ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି

ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:

ଝାରସୁଗୁଡ଼ା, ୧୫/୧୦ : ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ଝାରସୁଗୁଡା ବିଭିନ୍ନ କଲେଜର ନିର୍ବାଚିତ ଛାତ୍ର ପ୍ରତିନିଧି ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଛନ୍ତି l ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ନବ ନିର୍ବାଚିତ ଛାତ୍ର ନେତାଙ୍କୁ ସ୍ୱାଗତ କରିଥିଲେ l କୋଲାବିରା ପିଏସ୍‌ ଡିଗ୍ରୀ କଲେଜର ଉପସଭାପତି ଚୁମକି ଉର୍ମା, ସାଧାରଣ ସମ୍ପାଦକ ହରେଶ କିସାନ, ସହସମ୍ପାଦକ ହରିପ୍ରିୟା ପଧାନ ଓ ସାଂସ୍କୃତିକ ସମ୍ପାଦକ ଦିନେଶ କୁମାର କିଷାନ ଦଳରେ ସାମିଲ ହୋଇଛନ୍ତି l ସେହିପରି ଲଇକେରା ପଞ୍ଚାୟତ ସମିତି ଡିଗ୍ରୀ କଲେଜର ସଭାପତି ଆୟେଶା ମେହେର, ଉପସଭାପତି ଦିଲେଶ୍ୱର କିଷାନ, ସାଧାରଣ ସମ୍ପାଦକ ବାପି ନାୟକ, ସହସାଧାରଣ ସମ୍ପାଦକ କମଲ ସାମର୍ଥ, ସାଂସ୍କୃତିକ ସମ୍ପାଦକ ଗୌରୀ ଦିହିରିଆ ଓ କ୍ରୀଡ଼ା ସମ୍ପାଦକ ରିଙ୍କି ଜୟପୁରିଆ ଦଳରେ ସାମିଲ ହୋଇଛନ୍ତି l ଏଚ୍‌. କଣ୍ଟାପାଲିସ୍ଥିତ ପିକେଏସ୍‌ଏସ୍‌ ଡିଗ୍ରୀ କଲେଜର ସଭାପତି ସୌଭାଗ୍ୟ ରୋହିଦାସ, ଉପସଭାପତି ମନୀଷ ସାହୁ, ସାଧାରଣ ସମ୍ପାଦକ ଖୁସିଲ ରୋହିଦାସ ଓ ସାଂସ୍କୃତିକ ସମ୍ପାଦକ ଶୀତଲ ଭୋଇ ଏବଂ କିର୍ମିରା ଶୋଭନ ମେମୋରିଆଲ ପଞ୍ଚାୟତ ଡିଗ୍ରୀ କଲେଜର ସଭାପତି ତୁଷାର ବାରିକ, ଉପସଭାପତି ଡଲି ପ୍ରଧାନ, ସାଧାରଣ ସମ୍ପାଦକ ଅରୁଣ ନେଗୀ, ସାଂସ୍କୃତିକ ସମ୍ପାଦକ ଟ୍ୱିଙ୍କଲ ପାଣ୍ଡେ ଓ କ୍ରୀଡ଼ା ସମ୍ପାଦକ ଚଞ୍ଚଳା ପ୍ରଧାନ ଯୋଗ ଦେଇଛନ୍ତି l ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୁବନେତା ବିଶାଳ ଦାସ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ତାପସ ରାୟ ଚୌଧୁରୀ, ରଘୁମଣି ପଟେଲ, ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ, ବିଜୁ ଛାତ୍ର ଜନତା ଦଳର ସଭାପତି ଶିବାଶିଷ ପଟ୍ଟନାୟକ, ନବନୀତ କୌର ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଛାତ୍ର ପ୍ରତିନିଧିଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ l

ଝାରସୁଗୁଡ଼ା: ବିଜେଡିରେ ସାମିଲ ହେଲେ ନିର୍ବାଚିତ ଛାତ୍ର ପ୍ରତିନିଧି – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବ୍ରଜରାଜନଗର ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ଏବିଭିପିର ଦୀପ୍ତି ରଞ୍ଜନ