ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:
ଝାରସୁଗୁଡ଼ା: ୧୫/୧୦ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଦୀପ୍ତି ରଞ୍ଜନ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ସେହିପରି ସୁମି ବଢ଼େଇ ସାଧାରଣ ସମ୍ପାଦକ, ଦର୍ପଣ କୁମାରୀ ରାୟ ସାଂସ୍କୃତିକ ସମ୍ପାଦକ ଏବଂ ସକ୍ଷମ ବିର୍ଲା ନାଟ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଅନ୍ୟପକ୍ଷରେ ବିସିଜେଡିର ହୀରାକାନ୍ତି ବାରିକ ଉପସଭାପତି ପଦ ହାସଲ କରିଛନ୍ତି l ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବିଭିପି ପକ୍ଷରୁ ଛାତ୍ର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ବିଜୟ ଉତ୍ସବ ପାଳନ କରିଛି l




