ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବଲାଣି ଲୌହ ଖଣିରେ ସତର୍କତା ସଚେତନତା କାର୍ଯ୍ୟକ୍ରମ

ବଲାଣି ଲୌହ ଖଣିରେ ସତର୍କତା ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ଟଙ୍କଧର ପାତ୍ର/ଯୋଡ଼ା/ସମୀକ୍ଷା ନିୟୁଜ :

ଯୋଡ଼ା, କେନ୍ଦୁଝର, ୧୬/୧୦/୨୦୨୬: କେନ୍ଦୁଝର ଜିଲ୍ଲାର ବଲାଣି ଟାଉନସିପ୍‌ସ୍ଥିତ ମାଉଣ୍ଟ କ୍ଲବ ପରିସରରେ ଶୁକ୍ରବାର ପ୍ରତିରୋଧାତ୍ମକ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଣି ଲୌହ ଖଣିର ମୁଖ୍ୟ ମହାପ୍ରବନ୍ଧକ ମଲ୍ଲା ଶ୍ରୀନିବାସୁ ଅଧ୍ୟକ୍ଷତା କରିଥିବାବେଳେ ଆନନ୍ଦ କୁମାର, ସିଜିଏମ୍‌ (ରକ୍ଷଣାବେକ୍ଷଣ) ସମ୍ମାନିତ ଅତିଥି ଏବଂ ରଞ୍ଜନ ଭାରତୀ, ଜିଏମ୍‌ (ସତର୍କତା) ଓ ଏସ୍‌.କେ.ଏସ୍‌. ରାଜପୁତ, ଡିଜିଏମ୍‌ (ସତର୍କତା) ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସତର୍କତା ସମ୍ପର୍କିତ ଶପଥ ପାଠ କରାଇଥିଲେ।ଏହି ଅବସରରେ ବକ୍ତାମାନେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ସାଧୁତା ଓ ସଚ୍ଚୋଟତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରତିରୋଧାତ୍ମକ ସତର୍କତା ଦ୍ୱାରା ଅନିୟମିତତାକୁ ରୋକିବା ସହ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ବଲାଣି ଲୌହ ଖଣିର ଡିଜିଏମ୍‌ (ସତର୍କତା) ରବି ସିନାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଖଣିର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ବଲାଣି ଲୌହ ଖଣିରେ ସତର୍କତା ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏମପିସି କଲେଜ ଛାତ୍ର ସଂସଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ ଓ ଶପଥ