ ମହୋଦୟ ଶିଶୁ ମାନଙ୍କ ର ମୌଖିକ ତଥା ବୌଦ୍ଧିକ ବିକାଶରେ ‘ସୁରଭି’ ଏକ ମଞ୍ଚ ଯୋଗାଇ ଦେଇଥିବା ଉପରେ ଗୁରୁତ୍ୱାରୋପ ରଖି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ମଞ୍ଚାସୀନ ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ନରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି