ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୧୫/୧୦,ପାଟଣା ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।ପ୍ରାୟ ସମସ୍ତ ପ୍ରମୁଖ ପଦବୀକୁ ଏବିଭିପି ଦଖଲ କରିଛି।ଛାତ୍ର ସଂସଦ ନିର୍ବାଚନ ଆଜି ସମାପ୍ତ ହେବାପରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଭାବେ ଆକାଶ ପାତ୍ର,ସହସମ୍ପାଦକ ଭାବେ ବିରେନ୍ଦ୍ର ବେହେରା, କ୍ରୀଡ଼ା ସମ୍ପାଦକ ଭାବେ ଦିଗନ୍ତ ପ୍ରସାଦ ସେଠୀ, ଡ୍ରାମାଟିକ ସମ୍ପାଦକ ଭାବେ ଅବିନାଶ ସେଠୀ, ଡିଏସଏ ସମ୍ପାଦକ ଭାବେ ସରୋଜ କୁମାର ବେହେରା, ସହ ଡିଏସଏ ସମ୍ପାଦକ ଭାବେ ବୈଲୋଚନ ପ୍ରଧାନ ନିର୍ବାଚିତ ହୋଇଛନ୍ତି।ସେହିପରି ପୂର୍ବରୁ ଉପସଭାପତି ପଦରେ ତ୍ରିଲୋଚନ ମହାନ୍ତ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ବେଳେ ସହ କ୍ରୀଡ଼ା ସମ୍ପାଦକ ଭାବେ ବର୍ଷା ରାଣୀ ମହାନ୍ତ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ୱରେ ବିଜୟୀ ହୋଇଛନ୍ତି।ଫଳାଫଳ ପ୍ରକାଶ ପାଇବା ପରେ ଏବିଭିପି ପକ୍ଷରୁ ଏଠାରେ ଉତ୍ସବ ରେ ମାହୋଲ ସୃଷ୍ଟି ହୋଇଛି।ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ, ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁ ସହ ଯୋଗୀ ଡ଼ଃ ହୃଦାନନ୍ଦ ବିଶ୍ୱାଳ ଓ ବ୍ରଜେନ୍ଦ୍ର ପାଟି ପ୍ରମୁଖ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଛନ୍ତି।

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ: ସଭାପତି ଭାବେ ପୁଣ୍ୟବନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଆକାଶ ପାତ୍ର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ