ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି – ସମୀକ୍ଷା ଖବର

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି/ଗଞ୍ଜାମ:

ପାତ୍ରପୁର:16.10.26 ଏହି ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ ୧୯୯ ଭୋଟ ପାଇ ବିସିଜେଡି ପ୍ରାର୍ଥୀ ଶବର ଲିମାଙ୍କୁ ୧୦ ଭୋଟରେ ପରାସ୍ତ କରିଛନ୍ତି। ଶବର ଲିମା ୧୮୯ ଭୋଟ ପାଇଥିଲେ। ଉପସଭାପତି ପଦରେ ଈସ୍ପିତା ମିଶ୍ର ୨୦୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ରେଶମା ପ୍ରଧାନ ୧୮୧ ଭୋଟ ପାଇଥିଲେ। କ୍ରୀଡ଼ା ସମ୍ପାଦକ ପଦରେ ଜଗଦୀଶ ନାୟକ ୧୯୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ଭୂୟାଁ ୧୮୭ ଭୋଟ ପାଇଥିଲେ। ତେବେ ସହସମ୍ପାଦକ ପଦରେ ନିର୍ବାଚନ ଅଧିକ ରୋଚକ ହୋଇଥିଲା। ବିସିଜେଡି ପ୍ରାର୍ଥୀ ସୁରଜ ରାଉଳ ୧୯୫ ଭୋଟ ପାଇଥିବା ବେଳେ ଏଭିବିପି ପ୍ରାର୍ଥୀ ଶମ୍ଭୁ ପ୍ରଧାନ ୧୯୧ ଭୋଟ ପାଇଥିଲେ। ଫଳରେ ମାତ୍ର ୪ ଖଣ୍ଡ ଭୋଟରେ ସୁରଜ ବିଜୟୀ ହୋଇଥିଲେ। ଚାରିଟି ପଦବୀ ପାଇଁ ଆଠଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଫଳାଫଳରେ ଏଭିବିପି ଅଧିକ ଆସନ ହାସଲ କରିଥିବା ବେଳେ ବିସିଜେଡି ମଧ୍ୟ ଗୋଟିଏ ପଦବୀରେ ବିଜୟ ଲାଭ କରିଛି। ଆଜି କଲେଜ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଭରତପତି ମହାବିଦ୍ୟାଳୟ ପରିସରରେ ଜରଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସମୟ ଠାରୁ ଉତେଜନା ଦେଖାଯାଇଥିଲା। ଫଳାଫଳ ଘୋଷଣା ସମୟରେ ମହାବିଦ୍ୟାଳୟ ଗେଟ ସାମ୍ନାରେ ସାମାନ୍ୟ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବୟସ କମ୍ ଥିବା ଗଙ୍ଗା ଯମୁନା ଦୁଇ ପ୍ରାର୍ଥୀ ଙ୍କ ନାକଚ ହୋଇଥିବା ବେଳେ ଡ୍ରାମା ଟିକ୍ ସମ୍ପାଦକ , ଦିବାଧ୍ୟାୟୀ ଛାତ୍ର ସଂସଦ ସଂପାଦକ ପଦବୀ ପ୍ରାର୍ଥୀ ଙ୍କ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ ଚିଠି କରିଥିବା ଜଣାପଡ଼ିଛି।

ସାମନ୍ତିଆପଲ୍ଲୀ: କଲେଜ ନିର୍ବାଚନରେ ରୋଚକ ଲଢ଼େଇ ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି