ଜିତେନ୍ଦ୍ର କୁମାର ଶତପଥି /ସ୍ବତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ :
ରାୟଗଡ଼ା – ଗୁଣପୁର, ୧୨/୧୦: ରାୟଗଡ଼ ଜିଲ୍ଲାର ଗୁଣପୁରସ୍ଥିତ ଉପଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଜି ଅର୍ଥାତ୍ ସୋମବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣାଯିବା ସହ ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଶିବିରରେ ମୋଟ ୫୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅବସରରେ ଜିଲ୍ଲାପାଳ ଦୁଇ ଜଣଙ୍କୁ ମୋଟ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ରାସ୍ତାଘାଟର ଉନ୍ନତିକରଣ, ପାନୀୟ ଜଳ ଯୋଗାଣ, ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ସଂଯୋଗ, ଭତ୍ତା ପ୍ରଦାନ, ମୋବାଇଲ୍ ନେଟୱାର୍କ ସମସ୍ୟା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଆଦି ବିଭିନ୍ନ ବିଷୟକୁ ନେଇ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ସମସ୍ତ ଅଭିଯୋଗପତ୍ର ଗ୍ରହଣ କରି ସମ୍ପୃକ୍ତ ବିଭାଗକୁ ପଠାଇବା ସହ ଅଭିଯୋଗଗୁଡ଼ିକର ଯଥାର୍ଥ ତଦନ୍ତ କରି ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ।

ଏହି ଶିବିରରେ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱମ୍ବର ବେହେରା ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପାରାଣୀ ବେହେରା ଓ ବିନୋଦ କୁମାର ଗମାଙ୍ଗ, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା କୁମାରୀ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଯୋଗାଣ ଅଧିକାରୀ ଲଳିତ କୁମାର ପଟନାୟକ, ଗୁଣପୁର ବିଡିଓ ସ୍ୱସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାର୍ଜି, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ ଉପସ୍ଥିତ ଥିଲେ।
ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ଶିବ ପ୍ରସାଦ ସାହୁଙ୍କ ସହ ସେକ୍ସନ ଅଧିକାରୀ ଭାଡ଼ି ଶ୍ରୀନିବାସ ରାଓ, ବିନୋଦ ଶବର, ଜସ୍ମିନ ଦୋରା ଓ ତପନ କୁମାର ରଥ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଗୁଣପୁର ଆଦର୍ଶ ଥାନା ଅଧିକାରୀ କେ.କେ.ବି.କେ. କଁହରଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଏଥିସହ ଜଗଦୀଶ ପଣ୍ଡା, ସୋମନାଥ ଗମାଙ୍ଗ, ଲିଙ୍ଗରାଜ ପାଢ଼ୀ ଓ ପ୍ରଭାତ ବାଉରୀ ପ୍ରମୁଖ ସହଯୋଗ କରିଥିଲେ।






